Student Beaten ସେବାଶ୍ରମରେ ଛାତ୍ରଙ୍କୁ ନିସ୍ତୁକ ମାଡ଼, ଉତ୍ତେଜନା
"ବଡ଼ଗାଁ: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଜରଙ୍ଗଲୋଇ ଠାରେ ଥିବା ଦେଓକରଣ ପୁର ହାଇସ୍କୁଲ ରେ ଷଷ୍ଠ ଶ୍ରେଣୀ ରେ ନାମ ଲେଖେଇ ଥିବା ଜଣେ ଅନ୍ତେବାସୀ ଛାତ୍ରଙ୍କୁ ନବମ ଶ୍ରେଣୀର ୪ଜଣ ଛାତ୍ର କୌଣସି କାରଣରୁ ନିସ୍ତୁକ ମାଡ଼ମାରି ଆହତ କରିଥିବା ଅଭିଯୋଗ ହୋଇଛି ।
ଏହି ଘଟଣାକୁ ନେଇ ଆହତ ଛାତ୍ରଙ୍କ ପରିବାର ଓ ନିକଟସମ୍ପର୍କୀୟ ସ୍କୁଲରେ ପହଞ୍ଚି ପ୍ରତିବାଦ କରିଛନ୍ତି।
Advertisment ଆହତ ଛାତ୍ରଙ୍କ ପରିବାରଙ୍କ ଅଭିଯୋଗ ଅନୁସାରେ, ଘଟଣାର ୨୪ଘଂଟା ପରେ ମଧ୍ୟ ସେମାନଙ୍କୁ ସ୍କୁଲ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା।
କିମ୍ବା ଛାତ୍ରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା କୁ ମଧ୍ୟ ନିଆଯାଇନଥିଲା।
ଆହତ ଛାତ୍ରଙ୍କ ବାପା ବାଇବାଇ ଗ୍ରାମର ମନ ଲାକ୍ରା ଓ ମା" ଲକ୍ଷ୍ମୀ ଲାକ୍ରାଙ୍କ କହିବା ଅନୁସାରେ, ଗୁରୁବାର ନବମ ଶ୍ରେଣୀର ପିଲାମାନେ ମାଡ଼ ମାରିବାରେ ଆହତ ପୁଅର ଜଙ୍ଘ, ପିଠି ସମେତ ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି।
ତାଙ୍କ ପୁଅକୁ ସେମାନେ ୧୦୮ଆମ୍ବୁଲାନ୍ସ ରେ ବଡ଼ଗାଁ ଡାକ୍ତରଖାନା ନେଇ ଚିକିତ୍ସା ପାଇଁ ଭର୍ତି କରିବା ସହ ପୁଲିସ କୁ ମଧ୍ଯ ସୂଚନା ଦେଇଥିବା କହିଛନ୍ତି ।
ଘଟଣା ସ୍ଥଳରେ ସ୍ଥାନୀୟ ସମିତି ସଭ୍ୟା ଙ୍କ ସମେତ ୫୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଉପସ୍ଥିତ ହୋଇ ଏହି ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ସ୍ପଷ୍ଟୀକରଣ ଲୋଡ଼ିଥିଲେ।
ଘଟଣା ସମ୍ପର୍କ ରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଦିପ୍ତିମୟୀ ମେହେର ତ୍ରୁଟି ସ୍ବୀକାର କରି କହିଛନ୍ତି, ପିଅନଙ୍କ କଥା ରେ ଆହତ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇନଥିଲା। ।
ଘଟଣା ସମ୍ପର୍କ ରେ ସୂଚନା ପରେ ବଡ଼ଗାଁ ଡବ୍ଲୁଇଓ ଦିଲ୍ଲୀପ ମାଝୀ ଘଟଣା ସମ୍ପର୍କ ରେ ଅନୁସନ୍ଧାନ କରିଥିବା ଜଣାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।


