Abhishek back at No. 1: ଅଭିଷେକ ପୁଣି ୧ ନଂ: ଦିନିକିଆ ଶୃଙ୍ଖଳାରୁ ପ୍ରସିଦ୍ଧ ବାଦ

Oct 29, 2026 - 07:02
Abhishek back at No. 1: ଅଭିଷେକ ପୁଣି ୧ ନଂ: ଦିନିକିଆ ଶୃଙ୍ଖଳାରୁ ପ୍ରସିଦ୍ଧ ବାଦ

ଦୁବାଇ: ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାରେ ପୁଣି ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା।

ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ମ୍ୟାଚ୍‌‌ରେ ମାତ୍ର ୩୫ ବଲ୍‌ରୁ ଶତକ ହାସଲ କରିଥିବା ଅଭିଷେକ ବ୍ୟକ୍ତିଗତ ଭାବେ ୮୯୭ ପଏଣ୍ଟ୍‌ରେ ପହଞ୍ଚି ପୁଣି ଥରେ ଶୀର୍ଷ ସ୍ଥାନ ଦଖଲ କରି ନେଇଛନ୍ତି।

ତେବେ ଖରାପ ଫର୍ମ ଯୋଗୁଁ ଭାରତୀୟ ଅଧିନାୟକ ଶ୍ରେୟସ ଆୟର୍‌ ଚାରିଟି ସ୍ଥାନ ତଳକୁ ଖସି ନବମରେ ପହଞ୍ଚି ଯାଇଛନ୍ତି।

Advertisment Sankalpa Bharat: ଦେଶପ୍ରେମ, ଯୁବଶକ୍ତି, ମହିଳା ସଶକ୍ତୀକରଣ ଓ ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ବୁଧବାର ପ୍ରକାଶିତ ନୂଆ ମାନ୍ୟତାରେ ପାକିସ୍ତାନର ସାହେବଜାଦା ଫରହାନ ( ୮୮୩ ପଏଣ୍ଟ) ଦ୍ୱିତୀୟ, ଭାରତର ଈଶାନ କିଶନ ( ୮୬୬ ପଏଣ୍ଟ) ତୃତୀୟ, ଇଂଲଣ୍ଡର ହ୍ୟାରି ବ୍ରୁକ୍‌ (୭୯୩) ଚତୁର୍ଥ ଏବଂ ଜୋସ୍‌ ବଟଲର୍‌ (୭୮୯) ପଞ୍ଚମ ସ୍ଥାନରେ ରହିଛନ୍ତି।

ସେହିଭଳି ଡେୱାଲ୍ଡ ବ୍ରେଭିସ୍‌ (ଦକ୍ଷିଣ ଆଫ୍ରିକା, ୭୮୯), ଫିଲ୍‌ ସଲ୍ଟ (ଇଂଲଣ୍ଡ, ୭୭୫), ସାଇ ହୋପ୍‌ (ୱେଷ୍ଟଇଣ୍ଡିଜ୍‌, ୭୫୯) ଓ ଶ୍ରେୟସ୍‌ ଆୟର, (ଭାରତ, ୭୫୮) ଷଷ୍ଠରୁ ନବମ ସ୍ଥାନରେ ଅଛନ୍ତି।

ଭାରତର ତିଳକ ବର୍ମା (୭୨୪ ପଏଣ୍ଟ୍‌) ଦଶମ ସ୍ଥାନ ଅଧିକାର କରିଛନ୍ତି।

ଦିନିକିଆ ଶୃଙ୍ଖଳାରୁ ପ୍ରସିଦ୍ଧ ବାଦ ବେଙ୍ଗାଲୁରୁ: ନଭେମ୍ବର ୪ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣ ବାଦ ପଡ଼ିଛନ୍ତି।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳା ବେଳେ ତାଙ୍କ ଜଙ୍ଘରେ ଆଘାତ ଲାଗିଥିଲା।

ସେ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଫିଟ୍‌ ହୋଇ ନଥିବାରୁ ତାଙ୍କୁ ବାଦ ଦିଆଯାଇଛି।

ତାଙ୍କ ସ୍ଥାନରେ ଜମ୍ମୁୁ ଓ କଶ୍ମୀର ଦ୍ରୁତ ବୋଲର ଆକିବ ନବି ଦଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି।

ନ୍ୟୁଜିଲାଣ୍ଡ'ଏ' ବିପକ୍ଷ ମ୍ୟାଚ୍‌ରେ ନବି ଭଲ ପ୍ରଦର୍ଶନ କରିଥିଲେ।

ବିସିସିଆଇ ସୂତ୍ରରୁ ଜଣାପଡ଼ିଛି ଯେ ନଭେମ୍ବର ୧ ଓ ୨ରେ ପ୍ରସିଦ୍ଧଙ୍କ ଫିଟନେସ୍‌ ପରୀକ୍ଷା ବେଙ୍ଗାଲୁରୁସ୍ଥିତ ଉତ୍କର୍ଷ କେନ୍ଦ୍ରରେ କରାଯିବ।

ସେଥିରେ ଫିଟ୍‌ ପ୍ରମାଣିତ ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ଟେଷ୍ଟ ଶୃଙ୍ଖଳାରେ ତାଙ୍କୁ ଖେଳାଯାଇପାରେ।

Neglect: ତୃଷାର୍ତ୍ତ ଜୁଆଙ୍ଗଙ୍କୁ ପସନ୍ଦ ଝରଣା ପାଣି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ନଭେମ୍ବର ୧୯ରୁ ଓ ଦ୍ବିତୀୟ ଟେଷ୍ଟ ନଭେମ୍ବର ୨୭ରୁ ଆରମ୍ଭ ହେବ।

ବିଶ୍ବଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ଦୌଡ଼ ରେ ରହିବା ଲାଗି ଏହି ଶୃଙ୍ଖଳା ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସେଥିରେ ପ୍ରସିଦ୍ଧଙ୍କୁ ଖେଳାଯିବା ଉପରେ ଭାରତୀୟ ଦଳ ବିଶେଷ ଗୁରୁତ୍ବ ପ୍ରଦାନ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)