Srilanka:ଶ୍ରୀଲଙ୍କା କାରାଗାରରେ କଏଦୀଙ୍କ ମଧ୍ୟରେ ସଂଘର୍ଷ; ୨୫ ମୃତ
"କଲୋମ୍ବୋ: ଶ୍ରୀଲଙ୍କାର ଏକ କାରାଗାରରେ କଏଦୀଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ଘଟି ଅତିକମ୍ରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି।
ମୃତକଙ୍କ ମଧ୍ୟରେ ଜେଲ୍ ଅଧିକାରୀ ମଧ୍ୟ ଅଛନ୍ତି।
କାରାଗାରରେ କଏଦୀଙ୍କ ସଂଘର୍ଷ ଭୟଙ୍କର ହେବାପରେ ଏହାକୁ ନିୟନ୍ତ୍ରଣ କରିବାକୁ କର୍ତ୍ତୃପକ୍ଷ ସେନାକୁ ଡାକିଥିଲେ।Advertisment ଆହୁରି ପଢନ୍ତୁ: Kolkata:ଇସିଙ୍କ ନିକଟରେ ଜବାବ ଦାଖଲ କଲେ ମମତାଙ୍କ ଗୋଷ୍ଠୀ ଶ୍ରୀଲଙ୍କାର ଉପକୂଳବର୍ତ୍ତୀ ସହର ନେଗୋମ୍ବୋରେ ଥିବା କାରାଗାରରେ କ୍ଷମତାଠାରୁ ଅଧିକ ବନ୍ଦୀ ଥିବାବେଳେ ଦୋଷୀ ସାବ୍ୟସ୍ତ କଏଦୀ ଓ ଅଟକ ଥିବା ଅଭିଯୁକ୍ତଙ୍କ ମଧ୍ୟରେ ରବିବାର ସଂଘର୍ଷ ଆରମ୍ଭ ହୋଇଥିଲା।
କଲୋମ୍ବୋଠାରୁ ୫୫ କିମି ଦୂରରେ ଅବସ୍ଥିତ ଏହି କାରଗାରରେ ବିବାଦ ନିଶା କାରବାରକୁ ନେଇ ହୋଇଥିବା ଜଣାପଡ଼ିଛି।
ତେବେ ସୋମବାର ବିବାଦ ବଢ଼ିବାରୁ କଏଦୀ କାରାଗାରର ବନ୍ଧୁକ ଛଡ଼େଇ ନେଇ ବ୍ୟବହାର କରିଥିଲେ।
ପୁଲିସ ସୂତ୍ର ଅନୁଯାୟୀ, ଜେଲ୍ ଭିତର ଏବେବି ସଫା କରାଯାଉଛି ଓ ଅଧିକାରୀମାନେ ମୃତକ ଓ ଆହତମାନଙ୍କୁ ଗଣନା କରୁଛନ୍ତି।
ଶ୍ରୀଲଙ୍କା କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଥିବା ବେଳେ, ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଜେଲ ଭିତରେ ନିଶା କାରବାରକୁ ସମର୍ଥନ କରୁଥିବା କଏଦୀଙ୍କ ଏକ ଗୋଷ୍ଠୀ ଓ ଏହାକୁ ବିରୋଧ କରୁଥିବା ଅନ୍ୟ ଏକ ଗୋଷ୍ଠୀ ମଧ୍ୟରେ ହିଂସା ଘଟିଥିଲା।
ଆହୁରି ପଢନ୍ତୁ:IPS: ବରିଷ୍ଠ ଆଇପିଏସ୍ ଅଫିସର ଅମିତ ଗର୍ଗ ଏନ୍ସିଆର୍ବି ମୁଖ୍ୟ: ଆଲୋକ କୁମାର ମିତ୍ତଲ ହେବେ ବିପିଆର୍ଡି ମୁଖ୍ୟ ଶ୍ରୀଲଙ୍କାର ନ୍ୟାୟ ମନ୍ତ୍ରୀ ହର୍ଷନା ନନୟକରା ଜେଲ ହିଂସା ଉପରେ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି।
ଏହି ସଂଘର୍ଷ ପରେ ଜେଲ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରାଯାଇଛି।
ହିଂସା ରୋକିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ (ଏସ୍ଟିଏଫ୍) ନିୟୋଜିତ କରାଯାଇଛି।
ସଂଘର୍ଷରେ ସାମିଲ ଥିବା ତିନି ଜଣଙ୍କୁ ପଲ୍ଲାନସେନା ଜେଲକୁ ସ୍ଥାନାନ୍ତର କରାଯାଇଛି।
ଜେଲ ବିଭାଗର ଗଣମାଧ୍ୟମ ମୁଖପାତ୍ର ଏସି ଗଜନାୟକ କହିଛନ୍ତି ଯେ, ବିବାଦର କାରଣ ନିର୍ଣ୍ଣୟ କରିବା ପାଇଁ ଜେଲ କମିସନର ଜେନେରାଲଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।