Supreme Court: ସିଇସି ନିଯୁକ୍ତି ଆଇନ ମାମଲା: ପୁନର୍ବିଚାର ଆବେଦନର ତ୍ୱରିତ ଶୁଣାଣିକୁ ସିଜେଆଇଙ୍କ ନା
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଓ ଅନ୍ୟ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପର୍କିତ ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାରେ ପୂର୍ବ ଆଦେଶର ପୁନର୍ବିଚାର ପାଇଁ ଦାଖଲ ଆବେଦନର ତ୍ୱରିତ ଶୁଣାଣିକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି।
ଅବସର ନେବାକୁ ଥିବା ଜଣେ ବିଚାରପତିଙ୍କ ଉପସ୍ଥିତିରେ ମୂଳ ଦୁଇଜଣିଆ ଖଣ୍ଡପୀଠରେ ଆବେଦନର ଶୁଣାଣି କରିବାକୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଅନୁରୋଧ କରିଥିଲେ।
କିନ୍ତୁ ଏହି ପ୍ରସଙ୍ଗ ୫ ଜଣିଆ ସମ୍ବିଧାନ ପୀଠରେ ଉଠାଇବାକୁ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ପରାମର୍ଶ ଦେଇଛନ୍ତି।
Advertisment ଶୁକ୍ରବାର ସୁପ୍ରିମ୍କୋର୍ଟରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି.
ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ।
ଆବେଦନକାରୀଙ୍କ ପକ୍ଷରୁ ପ୍ରଶାନ୍ତ ଭୂଷଣ ଯୁକ୍ତି ରଖିଥିଲେ ଯେ, ସେପ୍ଟେମ୍ବର ୨୩ରେ ଯେଉଁ ଦୁଇଜଣିଆ ଖଣ୍ଡପୀଠ ମାମଲାକୁ ସମ୍ବିଧାନ ପୀଠକୁ ପଠାଇବା ପାଇଁ ଆଦେଶ ଦେଇଥିଲେ, ସେହି ଖଣ୍ଡପୀଠ ହିଁ ପୁନର୍ବିଚାର ଆବେଦନର ଶୁଣାଣି କରିବା ଉଚିତ।
ଏହି ଖଣ୍ଡପୀଠରେ ବିଚାରପତି ଦୀପଙ୍କର ଦତ୍ତ ଓ ସତୀଶ ଚନ୍ଦ୍ର ଶର୍ମା ରହିଥିଲେ।
ବିଚାରପତି ଶର୍ମା ନଭେମ୍ବର ୨୯ରେ ଅବସର ନେବାକୁ ଥିବାରୁ ଆସନ୍ତା ସପ୍ତାହରେ ଆବେଦନର ଶୁଣାଣି ପାଇଁ ଭୂଷଣ ଅନୁରୋଧ କରିଥିଲେ।
ତାଙ୍କ ଯୁକ୍ତି ଥିଲା, ବିଚାରପତି ଶର୍ମାଙ୍କ ସମ୍ଭାବ୍ୟ ସ୍ୱାର୍ଥଜନିତ ଦ୍ୱନ୍ଦ୍ୱ ସମ୍ପର୍କରେ ଆପତ୍ତି ରହିଥିବାରୁ ପୂର୍ବ ଆଦେଶର ପୁନର୍ବିଚାର ଆବେଦନ ସେହି ଖଣ୍ଡପୀଠରେ ଶୁଣାଣି ହେବା ଆବଶ୍ୟକ।
ଏହାର ଉତ୍ତରରେ ସିଜେଆଇ କହିଥିଲେ, ପାଞ୍ଚଜଣିଆ ସମ୍ବିଧାନ ପୀଠ ମୂଳ ଆଦେଶର ବୈଧତା ସମେତ ପୁନର୍ବିଚାର ଆବେଦନ ଉପରେ ମଧ୍ୟ ବିଚାର କରିପାରିବେ।
ଜଣେ ବିଚାରପତି ଅବସର ନେଇସାରିଥିଲେ ମଧ୍ୟ ଏଥିରେ ବାଧା ନାହିଁ।
ବୃହତ୍ତର ପୀଠରେ ଏହି ଆପତ୍ତି ଉଠାଇବାକୁ ସେ କହିଥିଲେ।
ବିଚାରପତିଙ୍କ ଅବସର ପୂର୍ବରୁ ଶୁଣାଣି ପାଇଁ ପ୍ରଶାନ୍ତ ଭୂଷଣଙ୍କ ଆବେଦନ ଖାରଜ ସେପ୍ଟେମ୍ବର ୨୩ରେ ବିଚାରପତି ଦତ୍ତ ଓ ଶର୍ମାଙ୍କ ମଧ୍ୟରେ ଏହି ମାମଲାକୁ ସମ୍ବିଧାନ ପୀଠକୁ ପଠାଇବା ପ୍ରସଙ୍ଗରେ ମତଭେଦ ହୋଇଥିଲା।
ବିଚାରପତି ଦତ୍ତଙ୍କ ମତରେ ଦୁଇଜଣିଆ ଖଣ୍ଡପୀଠରେ ହିଁ ଆଇନର ସାମ୍ବିଧାନିକ ବୈଧତା ଯାଞ୍ଚ ହୋଇପାରିବ।
ଅନ୍ୟପକ୍ଷରେ ବିଚାରପତି ଶର୍ମା ଏହାକୁ ପାଞ୍ଚଜଣିଆ ସମ୍ବିଧାନ ପୀଠକୁ ପଠାଇବା ସପକ୍ଷରେ ମତ ଦେଇଥିଲେ।
ପରେ ମାମଲାକୁ ବୃହତ୍ତର ପୀଠକୁ ପଠାଇବା ପାଇଁ ଉଭୟ ସହମତ ହୋଇଥିଲେ।
ଏହି ପୁନର୍ବିଚାର ଆବେଦନ ଆବେଦନକାରୀ ନମନ ଶେରସ୍ତ୍ରଙ୍କ ପକ୍ଷରୁ ଦାଖଲ ହୋଇଛି।
ଏଥିରେ ଅଭିଯୋଗ କରାଯାଇଛି ଯେ, ବିଚାରପତି ଶର୍ମାଙ୍କ ପୁଅ ସିଦ୍ଧାର୍ଥ ଶର୍ମା ମଧ୍ୟପ୍ରଦେଶ ହାଇକୋର୍ଟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଓକିଲାତି କରୁଥିବା ସତ୍ତ୍ୱେ ବିଚାରପତି ଏହି ମାମଲାରୁ ନିଜକୁ ଅଲଗା କରିନଥିଲେ।
ଏହି ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇ ନଥିବା ଆବେଦନକାରୀଙ୍କ ଅଭିଯୋଗ।
ଏହା ନ୍ୟାୟିକ ନିରପେକ୍ଷତା ଓ ସ୍ୱାର୍ଥଜନିତ ଦ୍ୱନ୍ଦ୍ୱ ସମ୍ପର୍କରେ ପ୍ରଶ୍ନ ଉଠାଉଛି ବୋଲି ସେମାନେ ଦର୍ଶାଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୩ର ନୂଆ ଆଇନ ଅନୁଯାୟୀ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ଆୟୁକ୍ତଙ୍କ ନିଯୁକ୍ତି ପାଇଁ ଗଠିତ ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ମନୋନୀତ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଓ ଲୋକସଭାର ବିରୋଧୀ ଦଳ ନେତା ସଦସ୍ୟ ଅଛନ୍ତି।
ପୂର୍ବରୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶରେ ଏହି କମିଟିରେ ପ୍ରଧାନ ବିଚାରପତି ରହିବାର ବ୍ୟବସ୍ଥା ଥିଲା।
ନୂଆ ଆଇନରେ ତାଙ୍କୁ ବାଦ୍ ଦିଆଯାଇଥିବାରୁ ଏହାର ସାମ୍ବିଧାନିକ ବୈଧତାକୁ ନେଇ ମାମଲା ଚାଲିଛି।
ନିଶାମୁକ୍ତି ଅଭିଯାନ ନେତୃତ୍ୱ ନେଇଥିବା ଯୁବକ ମଦମୃତ୍ୟୁର ଶିକାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
