MoU: ୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର
"ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଯୁବପିଢ଼ିଙ୍କ ଦକ୍ଷତାକୁ ଶାଣିତ କରି ସେମାନଙ୍କୁ ନିଯୁକ୍ତି ଉପଯୋଗୀ ତାଲିମ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।
ଏହି ବ୍ୟବସ୍ଥାକୁ କିପରି ଆହୁରି ସୁଦୃଢ଼ କରାଯିବ ସେନେଇ ଶୁକ୍ରବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏଥିରେ୨୫ଟି ପ୍ରମୁଖ ସରକାରୀ ଓ ଘରୋଇ ବୈଷୟିକ ଏବଂ ଅଣବୈଷୟିକ ବିଶ୍ୱବିଦ୍ୟାଳୟ, ଡିଗ୍ରୀ ଇଞ୍ଜିନିୟରିଂ କଲେଜ ଏବଂ ପଲିଟେକନିକ୍ ସହିତ ବିଶ୍ୱ ଦକ୍ଷତା କେନ୍ଦ୍ରର ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।
Advertisment ଏହାଦ୍ୱାରା ସଂପୃକ୍ତ ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଆସି ବିଭିନ୍ନ ଶିଳ୍ପ ଉପଯୋଗୀ ତାଲିମ ପାଇ ପାରିବେ।
ତା"ଛଡ଼ା ଶିକ୍ଷାଗତ ସହଯୋଗ, ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଓ ଗବେଷଣା ଆଦି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରାଯିବ।
ଏହା ଯୁବପିଢ଼ିଙ୍କ ପାଇଁ ନିଯୁକ୍ତିର ନୂଆ ସୁଯୋଗ ମଧ୍ୟ ସୃଷ୍ଟି କରିବ।
ଏହି ଅବସରରେ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଆଇଟିଆଇ, ପଲିଟେକନିକ୍, ବୈଷୟିକ ଶିକ୍ଷା ଅନୁଷ୍ଠାନ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ "ଓଡ଼ିଶା ସ୍କିଲ୍ସ - ୨୦୨୬–୨୭"ର ସଫଳ ରୂପାୟନ ବିଷୟରେ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ପ୍ରତିଭାବାନ ଯୁବକ ଯୁବତୀଙ୍କୁ ସାମିଲ କରିବା ପାଇଁ ଅନୁଷ୍ଠାନଗୁଡ଼ିକୁ ଆହ୍ୱାନ କରାଯାଇଥିଲା।
ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଲାଗି ଅନଲାଇନ ଆବେଦନ ଜାରି ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ସୁକାନ୍ତ କୁମାର ପ୍ରଧାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।


