Supreme Court: ମଦୁରାଇ ଦୀପମ ବିବାଦ: ଆଜି ସୁପ୍ରିମକୋର୍ଟରେ ୭ଟି ଆବେଦନର ଶୁଣାଣି
ନୂଆଦିଲ୍ଲୀ: ତାମିଲନାଡୁର ମଦୁରାଇସ୍ଥିତ ଥିରୁପରଙ୍କୁନ୍ଦ୍ରମ ପାହାଡ଼ରେ କାର୍ତ୍ତିଗାଇ ଦୀପମ ଜଳାଇବାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ।
ଏହି ମାମଲାରେ ଆଜି ସୁପ୍ରିମକୋର୍ଟରେ ୭ଟି ଆବେଦନର ଶୁଣାଣି ହେବ।
ତେବେ ଦୀପ ଜାଳିବାକୁ ନେଇ ଦେଖାଦେଇଥିବା ବିବାଦରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ସୁପ୍ରିମକୋର୍ଟ।
ନଭେମ୍ବର ୨୦ରେ ଦେଇଥିବା ନିର୍ଦ୍ଦେଶ ପାଳନ ହୋଇନଥିବା ଅଭିଯୋଗ ଉପରେ ହିଁ କୋର୍ଟ ଶୁଣାଣି କରିବେ।
ମାମଲାର ମୁଖ୍ୟ ବିବାଦ ଭିତରକୁ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
Advertisment ବିଚାରପତି ଅରବିନ୍ଦ କୁମାର ଓ ବିପୁଲ ଏମ୍.
ପାଞ୍ଚୋଲିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।
ନଭେମ୍ବର ୨୦ରେ ଏକକାଳୀନ ବ୍ୟବସ୍ଥା ଭାବେ ବିବାଦୀୟ ପଥର ସ୍ତମ୍ଭ 'ଦୀପଥୁନ୍'ରେ ଦୀପ ଜାଳିବାକୁ କୋର୍ଟ ଅନୁମତି ଦେଇଥିଲେ।
ହେଲେ ଏହି ନିର୍ଦ୍ଦେଶ ପାଳନ ହୋଇନଥିବାରୁ ଅଦାଲତ ଅବମାନନା ଆବେଦନ ଦାଖଲ ହୋଇଛି।
ମଦୁରାଇ ଜିଲ୍ଲାପାଳ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଦାବି କରି ଅତି କମ୍ରେ ୫ଟି ଆବେଦନ ହୋଇଛି।
ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ଆବେଦନକାରୀ କାର୍ତ୍ତିକେୟନଙ୍କ ପକ୍ଷରୁ ବରିଷ୍ଠ ଓକିଲ ଏସ୍.
ଗୁରୁ କୃଷ୍ଣ କୁମାର ଯୁକ୍ତି ରଖି କହିଥିଲେ, ଆରମ୍ଭରୁ ହିଁ ତାମିଲନାଡୁ ସରକାର ଦୀପ ଜାଳିବାକୁ ଅନୁମତି ଦେବାକୁ ଚାହୁଁନଥିଲେ।
ଜିଲ୍ଲାପାଳ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ସହ ପରାମର୍ଶ କରିବାର ଥିଲା।
କିନ୍ତୁ ନିର୍ଦ୍ଦେଶ ପାଳନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ସେ ଅଭିଯୋଗ କରିଥିଲେ।
'Sheesh Mahal': 'ଶୀଶ ମହଲ' ଖୋଲି କେଜ୍ରିୱାଲଙ୍କୁ ଟାର୍ଗେଟ୍ କଲା ଦିଲ୍ଲୀ ସରକାର ଏହାପୂର୍ବରୁ ବୁଧବାର ତାମିଲନାଡୁ ସରକାର ଦୀପ ଜଳାଇବାରେ ବିଫଳତା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ କ୍ଷମା ମାଗିଥିଲେ।
ମନ୍ଦିର କର୍ତ୍ତୃପକ୍ଷଙ୍କ ଯୋଗୁଁ ନିର୍ଦ୍ଦେଶ ପାଳନ ହୋଇପାରିନଥିବା ସରକାର କହିଥିଲେ।
ନଭେମ୍ବର ୨୪ରେ ପାରମ୍ପରିକ ସ୍ଥାନ ଉଚିପିଲ୍ଲାୟର ମଣ୍ଡପରେ ଦୀପ ଜଳା ଯାଇଥିଲା।
କିନ୍ତୁ ବିବାଦୀୟ ପଥର ସ୍ତମ୍ଭରେ ଦୀପ ଜଳା ଯାଇନଥିଲା।
ଏହି ଘଟଣାକୁ ନେଇ ଅଦାଲତ ଅବମାନନା ମାମଲାର ଶୁଣାଣି ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
