Sunny Deol: ବଦଳିଲା ସନି ଦେଓଲଙ୍କ ରିଲିଜ୍ ହେବାକୁ ଥିବା ଫିଲ୍ମର ନାମ
"ମୁମ୍ବାଇ: ବଦଳିଲା ଫିଲ୍ମର ନାମ। ।
ସନି ଦେଓଲଙ୍କ ରିଲିଜ୍ ହେବାକୁ ଥିବା ଫିଲ୍ମର ନାମ ହେଲା ପରିବର୍ତ୍ତନ।“ଲାହୋର ୧୯୪୭” ରୁ “ବଟୱାରା ୧୯୪୭”।
୯୦ଦଶକର ଲୋକପ୍ରିୟ କଳାକାର ସନି ଦେଓଲ୍ ପୁଣିଥରେ ବଲିଉଡ୍ ଚଳଚ୍ଚିତ୍ର ଜରିଆରେ ଦର୍ଶକଙ୍କ ମନରୋଞ୍ଜନ କରିବାକୁ ପ୍ରସ୍ତୁତ ଅଛନ୍ତି।Advertisment ଖୁବଶୀଘ୍ର ପୁରଣ ହେବ ଆୟକର ନିରୀକ୍ଷକ ପାଇଁ ଖାଲି ଥିବା ପଦବି; ଶୀଘ୍ର କରନ୍ତୁ ଆବେଦନ ସନି ଆଗାମୀ ଚଳଚ୍ଚିତ୍ରର ନାମ “ବଟୱାରା ୧୯୪୭”।
ଏହି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ ସନି ଦେଓଲ୍।ଫିଲ୍ମର କାହାଣୀଟି ଭାରତ ବିଭାଜନ ତଥା ୧୯୪୭ ମସିହାର ପୃଷ୍ଠଭୂମି ଉପରେ ଆଧାରିତ।
ଫିଲ୍ମଟି ଲୋକପ୍ରିୟ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷିଙ୍କ ନିର୍ଦ୍ଦେଶନାରେ ତିଆରି ହେଉଛି।
ଏହି କାହାଣୀଟି ଲୋକପ୍ରିୟ ଲେଖକ ଅସଗର ୱଜାହତଙ୍କ ଲିଖିତ “ଜିସ ଲାହୋର ନହିଁ ଦେଖା ଓ ଜମ୍ୟା ହି ନହିଁ” ନାଟକରୁ ପ୍ରେରିତ ହୋଇଥିବା ଜଣାପଡ଼ିଛି।
ଏହି କାହାଣୀରେ ସନି ଦେଓଲ୍ଙ୍କ ସହ ପ୍ରିତି ଜିଣ୍ଟା, ଶବାନା ଆଜମି, ଅଲି ଫଜଲ, କରନ୍ ଦେଓଲ୍ ଏବଂ ଅଭିମନ୍ୟୁ ସିଂ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।ଅମିର୍ ଖାନ୍ ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ।
ଭାରତ ପାକିସ୍ତାନ ମଧ୍ୟରେ ଥିବା ରାଜନୈତିକ ସମ୍ପର୍କକୁ ଦୃଷ୍ଟିରେ ରଖି ଲାହୋର ନାଁଟି ବିବାଦର କାରଣ ହୋଇପାରେ ବୋଲି ଆଶଂକା କରାଯାଇଛି।ତେଣୁ ୯ ଜୁନ୍ ୨୦୨୬ ରେ ଏହାର ପରିବର୍ତ୍ତିତ ନାମର ଘୋଷଣା କରିବା ସହ ଫିଲ୍ମର ଏକ ଛୋଟ ଝଲକ ଦର୍ଶକଙ୍କ ପାଖରେ ପହଞ୍ଚିଛି।
ଯାହାକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ସିନେମାକୁ ନେଇ ବେଶ ଉତ୍ସାହ ଭରି ରହିଛି।
"