State cabinets 41st meet ରାଜ୍ୟ‌ କ୍ୟାବିନେଟ୍‌ରେ ୫ ବିଭାଗର ୧୦ ପ୍ରସ୍ତାବକୁ ଅନୁମୋଦନ

Jun 09, 2026 - 05:51
State cabinets 41st meet ରାଜ୍ୟ‌ କ୍ୟାବିନେଟ୍‌ରେ ୫ ବିଭାଗର ୧୦ ପ୍ରସ୍ତାବକୁ ଅନୁମୋଦନ

"ଭୁବନେଶ୍ୱର: ଆଜି  (ସୋମବାର) ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୧ତମ  ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।

ଏଥିରେ ଗଙ୍‌ଗୁଆ, ଦୟା ନଦୀର ଜଳର ବିଶୋଧନ ଆଦି ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ରହିଛି।

Advertisment ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ସେ ଦେଇଥିବା ସୂଚନାନୁସାରେ, ବୈଠକରେ ୫ ଟି ବିଭାଗର ୧୦ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି ।

ଏହା ମଧ୍ୟରେ,  ଶିଳ୍ପ ବିଭାଗର ୨ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୪ ଟି, ଜଳ ସମ୍ପଦ ବିଭାଗର ୨ଟି, ରାଜସ୍ବ ୧ଟି, ପର୍ଯ୍ୟଟନ ବିଭାଗର ୧ଟି ଏହିପରି ୫ଟି ବିଭାଗର ୧୦ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି l"