Horoscope 2026 July 07: ଜାଣନ୍ତୁ ଆଜିର ରାଶିଫଳ...

Jul 07, 2026 - 00:01
Horoscope 2026 July 07: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ଦିନଟି ପରିବାର ପାଇଁ ଖୁସି ନେଇ ଆସିବ।

ମହିଳାମାନଙ୍କ ଲାଗି ଦିନଟି ବହୁତ ଭଲ ରହିବ।

ଆଧ୍ୟାତ୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ।

ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି ଜାରି ରଖନ୍ତୁ। ‌Advertisment ବୃଷ: ଦିନଟି ବ୍ୟସ୍ତତାରେ କଟିବ।

କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ପ୍ରଦାନ କରିବେ।

ଖେଳାଳିମାନେ ଅଧିକ ସମୟ ଅଭ୍ୟାସ କରିବେ।

କୌଣସି ବନ୍ଧୁ ଆପଣଙ୍କ ଘରକୁ ନିମନ୍ତ୍ରଣ ଦେବା ପାଇଁ ଆସିବେ।

ମିଥୁନ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ।

ସମାଜରେ ଆପଣଙ୍କ କାମ ପାଇଁ ପ୍ରଶଂସା ହୋଇପାରେ।

ଅଫିସରେ ଉଚ୍ଚାଧିକାରୀଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।

କୌଣସି ପରିଜନଙ୍କ ଠାରୁ ଖୁସି ଖବର ପାଇବେ।

ନିଜର ଶକ୍ତିକୁ ଭଲ କାମରେ ଲଗାନ୍ତୁ।

ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ସିଂହ: ଆପଣ କୌଣସି କାମକୁ ନେଇ ଉତ୍ସାହିତ ରହିବେ।

କିଛି ବିଚାର ବଳିଷ୍ଠ ଓ ସୃଜାନାତ୍ମକ ହେବ।

ପରିବାରରେ ସବୁ ଲୋକ କୌଣସି ସମାରୋହରେ ସାମିଲ ହେବେ।

ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦିଅନ୍ତୁ।

କନ୍ୟା: କାନୁନ ମାମଲାରେ ଅସ୍ଥିର ହୁଅନ୍ତୁ ନାହିଁ।

ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଭବିଷ୍ୟତରେ ଆସିବାକୁ ଥିବା ଅଶାନ୍ତିରୁ ରକ୍ଷା ପାଇବେ।

ନିଜର କାମକୁ ସାମାନ୍ୟ ଗତିରେ ପୂରା କରିବେ।

ପ୍ରେମ ସମ୍ବନ୍ଧ ମଧୁର ହେବ।

ଆହୁରି ପଢ଼ନ୍ତୁ- NH Safety Concerns ୫୫ ନମ୍ବର ଜାତୀୟ ରାଜପଥ,  ୧୦୦ରୁ ଅଧିକ ସ୍ଥାନରେ ଖାଲ, ଫାଟ, ସ୍ଥିତି ସଙ୍ଗିନ ତୁଳା: କାହାରିକୁ ଦେଇଥିବା ଧାର ଫେରସ୍ତ ପାଇବେ।

ପରିଜନଙ୍କ ସହିତ କୌଣସି ଧାର୍ମିକ ଯାତ୍ରାରେ ଯିବେ।

ମହତ୍ବପୂର୍ଣ୍ଣ ନିର୍ଣ୍ଣୟ ଭାବିଚିନ୍ତି ନିଅନ୍ତୁ।

ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ।

ବିଛା: ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼କୁ ଢଳି ରହିବ।

ବଡ଼ଙ୍କର ଆଶୀର୍ବାଦ ପାଇବେ।

ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ଦାମ୍ପତ୍ୟ ଜୀବନରେ ସୁଖ ପାଇବେ।

ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ।

ଧନୁ: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଯୋଜନା କରିବେ।

ଆପଣଙ୍କର ସାକ୍ଷାତ କୌଣସି ବାଲ୍ୟବନ୍ଧୁ ସହିତ ହେବ।

ଆମୋଦ ପ୍ରମୋଦରେ ଅଧିକ ମନ ଲାଗିବ।

ମନରେ କୌଣସି କାହାଣୀ ଲେଖିବାର ବିଚାର ଆସିବ।‌ ମକର: କୌଣସି ସଂପତ୍ତିର ସଉଦା ତରବରିଆରେ କରନ୍ତୁ ନାହିଁ।

ରାଜନୀତି କ୍ଷେତ୍ରରେ ଥିବା ଲୋକ ବଡ଼ ନେତାଙ୍କ ସହିତ ମିଶିବାର ଅବସର ପାଇବେ।

କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ। ‌ କୁମ୍ଭ: ଦିନଟି ନିଶ୍ଚିତରୂପେ ଫଳଦାୟୀ ହେବ।

ଶିକ୍ଷାରେ ଲାଗି ରହିଥିବା ବାଧା ଦୂର ହେବ।

ଧାର୍ମିକ କାର୍ଯ୍ୟ ପ୍ରତି ଆସ୍ଥାରେ ଆଗକୁ ବଢ଼ିବେ।

ଆପଣଙ୍କର ସାକ୍ଷାତ କିଛି ନୂଆ ଲୋକଙ୍କ ସହିତ ହେବ। ‌ ମୀନ: ଏକରୁ ଅଧିକ ଉତ୍ସରୁ ଧନ ପାଇବେ।

ଶାସକ ଓ ପ୍ରଶାସକ ମାମଲାରେ ଆପଣ ସାବଧାନତା ଅବଲମ୍ବନ କରନ୍ତୁ।

ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।

ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ। ‌"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।