29 OCTOBER 2026

Welcome!

Unlock your personalized experience.
Sign Up

State Home Department: ରାଜ୍ୟ ଗୃହ ବିଭାଗର ନି‌ର୍ଦ୍ଦେଶ: ଦୁର୍ଦ୍ଦାନ୍ତ ଶିବା ଉପରୁ ହଟିବ ଏନ୍ଏସ୍ଏ

Oct 29, 2026 - 06:15
State Home Department: ରାଜ୍ୟ ଗୃହ ବିଭାଗର ନି‌ର୍ଦ୍ଦେଶ: ଦୁର୍ଦ୍ଦାନ୍ତ ଶିବା ଉପରୁ ହଟିବ ଏନ୍ଏସ୍ଏ

ରାୟଗଡ଼ା: ରାୟଗଡ଼ାର କୁଖ୍ୟାତ ଅପରାଧୀ ହାଡ଼ିପା ଶିବା ଉପରେ ଲାଗିଥିବା ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛି ରାଜ୍ୟ ଗୃହ ବିଭାଗ। ରାୟଗଡ଼ା ଜିଲ୍ଲାପାଳ ଶିବା ଉପରେ ଏନ୍ଏସ୍ଏ ଲଗାଇବା ନେଇ ଯେଉଁ କାରଣ ଦର୍ଶାଯାଇଥିଲା ତାହା ଯୁକ୍ତିଯୁକ୍ତ ଓ ପର୍ଯ୍ୟାପ୍ତ ନୁ‌ହେଁ। ଏନେଇ ଜାତୀୟ ସୁରକ୍ଷା ଆଇନ ପରାମର୍ଶଦାତା ବୋର୍ଡର ତର୍ଜମା ରିପୋର୍ଟ ଏବଂ ମତାମତକୁ ବିଚାର କରିବା ପରେ ରାୟଗଡ଼ା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ବାରା ଅଗଷ୍ଟ ୨୮ରେ ଦିଆଯାଇଥିବା ଅଟକ ଆଦେଶ ନଂ-୧୮୭୪କୁ ପ୍ରତ୍ୟାହାର କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ଗୃହ ବିଭାଗ ଯୁଗ୍ମସଚିବ ଶରତ ଚନ୍ଦ୍ର ମାରାଣ୍ଡି ରାୟଗଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। 

Cyclone: ବାତ୍ୟା ସମୟରେ ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ଏନ୍ଏସ୍ଏ ରୁ ତାଙ୍କୁ ମୁକ୍ତ କରିବା ସହ ଆଦେଶ ନେଇ ସମ୍ବଲପୁର ସର୍କଲ ଜେଲ୍‌ ଅଧୀକ୍ଷକଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ଆସିବା ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଶିବାଙ୍କ ଓକିଲ ନବ କୁମାର କାଣ୍ଟା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାୟଗଡ଼ା ରେଲି ସାହି ନିବାସୀ ଶିବା ନାମରେ ୬୪ଟି ଆପରାଧିକ ମାମଲା ରହିଛି। ଗତ ଜୁନ୍ ମାସରେ ଶିବାର ପୁଅ ହାଡ଼ିପା ନିଖିଲକୁ କିଛି ଅପରାଧୀ ଗୁଳି କରି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ପରେ ଶିବା ଗୋଷ୍ଠୀ ପକ୍ଷରୁ ପ୍ରତି ଆକ୍ରମଣ ପାଇଁ ଉଦ୍ୟମ କରାଯାଇଥିଲା। ଯାହାକୁ ନେଇ ସହରରରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା। ଶିବା ଉପରେ ଏନ୍ଏସ୍ଏ ଲାଗିବା ପରେ ତାଙ୍କ ଓକିଲ ନବ କୁମାର କାଣ୍ଟାଙ୍କୁ କୌଣସି ସୂଚନା ଦିଆଯାଇନଥିଲା ଏବଂ ଶିବାର ପତ୍ନୀଙ୍କୁ ପୁଲିସ ଏନ୍ଏସ୍ଏ ଲାଗିଥିବା ନେଇ ତରବରିଆ ନୋଟିସ୍ ଜାରି କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଶିବା ବର୍ତ୍ତମାନ ସମ୍ବଲପୁର ସର୍କଲ ଜେଲ୍‌ରେ ଅଛି।

Neglect: ତୃଷାର୍ତ୍ତ ଜୁଆଙ୍ଗଙ୍କୁ ପସନ୍ଦ ଝରଣା ପାଣି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)