Sugar price: ସପ୍ତାହକରେ ଚିନିଦର ୩.୮୫% କମିଲା

Sep 03, 2026 - 20:11
Sugar price: ସପ୍ତାହକରେ ଚିନିଦର ୩.୮୫% କମିଲା

"ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ପରେ ସର୍ବଭାରତୀୟ ସ୍ତରରେ ଚିନିର ହାରାହାରି ଖୁଚୁରା ଦର ଗତ ସପ୍ତାହକ ମଧ୍ୟରେ ୩.୮୫ ପ୍ରତିଶତ ହ୍ରାସ ପାଇଛି।

ଏବେ ଚିନିର ହାରାହାରି ଖୁଚୁରା ଦର କିଲୋଗ୍ରାମ ପିଛା ୬୨ ଟଙ୍କା ୫୭ ପଇସା ରହିଛି।

ସପ୍ତାହକ ପୂର୍ବେ ଦେଶରେ ଚିନିର ହାରାହାରି ଖୁଚୁରା ଦର କିଲୋଗ୍ରାମ ପିଛା ୬୫ ଟଙ୍କା ୦୮ ପଇସା ରହିଥିଲା।

Advertisment ଅନ୍ୟପକ୍ଷରେ ଦେଶରେ ଚିନିର ହାରାହାରି ପାଇକାରୀ ଦର ସେପ୍ଟେମ୍ବର ୨ ତାରିଖ ବେଳକୁ କିଲୋଗ୍ରାମ ପିଛା ୫୭ ଟଙ୍କା ୬୨ ପଇସାକୁ ହ୍ରାସ ପାଇଛି।

ସପ୍ତାହକ ତଳେ ପାଇକାରୀ ବଜାରରେ ଚିନି ଦର ୬୦ ଟଙ୍କା ୩୯ ପଇସା ରହିଥିଲା ବୋଲି ଖାଉଟି ବ୍ୟାପାର ମନ୍ତ୍ରାଳୟ ତଥ୍ୟରୁ ଜଣାଯାଇଛି।

କିନ୍ତୁ ମାସକର ମୂଲ୍ୟ ଅନୁଧ୍ୟାନରୁ ଜଣାଯାଇଛି ଯେ ଏବେ ବି ଗ୍ରାହକ ୨୭ ପ୍ରତିଶତ ଅଧିକ ଦାମ୍‌ରେ ଚିନି କିଣୁଛନ୍ତି।

ମାସକ ତଳେ ଚିନି ଦର କିଲୋଗ୍ରାମ ପିଛା ୪୯ ଟଙ୍କା ୩୩ ପଇସା ସ୍ତରରେ ରହିଥିଲା।

Simple idea: ସରଳ ବିଚାର: ଏଣିକି ଚିନି କମ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)