Subhadra 5th Installment ନୟାଗଡ଼ରୁ ‘ସୁଭଦ୍ରା’ର ପଞ୍ଚମ କିସ୍ତି: ୧ କୋଟି ୩ ଲକ୍ଷ ଆକାଉଣ୍ଟକୁ ଗଲା ୫,୧୬୩କୋଟି ଟଙ୍କା

Aug 28, 2026 - 17:53
Subhadra 5th Installment ନୟାଗଡ଼ରୁ ‘ସୁଭଦ୍ରା’ର ପଞ୍ଚମ କିସ୍ତି: ୧ କୋଟି ୩ ଲକ୍ଷ ଆକାଉଣ୍ଟକୁ ଗଲା ୫,୧୬୩କୋଟି ଟଙ୍କା

"ଭୁବନେଶ୍ୱର:  ନୟାଗଡ଼ ଜିଲ୍ଲାରୁ ସୁ‌ଭଦ୍ରା ଯୋଜନାର ପଞ୍ଚମ କିସ୍ତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି।

ଏହି କିସ୍ତିରେ, ୧କୋଟି ୩ଲକ୍ଷରୁ ଊର୍ଦ୍ଧ୍ବ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ୫୧୬୩ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।

ଏଥିରେ ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି ।

Advertisment ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମାଝି ନିଜ ବକ୍ତବ୍ୟରେ କହିଛନ୍ତି, ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ ଟିଏ ନିଜ ଭଉଣୀକୁ କିଛି ଉପହାର ଦେଇଥାଏ।

ଓଡ଼ିଶାର ଶାସନ ମୁଖ୍ୟ ଭାବେ ରକ୍ଷା ବନ୍ଧନରେ ସୁଭଦ୍ରା ସହାୟତା ପ୍ରଦାନ କରି ମତେ ଏକ ଭାଇର କର୍ତ୍ତବ୍ୟ ସମ୍ପାଦନ କରିବା ଭଳି ଅନୁଭବ ହେଉଛି ।

ଆଇଆଇଏମ୍‌ ସମ୍ବଲପୁର ଓ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସର୍ଭେ ରିପୋର୍ଟକୁ ଉଦ୍ଧୃତ କରି ସେ ପ୍ରକାଶ କରିଛନ୍ତି ଯେ ପ୍ରାୟ ୮୦ ପ୍ରତିଶତ ମହିଳା ସୁଭଦ୍ରା ସହାୟତାକୁ କେବଳ ଦୈନନ୍ଦିନ ଆବଶ୍ୟକତା ପାଇଁ ଖର୍ଚ୍ଚ ନକରି, ଦୀର୍ଘମିଆଦୀ ଆର୍ଥିକ ସୁରକ୍ଷା, ବ୍ୟବସାୟ ଓ ବିକାଶ କାର୍ଯ୍ୟରେ ନିୟୋଜିତ କରିଛନ୍ତି।

୮୭.୧୯ ପ୍ରତିଶତ ହିତାଧିକାରୀ ସୁଭଦ୍ରାକୁ ଅତ୍ୟନ୍ତ ଉପଯୋଗୀ ବୋଲି ମତ ଦେଇଛନ୍ତି ।

ମହିଳାଙ୍କ ଆକାଉଣ୍ଟ ବାଲାନ୍ସ ଓ ମାସିକ ଖର୍ଚ୍ଚରେ ବୃଦ୍ଧି ଘଟିଛି ।

ନୟାଗଡ଼ର ରଞ୍ଜୁବାଳା ଓ ସୌଦାମିନୀ ନନ୍ଦ, ଗଞ୍ଜାମର ଗୌରୀ ସାହୁ, ସୁବର୍ଣ୍ଣପୁରର ଭାରତୀ ଜଗଦଳ, ଏବଂ କୋରାପୁଟର ଆରତୀ ଖୋସଲାଙ୍କ ଭଳି ଉଦ୍ୟମୀ ଭଉଣୀମାନଙ୍କ ସଫଳତାର କାହାଣୀ ରାଜ୍ୟର ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି ବୋଲି ସେ କହିଛନ୍ତି ।

Subhadra Scheme: ୧,୦୩,୨୬,୧୬୨ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ "ସୁଭଦ୍ରା ଯୋଜନା"ର ପଞ୍ଚମ କିସ୍ତି ମହିଳାଙ୍କ ବିକାଶ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ରାଜ୍ୟ ଓ କନ୍ଦ୍ରେ ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ମହିଳା ଉଦ୍ୟୋଗୀ ଭିତ୍ତିଭୂମି, ୨୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ, କନ୍ୟାବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଏବଂ ରାଜ୍ୟ ବଜେଟ୍‌ରେ ମହିଳାଙ୍କ ପାଇଁ ୧ ଲକ୍ଷ ୨୨ ହଜାର ୭୬୪ କୋଟି ଟଙ୍କାର ଐତିହାସିକ ବ୍ୟୟବରାଦ କରାଯାଇଛି।

ଅଗଷ୍ଟ ୨୮ରେ ସୁଭଦ୍ରା ଯୋଜନାର ୫ମ କିସ୍ତି: ୧.୦୩ କୋଟି ହିତାଧିକାରୀଙ୍କୁ ମିଳିବ ୫,୧୬୦ କୋଟିରୁ ଅଧିକ ସଂସଦରେ "ନାରୀଶକ୍ତି ବନ୍ଦନ ଅଧିନିୟମ" ମାଧ୍ୟମରେ ମହିଳାମାନଙ୍କୁ ରାଜନୈତିକ ସଂରକ୍ଷଣ ଦେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିବା ସହ ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସ ଅବସରରେ ସମସ୍ତଙ୍କୁ ଦୀପଟିଏ ଜାଳି ଆଶୀର୍ବାଦ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାର ସଫଳ ସୁଭଦ୍ରା ହିତାଧିକାରୀ ଓ ପ୍ରଶିକ୍ଷିତ ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ।

Subhadra Annual report ୨୦୨୫-୨୬, SBI Survey Report ଏବଂ ସୁଭଦ୍ରା ସମୀକ୍ଷା ଉନ୍ମୋଚନ କରିଥିଲେ ।

Subhadra Scheme: ରାକ୍ଷୀପୂର୍ଣ୍ଣିମା ଅବସରରେ ମିଳିଲା ସୁଭଦ୍ରାର ପଞ୍ଚମ କିସ୍ତି ଏହି କାର୍ଯ୍ୟକ୍ରମରେ, ଅନ୍ୟମାନଙ୍କ ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ,  ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଏବଂ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଡ ମୃଣାଳିନୀ ଦର୍ସ୍ୱାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଖଣ୍ଡପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)