Bear Enters Library: ଲାଇବ୍ରେରିରେ ପଶି ମହୁ ଖାଇଲା ଭାଲୁ, ସତ ହେଲା କାର୍ଟୁନ୍ କାହାଣୀ

Oct 19, 2026 - 22:11
Bear Enters Library: ଲାଇବ୍ରେରିରେ ପଶି ମହୁ ଖାଇଲା ଭାଲୁ, ସତ ହେଲା କାର୍ଟୁନ୍ କାହାଣୀ

"କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ଅଜବ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏକ ଭାଲୁ ଲାଇବ୍ରେରୀ ଭିତରକୁ ପଶି ମହୁ ସମେତ ବିଭିନ୍ନ ଖାଦ୍ୟ ଖାଇଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସବୁଠାରୁ ମଜାଦାର କଥା ହେଉଛି, ପିଲାଙ୍କ ପ୍ରିୟ କାଳ୍ପନିକ ଚରିତ୍ର "ୱିନି ଦି ପୁହ୍"ର ୧୦୦ତମ ବାର୍ଷିକୀ ଅବସରରେ ଏହି ଘଟଣା ଘଟିଛି।

ମହୁ ଖାଇବାକୁ ଭଲ ପାଉଥିବା ୱିନି ଦି ପୁହ୍ ସହ ଭାଲୁର ଏହି କାଣ୍ଡକୁ ଅନେକ ଲୋକ ଯୋଡ଼ି ଦେଖୁଛନ୍ତି।Advertisment ଲାଇବ୍ରେରି ଖୋଲିଲା, ପଶିଲା ଭାଲୁ ଏହି ଘଟଣା କାଲିଫର୍ଣ୍ଣିଆର ମାମଥ୍ ଲେକ୍ସ ଲାଇବ୍ରେରୀରେ ଘଟିଛି।

ଅକ୍ଟୋବର ୧୪ ତାରିଖ ସକାଳ ପ୍ରାୟ ୬ଟା ୧୦ ମିନିଟ୍‌ରେ ଭାଲୁଟି ଲାଇବ୍ରେରି ଭିତରକୁ ପଶିଥିଲା।

ସେତେବେଳେ ଲାଇବ୍ରେରୀ ଖୋଲିବାକୁ ଆହୁରି ପ୍ରାୟ ଚାରି ଘଣ୍ଟା ବାକି ଥିଲା।

ଏହି ସମୟରେ ସେଠାରେ କୌଣସି ପାଠକ ନଥିବାରୁ ଭାଲୁଟି ନିର୍ଭୟରେ ଭିତରେ ବୁଲାବୁଲି କରିଥିଲା।

ଲାଇବ୍ରେରିର ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଛି।

ମହୁ ସହ ଖାଇଲା କୁକିଜ୍ ଓ ପିନଟ୍ ବଟର୍ ଲାଇବ୍ରେରି ଭିତରକୁ ପଶିବା ପରେ ଭାଲୁଟି ସିଧାସଳଖ କର୍ମଚାରୀଙ୍କ ପାଇଁ ରଖାଯାଇଥିବା ଖାଦ୍ୟ ପାଖକୁ ଯାଇଥିଲା।

ସେଠାରେ ଥିବା ପିନଟ୍ ବଟର୍, ପିଚ୍ କପ୍, କୁକିଜ୍ ଏବଂ ଏକ ମହୁ ବୋତଲରୁ ଖାଦ୍ୟ ଖାଇଥିଲା।

ବିଶେଷ କଥା ହେଉଛି, ଭାଲୁଟି ମହୁ ଖାଇବା ପରେ ଲାଇବ୍ରେରିର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲା।

ଏପରିକି ନୂଆ ବହି ରଖାଯାଇଥିବା ବିଭାଗ ଓ ରେଫରେନ୍ସ ଡେସ୍କ ନିକଟରେ ମଧ୍ୟ ବୁଲୁଥିବା ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି।

କ୍ଷତି ନକରି ଚାଲିଗଲା ଭାଲୁ ଏହି ଘଟଣା ପରେ ଲାଇବ୍ରେରି କର୍ତ୍ତୃପକ୍ଷ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।

କାରଣ, ଭାଲୁଟି ଭିତରେ ବୁଲିବା ସତ୍ତ୍ୱେ କୌଣସି ବହି ନଷ୍ଟ ହୋଇନାହିଁ କିମ୍ବା ତାକ ଭାଙ୍ଗିନାହିଁ।

ଖାଦ୍ୟ ଖାଇବା ପରେ ଭାଲୁଟି ନିଜେ ଲାଇବ୍ରେରୀରୁ ବାହାରି ଚାଲିଯାଇଥିଲା।

ମୋନୋ କାଉଣ୍ଟି ଫ୍ରି ଲାଇବ୍ରେରୀଜ୍ ପକ୍ଷରୁ ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ କରାଯିବା ପରେ ଏହା ଚର୍ଚ୍ଚାକୁ ଆସିଛି।

ୱିନି ଦି ପୁହ୍ ର ୧୦୦ତମ ବାର୍ଷିକୀ ସହ ରୋଚକ ସଂଯୋଗ ଲେଖକ ଏ.ଏ.

ମିଲ୍ନେଙ୍କ ଲୋକପ୍ରିୟ ଶିଶୁ ପୁସ୍ତକ "ୱିନି ଦି ପୁହ୍" ପ୍ରଥମେ ୧୪ ଅକ୍ଟୋବର ୧୯୨୬ରେ ପ୍ରକାଶ ପାଇଥିଲା।

୨୦୨୬ ଅକ୍ଟୋବର ୧୪ରେ ଏହାର ୧୦୦ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ସେହି ଦିନ ଲାଇବ୍ରେରୀରେ ଭାଲୁର ମହୁ ଖାଇବା ଘଟଣା ଏକ ରୋଚକ ସଂଯୋଗ ସୃଷ୍ଟି କରିଛି।

ଲାଇବ୍ରେରି ନିର୍ଦ୍ଦେଶକ ଜୋସେଫ୍ ବପ୍ ମଜାଳିଆ ଢଙ୍ଗରେ କହିଛନ୍ତି ଯେ ପାଠକଙ୍କୁ ସ୍ୱାଗତ କରାଯାଏ, କିନ୍ତୁ ଖାଦ୍ୟ ଲାଇବ୍ରେରୀର ସଂଗ୍ରହର ଅଂଶ ନୁହେଁ।

ବନ୍ୟଜନ୍ତୁଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଏହି ଘଟଣା ଯେତିକି ମଜାଦାର, ସେତିକି ସତର୍କତାର ବାର୍ତ୍ତା ମଧ୍ୟ ଦେଇଛି।

କର୍ତ୍ତୃପକ୍ଷ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ଭାଲୁଙ୍କଠାରୁ ସୁରକ୍ଷିତ ଦୂରତା ରଖିବା, ସେମାନଙ୍କୁ ଖାଦ୍ୟ ନଦେବା ଏବଂ ଆବର୍ଜନାକୁ ସୁରକ୍ଷିତ ପାତ୍ରରେ ରଖିବାକୁ ପରାମର୍ଶ ଦେଇଛନ୍ତି।

କାରଣ, କାଳ୍ପନିକ ଚରିତ୍ର ୱିନି ଦି ପୁହ୍ ପରି ଦେଖାଯାଉଥିଲେ ମଧ୍ୟ ପ୍ରକୃତ ଭାଲୁ ଏକ ବନ୍ୟଜନ୍ତୁ।

ତେଣୁ ସେମାନଙ୍କ ନିକଟକୁ ଯିବା କିମ୍ବା ସେମାନଙ୍କୁ ଖାଇବାକୁ ଦେବା ବିପଜ୍ଜନକ ହୋଇପାରେ।

Bollywood movies: ୪ ଦିନରେ ୪୨୪ କୋଟି ଆୟ କଲା "ଜେଲର୍ ୨", ବକ୍ସ ଅଫିସ୍‌ରେ ରଜନୀକାନ୍ତଙ୍କ ଦମଦାର ଧମାକା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)