29 OCTOBER 2026

Welcome!

Unlock your personalized experience.
Sign Up

Mobile services: ଅନୁଗୋଳର ଅନେକ ଗାଁକୁ ମୋବାଇଲ୍‌ ସେବା ଅପହଞ୍ଚ

Oct 29, 2026 - 05:13
Mobile services: ଅନୁଗୋଳର ଅନେକ ଗାଁକୁ ମୋବାଇଲ୍‌ ସେବା ଅପହଞ୍ଚ

ଅନୁଗୋଳ (ପ୍ରଭାତ କୁମାର ବେହେରା): ଇଣ୍ଟରନେଟ୍‌ ଯୋଗୁ କ୍ଷଣକରେ ସାରା ବିଶ୍ବର ସବୁ ଖବର ମିଳିପାରୁଛି। ଇଣ୍ଟରନେଟ୍‌ ବ୍ୟବହାର କରି ପାଠପଢ଼ାଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ ବ୍ୟବସାୟ, ଡିଜିଟାଲ ପେମେଣ୍ଟ ଭଳି ଅନେକ କାମ ସହଜରେ ହୋଇପାରୁଛି। ଏପରିକି ୟୁଟ୍ୟୁବ୍‌, ଫେସ୍‌ବୁକ ଆଦି ଜରିଆରେ ଲୋକେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଥିବା ଦେଖାଯାଉଛି। ତେବେ, ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାର ବହୁ ଗାଁରେ ଏବେ ବି ମୋବାଇଲ୍‌ ସେବା ଉପଲବ୍‌ଧ ନାହିଁ। ୨୯ ଅକ୍ଟୋବର ଅର୍ନ୍ତଜାତୀୟ ଇଣ୍ଟରନେଟ୍‌ ଦିବସ ପାଳିତ ହେଉଥିବା ବେଳେ ଜିଲ୍ଲାର ବଣଜଙ୍ଗଲ ଘେରା ଅନେକ ଗାଁ ଲୋକଙ୍କ ପାଇଁ ଇଣ୍ଟରନେଟ୍‌ ସେବା ଏବେ ବି ସ୍ବପ୍ନ ହୋଇ ରହିଛି।

Sankalpa Bharat: ଦେଶପ୍ରେମ, ଯୁବଶକ୍ତି, ମହିଳା ସଶକ୍ତୀକରଣ ଓ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ

ଅନୁଗୋଳ ଜିଲ୍ଲାର ୨୨୫ ପଞ୍ଚାୟତ ମଧ୍ୟରୁ ମାତ୍ର ୧୨୦ଟି ପଞ୍ଚାୟତରେ ବିଏସ୍‌‌ଏନ୍‌ଏଲ୍‌ ମୋବାଇଲ ସେବା ଉପଲବ୍‌ଧ ରହିଛି।  କିଛି ଅଞ୍ଚଳରେ କେତେକ ଘରୋଇ କମ୍ପାନି ଇଣ୍ଟରନେଟ୍‌ ସେବା ଯୋଗାଇ ଦେଉଛନ୍ତି। ତଥାପି, ଶତାଧିକ ଗାଁ ଇଣ୍ଟରନେଟ ସେବାରୁ ବଞ୍ଚିତ ରହିଛନ୍ତି। ଆଠମଲ୍ଲିକ ବ୍ଲକ୍‌ର ମିନ୍ଦୋଳ, ଲକ୍ଷ୍ମୀପୁର, ଗୁଡ଼ିଆମୁଣ୍ଡା, ବିପ୍ରଡିହ, ତରଣ୍ଡା, ମଇମୁରା, ଆନନ୍ଦପୁର, ସିନ୍ଦୂରଖୋଳ, ହାତୀଗେଞ୍ଜ, ବରଢିପ ଗାଁରେ ମୋବାଇଲ୍‌ ନେଟ୍‌ୱର୍କ ଏବେ ବି ଅପହଞ୍ଚ। ସେହିପରି କିଶୋରନଗର ବ୍ଲକ୍‌ ଜାମୁଝରୀ, ପଥରଗଡ଼, ରଙ୍ଗମାଟି ଭଳି ଅନେକ ଗାଁରେ ନାହିଁ ମୋବାଇଲ ନେଟ୍‌ୱର୍କ। ଅନୁଗୋଳ ବ୍ଲକ୍‌ର ତରଭା, ମାଣିକଯୋଡ଼ି, ସିଟିକୋଇଲି, କନ୍ଧକୋଇଲି, ପଥରଗଡ଼, ବେତର, କରାବିରାଖୋଲ ଗାଁରେ ମୋବାଇଲ ନେଟ୍‌ୱର୍କ ସ୍ବପ୍ନ ପାଲଟିଛି। ଗଛ ଚଢ଼ିଲେ କିମ୍ବା ଘର ଛାତ ଉପରକୁ ଗଲେ କେତେକ ଗାଁରେ ‌ମୋବାଇଲ ଫୋନ୍ ସେବା ମିଳୁଛି। ସେପଟେ ପାଳଲହଡ଼ା ବ୍ଲକ୍‌ରେ ମୋବାଇଲ୍‌ ନେଟ୍‌ୱର୍କ ନଥିବା ଗାଁର ତାଲିକା ବେଶ୍‌ ଲମ୍ବା। ସବୁଠାରୁ ବଡ଼କଥା ହେଲା, ଗାଁରେ ମୋବାଇଲ ସେବା ନଥିବାରୁ ଝିଅ ବିବାହ ଦେବାକୁ ଲୋକେ ଅମଙ୍ଗ ହେଉଥିବା ଅଭିଯୋଗ ହୋଇଛି। ସିନ୍ଦୂରଖୋଳ ଗାଁର ଶ୍ରୀକାନ୍ତ ସାହୁ କହିଛନ୍ତି, ଏବେ ବି ତାଙ୍କ ଗାଁ ଯୁବକଙ୍କୁ ଝିଅ ବିବାହ ଦେବାକୁ ଆଗ୍ରହ ଦେଖାଉନାହାନ୍ତି। ବଲଙ୍ଗ ଗାଁର ସୁଶାନ୍ତ ପ୍ରଧାନ ମଧ୍ୟ ସମାନ କଥା କହିଛନ୍ତି।

MLC Election: କର୍ଣ୍ଣାଟକ ଏମ୍‌ଏଲ୍‌ସି ନିର୍ବାଚନରେ ବିଜେପିର ବଡ଼ ବିଜୟ ପରେ ଡିକେ ଶିବକୁମାରଙ୍କୁ କଟାକ୍ଷ

ଏ‌ବେ ସରକାର ସବୁ କାମ ପାଇଁ ଅନ୍‌ଲାଇନରେ ଆବେଦନ କରିବାକୁ କହୁଛନ୍ତି। କିନ୍ତୁ, ଯେଉଁଠି ଇଣ୍ଟରନେଟ୍‌ ସୁବିଧା ନାହିଁ ସେଠାରେ ବିକଳ୍ପ ବ୍ୟବସ୍ଥା କରାଯାଉନି। ଫଳରେ ଲୋକମାନେ ବିଭିନ୍ନ କାମ ପାଇଁ ୧୦ରୁ ୩୦ କିମି ପର୍ଯ୍ୟନ୍ତ ଯାଉଛନ୍ତି। ସେହିପରି ପାଠପଢ଼ା, ସରକାରୀ ଚାକିରି ଆବେଦନ, ରେଜଲ୍ଟ ଦେଖିବା, ଦର ଦେଖିବା, ଚାଷୀଙ୍କ ଯୋଜନା ନେଇ ଆବେଦନ, ଆଧାର, ରାସନ କାର୍ଡ, ଜନ୍ମ ପ୍ରମାଣପତ୍ର, ଭୂଲେଖ ଇତ୍ୟାଦି କାମ ହୋଇପାରୁନାହିଁ। ସେପଟେ ସାରା ବିଶ୍ବ ଇଣ୍ଟରନେଟ ଦିବସ ପାଳନ କରୁଥିବା ବେଳେ ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାରେ ଏପରି ବିକଳ ଚିତ୍ର ଦେଖିବାକୁ ମିଳୁଛି। ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରା କହିଛନ୍ତି, ବିଭିନ୍ନ ଟେଲିକମ୍‌ ସଂସ୍ଥା ସହିତ ଯୋଗାଯୋଗ କରି ସମାଧାନ ପାଇଁ ଉଦ୍ୟମ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)