TRUMP : ବିଶ୍ବକପ୍‌ରେ ଟ୍ରମ୍ପଙ୍କ ହସ୍ତକ୍ଷେପ ! ଆମେରିକୀୟ ଖେଳାଳିଙ୍କ ନିଲମ୍ବନ ପ୍ରତ୍ୟାହାରକୁ ନେଇ ବିବାଦ

Jul 06, 2026 - 21:07
TRUMP : ବିଶ୍ବକପ୍‌ରେ ଟ୍ରମ୍ପଙ୍କ ହସ୍ତକ୍ଷେପ ! ଆମେରିକୀୟ ଖେଳାଳିଙ୍କ ନିଲମ୍ବନ ପ୍ରତ୍ୟାହାରକୁ ନେଇ ବିବାଦ

"ନ୍ୟୁୟର୍କ: ଫୁଟ୍‌ବଲ୍‌ ବିଶ୍ବକପ୍‌ରେ ରାଜନୈତିକ ହସ୍ତକ୍ଷେପକୁ ନେଇ ବିବାଦ ସୃଷ୍ଟି ହୋଇଛି।

ବିବାଦର କେନ୍ଦ୍ରରେ ଅଛନ୍ତି ଖୋଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ତାଙ୍କ ନିର୍ଦ୍ଦେଶରେ ଆମେରିକା ଫୁଟ୍‌ବଲ୍‌ ଦଳର ସଦସ୍ୟ ଫୋଲାରିନ୍‌ ବାଲୋଗନ୍‌ଙ୍କ ନିଲମ୍ବନ ଆଦେଶ ଫିଫା ପକ୍ଷରୁ ପ୍ରତ୍ୟାହାର ହୋଇଥିବା ଅଭିଯୋଗ ହୋଇଛି।Advertisment ଗତ ଗୁରୁବାର ସାନ୍‌ ଫ୍ରାନ୍‌ସିସ୍କୋରେ ଅନୁଷ୍ଠିତ ଆମେରିକା ଓ ବୋସନିଆ ହର୍ଜେଗୋଭିନା ମ୍ୟାଚ୍‌ରେ ବାଲୋଗନ୍‌ଙ୍କୁ ଲାଲ୍‌କାର୍ଡ ପ୍ରଦର୍ଶନ କରାଯାଇ ନିଲମ୍ବନ କରାଯାଇଥିଲା।

ଏହି ନିଲମ୍ବନ ଆଦେଶ ମଙ୍ଗଳବାର ସକାଳେ ବେଲ୍‌ଜିୟମ୍‌ ବିପକ୍ଷ ଆମେରିକାର ପ୍ରିକ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ରେ ବି ଲାଗୁ ହେବାର ଥିଲା।

କିନ୍ତୁ ଏହି ମ୍ୟାଚ୍‌ର ଦିନକ ପୂର୍ବରୁ ଫିଫା ନିଜର ନିଷ୍ପତ୍ତିକୁ ବଦଳାଇ ବାଲୋଗନ୍‌ଙ୍କୁ ଖେଳିବାକୁ ସବୁଜ ସଂକେତ ଦେଇଥିଲା।

ଫିଫା ନିଜ ନିଷ୍ପତ୍ତିରେ କହିଥିଲା ଯେ ତାଙ୍କ ଉପରେ ନିଲମ୍ବନ ଆଦେଶ ତୁରନ୍ତ ଲାଗୁ ହେବ ନାହିଁ ଓ ତାଙ୍କୁ ଏକ ବର୍ଷ ପର୍ଯ୍ୟବେକ୍ଷଣ ଅବଧିରେ ରଖାଯାଇଛି।

ସୂଚନାଯୋଗ୍ୟ ଯେ ୧୯୬୨ ପରେ ପ୍ରଥମ ଥର ପାଇଁ କୌଣସି ଲାଲକାର୍ଡ ନିଲମ୍ବନ ଆଦେଶ ତୁରନ୍ତ ଲାଗୁ ହୋଇନାହିଁ।

ଆହୁରି ପଢନ୍ତୁ: Manipur:ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର ୨ ଯବାନ ସହିଦ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜଣେ ଆମେରିକୀୟ ବରିଷ୍ଠ ଅଧିକାରୀ ସ୍ବୀକାର କରିଛନ୍ତି ଯେ ବାଲୋଗନ୍‌ଙ୍କ ନିଲମ୍ବନ ଆଦେଶ ପ୍ରସଙ୍ଗରେ ଟ୍ରମ୍ପ ଫିଫା ମୁଖ୍ୟ ଗିଆନି ଇନଫାଣ୍ଟିନୋଙ୍କୁ ଫୋନ କରିଥିଲେ।

ଏହି ଆଲୋଚନା ସମୟରେ ଟ୍ରମ୍ପ ଜାଣିବାକୁ ଚାହିଁଥିଲେ ଯେ ବାଲୋଗନ୍‌ଙ୍କୁ କାହିଁକି ଲାଲକାର୍ଡ ଦେଖାଇ ନିଲମ୍ବନ କରାଗଲା।

ଏହି ଆଲୋଚନା ପରେ ହିଁ ଫିଫାର ଏକ ସ୍ବାଧୀନ ବୋର୍ଡ ନିଜର ନିଷ୍ପତ୍ତିକୁ ବଦଳାଇଦେଇଥିଲା।

ନିଲମ୍ବନ ଆଦେଶ ଆସିବା ପରେ ଟ୍ରମ୍ପ ତାହାକୁ "ଘୋର ଅନ୍ୟାୟ" ବୋଲି କହିଥିବାବେଳେ ନିଲମ୍ବନ ପ୍ରତ୍ୟାହାର ପରେ ଫିଫାକୁ ଟ୍ରମ୍ପ କୃତଜ୍ଞତା ଜଣାଇଥିଲେ।

ଆହୁରି ପଢନ୍ତୁ: Punjab : ପଞ୍ଜାବରେ ନିର୍ବାଚନ ପୂର୍ବରୁ କଂଗ୍ରେସରେ ବିବାଦ ତୀବ୍ର: ଶକ୍ତି ପ୍ରଦର୍ଶନ ପାଇଁ ଦିଲ୍ଲୀ ଗଲା ଚନ୍ନିଙ୍କ ଗୋଷ୍ଠୀଅନ୍ୟପକ୍ଷରେ ଫିଫା ଦ୍ବାରା ଏପରି ନିଷ୍ପତ୍ତି ବଦଳାଇବାକୁ ବିରୋଧ କରିଛି ବେଲ୍‌ଜିୟମ।

ବେଲ୍‌ଜିୟମ ଦଳର ମ୍ୟାନେଜର ରୁଡି ଗ୍ରାସିଆ କହିଛନ୍ତି ଯେ ଆମକୁ ଜଣା ନଥିଲା ଯେ "ଜୁଲାଇ ୫" ହେଉଛି "ଏପ୍ରିଲ୍‌ ଫୁଲ୍‌" ଦିବସ।

ସେହିପରି ବେଲ୍‌ଜିୟମ ଫୁଟ୍‌ବଲ୍‌ ମହାସଂଘ ମଧ୍ୟ କହିଛି ଯେ ଫୁଟ୍‌ବଲ୍‌ର ସ୍ବଚ୍ଛତା ରକ୍ଷା ପାଇଁ ସେମାନେ ଆଇନର ଆଶ୍ରୟ ନେବେ।

ସେହିପରି ଫିଫାର ଏହି ନିଷ୍ପତ୍ତିକୁ ୟୁରୋପୀୟ ଫୁଟ୍‌ବଲ୍‌ ମହାସଂଘ (ୟୁଇଏଫଏ) ମଧ୍ୟ ବିରୋଧ କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।