Student Death: ପୁଣି ବିଦ୍ୟାଳୟରେ ଛାତ୍ର ମୃତ: ଦାୟିତ୍ୱହୀନତା ଯୋଗୁଁ ମୃତ୍ୟୁ ଅଭିଯୋଗ

Aug 16, 2026 - 14:08
Student Death: ପୁଣି ବିଦ୍ୟାଳୟରେ ଛାତ୍ର ମୃତ: ଦାୟିତ୍ୱହୀନତା ଯୋଗୁଁ ମୃତ୍ୟୁ ଅଭିଯୋଗ

"ରାୟଗଡ଼ା: ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ଦାୟିତ୍ୱହୀନତା ଓ ଅବହେଳା ଯୋଗୁଁ ଆବାସିକ ବିଦ୍ୟାଳୟରେ ଅଘଟଣ ଦିନକୁ ଦିନ ବୃଦ୍ଧି ପାଉଛି।

ପୁଣି ଜଣେ ଛାତ୍ର ମୃତ୍ୟୁ କରିଛନ୍ତି ରାୟଗଡ଼ା ଜିଲ୍ଲାରେI ମୃତ ଛାତ୍ର ଜଣଙ୍କ ହେଉଛନ୍ତି ରାୟଗଡ଼ା ଜିଲ୍ଲା କୋଲନରI ବ୍ଲକ ବାଙ୍କିଲି ସେବାଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ପଢ଼ୁଥିବା ୧୩ ବର୍ଷୀୟ ଜିସା୍ୟୁ ପୁଆଲା।

କୋଲନରା ବ୍ଲକ କାଟିକଣା ପଞ୍ଚାୟତ ରୁପୁଣି ଗ୍ରାମର ସିତୁ ପୁଆଲାଙ୍କ ପୁଅ।Advertisment ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ ମିଳିଥିବା ସୂଚନା ଅନୁଯାୟୀ, ଜିସା୍ୟୁ ସ୍କୁଲରେ ଥିବା ସମୟରେ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ।

ତାଙ୍କୁ  ସ୍ଥାନୀୟ  ସ୍ଥାନୀୟ  ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲାI ପିଲାର ଦେହ ଦେହ ଖରାପ ହେବା ସମ୍ପର୍କରେ  ବିଦ୍ୟାଳୟର ଛାତ୍ର ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଖବର ପାଇବା ମାତ୍ରେ ବାପା ସିତୁ ପୁଆଲା ଗତ ଶୁକ୍ରବାର ଦିନ ସ୍କୁଲରେ ପହଞ୍ଚି ପୁଅକୁ ନିଜ ଘରକୁ ଆଣିଥିଲେ।

Ayodhya Ram Mandir: ରାମ ମନ୍ଦିର ପୂଜକଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍; ବୈଷ୍ଣବ ପରମ୍ପରାର ହଳଦିଆ ଉତ୍ତରୀୟ ପିନ୍ଧିବେ ଘରେ ଥିବା ବେଳେ ପିଲାର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା।

ଫଳରେ ଆଜି ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜିସା୍ୟୁ ମୃତ୍ୟୁବରଣ  କରିଥିଲେ।

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାଙ୍କ ପିଲାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାରI ଛାତ୍ର ଜଣଙ୍କୁ ମ୍ୟାଲେରିଆ ହୋଇଥିଲା ନା ଅନ୍ୟ କଣ ରୋଗ ହୋଇଥିଲା ବିଭାଗୀୟ ସୂଚନା ମିଳି ପାରିନାହିଁI ଖବର ପାଇବା ପରେ ମୁକୁନ୍ଦପୁର ଫାଣ୍ଡି ପୁଲିସ ଡିଏଚଏଚରେ ତଦନ୍ତ ପାଇଁ ପହଁଚିଛି I ଏଯାଏଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଏଯାଏଁ କେହି ପହଞ୍ଚି ନଥିବା ଜଣାପଡିଛି I କୋଲନରI ବ୍ଲକ ମଙ୍ଗଳ ସମ୍ପ୍ରସIରଣ ଅଧିକାରୀ ଘଟଣାରେ ତଦନ୍ତ କରିବେ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି I "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media