Stray Dogs: ଦୁଷ୍କର୍ମ ଉଦ୍ୟମରୁ ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର କଲେ ବୁଲା କୁକୁର, ନାବାଳକ ଗିରଫ

Sep 04, 2026 - 12:06
Stray Dogs: ଦୁଷ୍କର୍ମ ଉଦ୍ୟମରୁ ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର କଲେ ବୁଲା କୁକୁର, ନାବାଳକ ଗିରଫ

"କୋଏମ୍ବାଟୋର: ତାମିଲନାଡୁର କୋଏମ୍ବାଟୋର ସହର ନିକଟସ୍ଥ ଥୁଡିୟାଲୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।

ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବା ଜଣେ ୧୭ ବର୍ଷୀୟ ନାବାଳକକୁ ବୁଲା କୁକୁରମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ଘଉଡ଼ାଇ ଦେଇଛନ୍ତି।

ଏହି ସମ୍ପୂର୍ଣ୍ଣ ଘଟଣାର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ନାବାଳକକୁ ଗିରଫ କରିଛି।

ଥୁଡିୟାଲୁରର ଏନଜିଜିଓ କଲୋନୀରେ ଏକ ଛୋଟ ଦୋକାନରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା।

ଏହି ମାମଲାର ତଦନ୍ତ ପାଇଁ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଥିବା ସମୟରେ ଅଚାନକ ଏହି ଦୁଷ୍କର୍ମ ଉଦ୍ୟମର ଦୃଶ୍ୟ ପୁଲିସ ନଜରକୁ ଆସିଥିଲା।Advertisment ଜଣେ ୧୭ ବର୍ଷୀୟ ନାବାଳକ ଦ୍ବାରା ଦୁଷ୍କର୍ମ ଉଦ୍ୟମ ଗୁରୁବାର ଭୋର ସମୟରେ ରେଳ ଓଭରବ୍ରିଜ୍ ସର୍ଭିସ୍ ରୋଡ୍ କଡ଼ରେ ଜଣେ ମାନସିକ ଅନଗ୍ରସର ମହିଳା ବସିଥିଲେ ଏବଂ ସେଠାରେ ଦୁଇଟି ବୁଲା କୁକୁର ମଧ୍ୟ ଥିଲେ।

ନିଶାସକ୍ତ ଅବସ୍ଥାରେ ଜଣେ ନାବାଳକ ମହିଳାଙ୍କ ନିକଟକୁ ଆସି ପ୍ରଥମେ ଗୋଟିଏ ପଥର ଉଠାଇ କୁକୁର ଦ୍ୱୟଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା।

କୁକୁର ଦୁଇଟି ଅଳ୍ପ ଦୂରକୁ ଯାଇ ତା'' ଉପରକୁ ଭୋକିବାକୁ ଲାଗିଥିଲେ।

ଏହାପରେ ନାବାଳକ ଜଣକ ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାରୁ ମହିଳା ଜଣକ ଭୟଭୀତ ହୋଇ ପାଟି କରିଥିଲେ।

ମହିଳାଙ୍କ ଚିତ୍କାର ଶୁଣି ଦୁଇଟି ବୁଲା କୁକୁର ତୁରନ୍ତ ନାବାଳକ ଉପରକୁ ଡେଇଁପଡ଼ି ତା'' ଗୋଡ଼କୁ କାମୁଡ଼ି ଟାଣିବାକୁ ଲାଗିଥିଲେ, ଯାହା ଫଳରେ ଭୟଭୀତ ହୋଇ ସେ ସେଠାରୁ ଦୌଡ଼ି ପଳାଇଥିଲା।

ଗୋଟିଏ କୁକୁର ତାକୁ ବହୁ ଦୂର ଯାଏଁ ଗୋଡ଼ାଇଥିବା ସିସିଟିଭିରେ ଦେଖିବାକୁ ମିଳିଛି।

ସିସିଟିଭି ଫୁଟେଜକୁ ଆଧାର କରି ଥୁଡିୟାଲୁର ପୁଲିସ ଅଭିଯୁକ୍ତ ନାବାଳକକୁ ଚିହ୍ନଟ କରି ଗିରଫ କରିଥିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।

Plane crash: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)