Tamil Nadu: ବିବାହର ୧୪ ବର୍ଷ ପରେ ଅଲଗା ହେଲେ ତାମିଲନାଡ଼ୁ ମନ୍ତ୍ରୀ ଓ ତାଙ୍କ ପତ୍ନୀ
ଚେନ୍ନାଇ: ତାମିଲନାଡ଼ୁରେ ଟିଭିକେ ସରକାରରେ ମନ୍ତ୍ରୀ ଥିବା ଅଧବ ଅର୍ଜୁନ ଓ ତାଙ୍କ ପତ୍ନୀ ଡେଜି ମାର୍ଟିନ ବିବାହର ୧୪ ବର୍ଷ ପରେ ଅଲଗା ହୋଇଥିବା ସୋମବାର ଘୋଷଣା କରିଛନ୍ତି।
ଲଟେରୀ ମାଗ୍ନେଟ୍ ସାଣ୍ଟିଆଗୋ ମାର୍ଟିନଙ୍କ ଝିଅ ଡେଜି ମାର୍ଟିନ କହିଛନ୍ତି ଯେ, ସେ ଓ ଅଧବ ଅର୍ଜୁନ ସେମାନଙ୍କ ପିଲାର ଖୁସି ଓ ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ।
ଇନଷ୍ଟାଗ୍ରାମରେ କରିଛନ୍ତି ଘୋଷଣା ଅଧବ ତାମିଲନାଡୁର ସି ଯୋସେଫ ବିଜୟଙ୍କ ଟିଭିକେ ନେତୃତ୍ୱାଧୀନ ସରକାରରେ ପୂର୍ତ୍ତ ବିଭାଗ ଓ କ୍ରୀଡା ବିକାଶ ମନ୍ତ୍ରୀ ଥିବା ବେଳେ, ଡେଜି ଜଣେ ଉଦ୍ୟୋଗୀ ।
ଡେଜି ଇନଷ୍ଟାଗ୍ରାମ ରେ ସେମାନଙ୍କ ଅଲଗା କଥା ଘୋଷଣା କରିଛନ୍ତି।
Advertisment Akshay Kumar's Samuk Motion Poster Out: ଅକ୍ଷୟ କୁମାରଙ୍କ 'ସାମୁକ୍'ର ମୋସନ୍ ପୋଷ୍ଟର ରିଲିଜ୍, ୨୦୨୭ରେ ହେବ ମୁକ୍ତିଲାଭ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
