WODC Funds Underutilised: ଡବ୍ଲୁଓଡିସିରେ ଅଚଳାବସ୍ଥା: ଅନୁଦାନ ୧୪୨୦ ରୁ ୯୫୫.୮୮କୋଟି ଟଙ୍କା ପଡ଼ିରହିଛି

Nov 20, 2026 - 18:58
WODC Funds Underutilised: ଡବ୍ଲୁଓଡିସିରେ ଅଚଳାବସ୍ଥା: ଅନୁଦାନ ୧୪୨୦ ରୁ ୯୫୫.୮୮କୋଟି ଟଙ୍କା ପଡ଼ିରହିଛି

ଭୁବନେଶ୍ବର(ବିଧାନସଭା): ପଛୁଆ ଅଞ୍ଚଳକୁ ବିକାଶଧାରାରେ ସାମିଲ କରିବା ପାଇଁ ସରକାର ସ୍ବତନ୍ତ୍ର ଯୋଜନା କରିବା ସହିତ ଅନୁଦାନ ବ୍ୟବସ୍ଥା କରାଯାଉଛି।

ସେହି ଦୃଷ୍ଟିରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲୁଓଡ଼ିସି) ଅନ୍ତର୍ଗତ ପଛୁଆ ଜିଲ୍ଲାଗୁଡ଼ିକର ବିକାଶ ପାଇଁ ପ୍ରତି ବର୍ଷ ଶହଶହ କୋଟି ଟଙ୍କା ଅନୁଦାନ ଯୋଗାଣ ଦିଆଯାଉଥିଲେ ହେଁ ଅନୁଦାନ ଖର୍ଚ୍ଚ ନହୋଇ ପଡ଼ି ରହୁଛି।

ଯାହାକୁ ନେଇ ବାରମ୍ବାର ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଆସୁଛନ୍ତି।

Advertisment Odisha assembly: ରାଜ୍ୟର ୩ ହଜାର ମନ୍ଦିର, ସ୍ମାରକୀରୁ ମାତ୍ର ୨୯୪ଟି ସଂରକ୍ଷିତ କୀର୍ତ୍ତିରାଜି ଘୋଷିତ ବିଧାୟକ ଯୋଗେଶ କୁମାର ସିଂ ଡବ୍ଲୁଓଡ଼ିସି ଅନୁଦାନ ସମ୍ପର୍କରେ କରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣାଇଛନ୍ତିଯେ ଗତ ୩ବର୍ଷରେ ୧୪୨୦କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିବା ବେଳେ ଏକ ତୃତୀୟାଂଶ ରୁ କମ୍‌ ବ୍ୟୟ କରାଯାଇଥିବା ବେଳେ ୯୫୫.୮୮କୋଟି ଟଙ୍କା ପଡ଼ିରହିଛି।

ବିଧାୟକ ଶ୍ରୀ ସିଂ କରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତିଯେ ଡବ୍ଲୁଓଡ଼ିସିକୁ ୨୦୨୩-୨୪ରେ ୪୦୦କୋଟି ଟଙ୍କା, ୨୦୨୪-୨୫ରେ ୫୨୦କୋଟି ଟଙ୍କା ଓ ୨୦୨୫-୨୬ରେ ୫୦୦କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି।

ଗତ ୩ବର୍ଷରେ ମୋଟ ୧୪୨୦ କୋଟ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ସେଥିରୁ ୯୫୫କୋଟି ୮୮ଲକ୍ଷ ଟଙ୍କା ବ୍ୟୟ ନହୋଇପଡ଼ିରହିଛି।

Odisha assembly: ଗୃହରେ ଉପସ୍ଥାପନ ହେଲା ଓଡ଼ିଶା ଜନବିଶ୍ବାସ ବିଲ୍‌-୨୦୨୬ ଡବ୍ଲୁଓଡ଼ିସି ଅଧିନରେ ଥିବା ୩୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୨୩-୨୪ରେ ମୋଟ ୪୦୦କୋଟି ଟଙ୍କା ଅନୁଦାନରୁ ୨୩୦କୋଟି ୫୬ଲକ୍ଷ ୪୫ହଜାର ୬୯୫ଟଙ୍କା ବ୍ୟୟ ହୋଇଛି।

ସେହିପରି ୨୦୨୪-୨୫ରେ ପ୍ରଦାନ କରାଯାଇଥିବା ୫୨୦କୋଟି ଟଙ୍କା ଅନୁଦାନ ମଧ୍ୟରୁ ମାତ୍ର ୨୨୪କୋଟି ୬୦ଲକ୍ଷ ୩୯ହଜାର ୭୫୪ଟଙ୍କା ବ୍ୟୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ ଜଣାଇଛନ୍ତି।

ଯୋଗାଣ ହେଉଥିବା ଅନୁଦାନ ବ୍ୟୟ ହେଉନଥିବାରୁ ବିକାଶ କାର୍ଯ୍ୟକ୍ରମ ଏକ ପ୍ରକାର ଠପ୍ ହୋଇଯାଇଛି, ଯାହାକି ଡବ୍ଲୁଓଡ଼ିସି ଗଠନର ଲକ୍ଷ୍ୟ ହାସଲରେ ବ୍ୟାଘାତ ସୃଷ୍ଟି ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)