Sugar: ଚିନି ଉତ୍ପାଦନ ୧୮% ହ୍ରାସ: ଚାହିଦା ବଢ଼ୁଛି, ଯୋଗାଣ କମୁଛି
"ନୂଆଦିଲ୍ଲୀ: ଭାରତରେ ଚିନି ଉତ୍ପାଦନ ୧୮ ପ୍ରତିଶତ ହ୍ରାସ ପାଇଛି।
ଏକ୍ସେନସିଆଲ ରିସର୍ଚ୍ଚ ପାର୍ଟନର୍ସର ଏକ ରିପୋର୍ଟରେ କୁହାଯାଇଛି ଯେ ଉତ୍ପାଦନ କମ୍ ହୋଇଥିବା ବେଳେ ଦେଶ ଭିତରେ କିନ୍ତୁ ଚାହିଦାରେ ବୃଦ୍ଧି ଘଟିଛି।
ଭଣ୍ଡାରରେ ଯେତିକି ଚିନି ରହିଛି ଯାହା ବହୁ ବର୍ଷର ନିମ୍ନ ସ୍ତରକୁ ଖସିଆସିଛି।
୨୦୨୫-୨୬ରେ ୨୯.୩ ନିୟୁତ ଟନ୍ ଚିନି ଉତ୍ପାଦନ ହୋଇଥିଲା।
ପୂର୍ବବର୍ଷ ତୁଳନାରେ ଏହା ୮ ପ୍ରତିଶତ କମ୍ ଓ ଚାରି ବର୍ଷ ମଧ୍ୟରେ ସର୍ବନିମ୍ନ।
କିନ୍ତୁ ସେହି ସମୟରେ ଦୋରେ ୨୯ ନିୟୁତ ଟନ୍ ଚିନି ବ୍ୟବହାର ହୋଇଥିଲା।ଚିନି ଉତ୍ପାଦନ ଓ ବ୍ୟବହାର ମଧ୍ୟରେ ରହିଥିବା ଅନ୍ତର ଦ୍ରୁତ ଗତିରେ କମ୍ ହେଉଛି।
୨୦୨୩-୨୪ରେ ତାହା ୩ ନିୟୁତ ଟନ୍ ଭଳି ସ୍ତରକୁ ଖସିଯାଇଥିଲା।
୨୦୨୧-୨୨ରେ ଚିିନି ଉତ୍ପାଦନ ରେକର୍ଡ ଉଚ୍ଚ ସ୍ତର ୩୫.୮ ନିୟୁତ ଟନ୍ରେ ପହଞ୍ଚିଥିଲା।
୨୦୨୨-୨୩ରେ ତାହା ୩୨.୮ ନିୟୁତ ଟନ୍, ୨୦୨୩-୨୪ରେ ୩୨ ଟନ୍ ଏବଂ ୨୦୨୪-୨୫ରେ ୨୯.୩ ନିୟୁତ ଟନ୍କୁ ଖସିଯାଇଥିଲା।
ଆଖୁ ଚାଷ ଓ ସରକାରଙ୍କ ନୀତି ଉପରେ ଚିନି ଉପଲବ୍ଧତା ନିର୍ଭର କରୁଛି।
୨୦୨୪-୨୫ରେ ଭାରତୀୟ ଚିନି ଉତ୍ପାଦକ ସଂଘ (ଆଇଏସ୍ଏମ୍ଏ)ର ଆକଳନଠାରୁ ଆଖୁ ଉତ୍ପାଦନ କମ ରହିଥିଲା।
ଚଳିତ ବର୍ଷ ଏଲନିନୋ ପ୍ରଭାବ ଥିବାରୁ ଆଖୁ ଚାଷ ପ୍ରଭାବିତ ହେବା ଆଶଙ୍କା କରାଯାଉଛି।
Advertisment ଆହୁରି ପଢନ୍ତୁ: NuclearProject: ଆଣବିକ ପ୍ରକଳ୍ପ ପାଇଁ ଜମି ସମସ୍ୟା, ଆଗେଇ ପାରୁନି ପ୍ରକଳ୍ପ ଏହା ବ୍ୟତୀତ ଇଥାନଲ ଉତ୍ପାଦନ ପାଇଁ ଆଖୁ ପଠାଯାଉଥିବାରୁ ଚିନି ଉତ୍ପାଦନ ପାଇଁ ତାହାର ଅଭାବ ଦେଖାଦେବ ବୋଲି ଆଶଙ୍କା କରାଯାଉଛି।
ଦେଶରେ ଚିନି ଉତ୍ପାଦନ କମ୍ ରହୁଥିବାରୁ ସେହି ଅନୁସାରେ ରପ୍ତାନି ମଧ୍ୟ କମିଯାଇଛି।
୨୦୨୫-୨୬ରେ ଚିନି ରପ୍ତାନିରୁ ୨.୦୯ ବିଲିଅନ ଡଲାର ଆୟ ହୋଇଥିଲା।
ତାହା କିନ୍ତୁ ୨୦୨୨-୨୩ ଆର୍ଥିକ ବର୍ଷର ୫.୭୭ ବିଲିଅନ ଡଲାର ରାଜସ୍ବଠାରୁ ୬୪ ପ୍ରତିଶତ କମ୍।
କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ତ୍ରୈମାସିକ ଚିନି ରପ୍ତାନି ରାଜସ୍ବ ୩୪ ପ୍ରତିଶତ ବଢ଼ି ୫୯୩ ନିୟୁତ ଡଲାର ହୋଇଛି।
୨୦୨୧-୨୨ ବେଳକୁ ଭାରତଠାରୁ ଇଣ୍ଡୋନେସିଆ ଓ ବାଂଲାଦେଶ ଅଧିକ ଚିନି କିଣୁଥିଲେ।
ଏବେ କିନ୍ତୁ ଆଫ୍ରିକୀୟ ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକ ଅଧିକ ଚିନି ମଗାଉଛନ୍ତି।
ସୋମାଲିଆ, ଶ୍ରୀଲଙ୍କା, ତାଞ୍ଜାନିଆ ଓ ୟୁଏଇକୁ ଭାରତୀୟ ଚିନି ରପ୍ତାନି ବୃଦ୍ଧି ପାଇଛି।"