PM Modi: ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଦେଶବାସୀଙ୍କ ସେବାରେ ନିୟୋଜିତ ରହିବେ ବୋଲି କହିଛନ୍ତି ମୋଦୀ

Oct 30, 2026 - 19:23
PM Modi: ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଦେଶବାସୀଙ୍କ ସେବାରେ ନିୟୋଜିତ ରହିବେ ବୋଲି କହିଛନ୍ତି ମୋଦୀ

ଭିଲ୍‌ଡି (ଗୁଜରାଟ): ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଦେଶବାସୀଙ୍କ ସେବାରେ ନିୟୋଜିତ ରହିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ବିହାରର ପାଟନା ଠାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ତାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବାର କିଛି ଦିନ ପରେ ଶୁକ୍ରବାର ଗୁଜରାଟ ର ବନସକାଣ୍ଠା ଜିଲ୍ଲାର ଭିଲ୍‌ଡିଠାରେ ଏକ ସଭାରେ ଉଦ୍‌ବୋଧନ ଦେଇ ମୋଦୀ ଏହା କହିଛନ୍ତି।

ଏହି ଅବସରରେ ସେ ବିରୋଧୀ ଦଳଗୁଡ଼ିକୁ ନିଶାଣ କରିବା ସହ ଦେଶରେ ସଙ୍କଟ ସୃଷ୍ଟି ହେବା ନେଇ ଗୁଜବ ପ୍ରଚାର କରାଯାଉଥିବା ଅଭିଯୋଗ କରିଛନ୍ତି।

Advertisment ଗୁଜରାଟର ବନସକାଣ୍ଠା ଜିଲ୍ଲାର ଭିଲ୍‌ଡିଠାରେ ଭାରତୀୟ ଗୋବଂଶ ପ୍ରଜନନ ଓ ଗବେଷଣା କେନ୍ଦ୍ରର ଉଦ୍‌ଘାଟନ କରିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରି ମୋଦୀ କହିଥିଲେ ଯେ, ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଜନସାଧାରଣଙ୍କ ସେବା କରିଚାଲିବେ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସହ ଜଡ଼ିତ ଉଦ୍‌ଘାଟନ ଓ ଶିଳାନ୍ୟାସ କରାଯାଇଥିଲା।

ଦେଶରେ ସମସ୍ୟା ସୃଷ୍ଟି ହେଲେ କିଛି ଲୋକ ଖୁସି ହୁଅନ୍ତି ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି ମୋଦୀ କହିଥିଲେ ଯେ, ଦେଶରେ ସମସ୍ୟା ସୃଷ୍ଟି ହେଲେ କିଛି ଲୋକ ଖୁସି ହୁଅନ୍ତି।

ଇରାନ ଯୁଦ୍ଧ ପରେ ଦେଶରେ ସାରର ଅଭାବ ଦେଖାଦେବ ଏବଂ ଲୋକଙ୍କୁ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ମିଳିବ ନାହିଁ ବୋଲି ଗୁଜବ ପ୍ରଚାର କରାଯାଇଥିବା ସେ ଅଭିଯୋଗ କରିଥିଲେ।

ଏହାଦ୍ୱାରା ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ ହୋଇଥିବା ସେ କହିଥିଲେ।

ମୋଦୀଙ୍କ କହିବା ଅନୁଯାୟୀ, ବିଶ୍ୱସ୍ତରରେ ଅସ୍ଥିରତା ଯୋଗୁଁ ସାରର ଦାମ୍‌ ବଢ଼ିଥିଲେ ମଧ୍ୟ ଏହାର ଅତିରିକ୍ତ ବୋଝ ଚାଷୀଙ୍କ ଉପରେ ପକାଯାଇନାହିଁ।

ଚାଷୀଙ୍କ କଲ୍ୟାଣକୁ ସରକାର ପ୍ରାଥମିକତା ଦେଇଆସିଛନ୍ତି।

ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାରେ କ୍ଷୁଦ୍ର ଚାଷୀଙ୍କୁ ୪.୫ ଲକ୍ଷ କୋଟି ଟଙ୍କା ଦିଆଯାଇଥିବା ମଧ୍ୟ ସେ କହିଥିଲେ।

ଅକ୍ଟୋବର ୨୫ରେ ବିହାରର ପାଟନାଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ସମୟରେ ଖଡ୍‌ଗେ କହିଥିଲେ, 'ମୋଦୀ କା ବାପ୍‌ ଭି ଜାଏଗା'।

ଜଣେ ବ୍ୟକ୍ତି ମୋଦୀ କ୍ଷମତାରୁ ହଟିବେ ନାହିଁ ବୋଲି କହିବା ପରେ ଖଡ୍‌ଗେ ଏହି ମନ୍ତବ୍ୟ ଦେଇଥିଲେ।

ଏହାକୁ ନେଇ ବିଜେପି ତୀବ୍ର ପ୍ରତିବାଦ କରିବା ସହ ଖଡ୍‌ଗେଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲା।

ଏହି ବିବାଦ ପରେ ମୋଦୀଙ୍କ ଜନସେବା ସମ୍ପର୍କିତ ମନ୍ତବ୍ୟ ଆସିଛି।

ଆକଲାଣ୍ଡରେ ବିପର୍ଯ୍ୟୟର ସାମ୍ନା କଲେ ଭାରତୀୟ 'ରନ୍‌ବୀର', ଖସିଗଲା ମ୍ୟାଚ୍‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)