Suspicious Movements: ଡମ୍ବରୁଗଡ଼ ସଂରକ୍ଷିତ ଜଙ୍ଗଲରେ ୨ ଅଜଣା ଯୁବକଙ୍କ ସନ୍ଦେହଜନକ ଗତିବିଧି, ଭୟଭୀତ ଅଞ୍ଚଳବାସୀ

Nov 23, 2026 - 10:57
Suspicious Movements: ଡମ୍ବରୁଗଡ଼ ସଂରକ୍ଷିତ ଜଙ୍ଗଲରେ ୨ ଅଜଣା ଯୁବକଙ୍କ ସନ୍ଦେହଜନକ ଗତିବିଧି, ଭୟଭୀତ ଅଞ୍ଚଳବାସୀ

ସାହାଜପାଲ: ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବହିରା ସେକ୍ସନର ଡମ୍ବରୁଗଡ଼ ସଂରକ୍ଷିତ ଜଙ୍ଗଲ ରେ ଦୁଇଜଣ ଅଜଣା ଯୁବକ ଙ୍କ ସନ୍ଦେହଜନକ ଗତିବିଧିକୁ ନେଇ ଅଞ୍ଚଳରେ ଭୟ ଓ ଆଶଙ୍କା ଦେଖାଦେଇଛି।

ଏହି ଦୁଇଜଣଙ୍କୁ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ଦେଖିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment ବୁଦା ମଧ୍ୟରୁ ଦୁଇଜଣ ଅଜଣା ଯୁବକ ବାହାରିଥିଲେ ସୂଚନା ଅନୁଯାୟୀ, ଚଳିତ ମାସ ୨୧ ତାରିଖରେ ସଂଗ୍ରାମପୁର ଗ୍ରାମର ଜଣେ ଛେଳି ଚରାଳି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ସମୟରେ ଏକ ବୁଦା ମଧ୍ୟରୁ ଦୁଇଜଣ ଅଜଣା ଯୁବକ ବାହାରିଥିବା ଦେଖିଥିଲେ।

ସେମାନଙ୍କୁ ଅପରିଚିତ ଦେଖି ଛେଳି ଚରାଳି ଜଣକ ସେମାନେ କେଉଁ ଗ୍ରାମର ଏବଂ କେଉଁ ଉଦ୍ଦେଶ୍ୟରେ ଜଙ୍ଗଲରେ ରହିଛନ୍ତି ବୋଲି ପଚାରିଥିଲେ।

ଏହାର ଉତ୍ତରରେ ସେମାନେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳର ବୋଲି କହି ସେଠାରୁ ଚାଲିଯାଇଥିବା ଜଣାପଡ଼ିଛି।

ସେହିପରି ଡମ୍ବରୁଗଡ଼ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଗ୍ରାମର ପାଣିଟାଙ୍କି ନିକଟରେ ଏହି ଦୁଇଜଣଙ୍କୁ ଦେଖିଥିବା କହିଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉଭୟ ଯୁବକ ସୁସ୍ଥ ଓ ସବଳ ଥିବାବେଳେ କଳା ରଙ୍ଗର ସାର୍ଟ, ପ୍ୟାଣ୍ଟ ଓ ବୁଟ୍ ପିନ୍ଧିଥିଲେ।

ତେବେ ସେମାନଙ୍କ ପରିଚୟ ଓ ଜଙ୍ଗଲରେ ରହିବାର ଉଦ୍ଦେଶ୍ୟ ସମ୍ପର୍କରେ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଏହି ଘଟଣାକୁ ନେଇ ଡମ୍ବରୁଗଡ଼ ସଂରକ୍ଷିତ ଜଙ୍ଗଲର ଚାରିପାଖରେ ଥିବା ସାହାଜପାଲ, ସୀତାପୁର, ଡମ୍ବରୁଗଡ଼, କଙ୍କଲା ଓ କମ୍ପରା ଆଦି ଗ୍ରାମର ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ଏହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଜୀବନ ଉପରେ ମଧ୍ୟ ପଡ଼ିଛି।

ଭୟ ଯୋଗୁଁ କେତେକ ଛାତ୍ରଛାତ୍ରୀ ସ୍କୁଲ, କଲେଜ ଓ ଟ୍ୟୁସନ ଯିବା ବନ୍ଦ କରିଦେଇଥିବା ବେଳେ ଯେଉଁମାନେ ଯାଉଛନ୍ତି, ସେମାନଙ୍କୁ ଅଭିଭାବକମାନେ ନିଜେ ସାଙ୍ଗରେ ନେଇ ଯାଉଛନ୍ତି।

ସାହାଜପାଲ ବଜାର ଉପରେ ନିର୍ଭର କରୁଥିବା ଆଖପାଖ ଗ୍ରାମର ଲୋକେ ପୂର୍ବରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାତାୟତ କରୁଥିବା ବେଳେ ବର୍ତ୍ତମାନ ଭୟ ଯୋଗୁଁ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିଆସୁଛନ୍ତି।

ସେହିପରି ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରୁଥିବା ମହିଳା, ଛେଳି ଚରାଳି ଓ ଅନ୍ୟାନ୍ୟ କାର୍ଯ୍ୟରେ ଜଙ୍ଗଲକୁ ଯାଉଥିବା ଲୋକେ ମଧ୍ୟ ଭୟରେ ଜଙ୍ଗଲ ଯିବା ବନ୍ଦ କରିଦେଇଥିବା ଜଣାପଡ଼ିଛି।

ଏପରିକି ରବିବାର ରାତି ପ୍ରାୟ ୧୦ଟା ସମୟରେ କଙ୍କଲା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ଅଟକାଯାଇଥିବା ଅଭିଯୋଗ ହୋଇଛି।

ଏଥିରେ ଭୟଭୀତ ହୋଇ ସେ ନିଜ ସାଇକେଲ ଛାଡ଼ି ସେଠାରୁ ଚାଲିଯାଇଥିବା କୁହାଯାଉଛି।

Accident: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଆଖି ବୁଜିଲେ ଉଭୟ ଆରୋହୀ ତେବେ ଏହି ଦୁଇଜଣଙ୍କ ପ୍ରକୃତ ପରିଚୟ ଓ ଗତିବିଧି ସମ୍ପର୍କରେ ଏଯାଏଁ ସ୍ପଷ୍ଟତା ଆସିନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଚାଲିଛି।

ଏହି ପରିସ୍ଥିତିରେ ପୁଲିସ ପକ୍ଷରୁ ନିୟମିତ ପେଟ୍ରୋଲିଂ ବ୍ୟବସ୍ଥା କରିବା ସହ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)