NIA: ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲା: ଏନ୍ଆଇଏ ଅତିରିକ୍ତ ଚାର୍ଜସିଟ୍‌ରେ ହାଫିଜ ସୟିଦ

Jul 06, 2026 - 22:05
NIA: ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲା: ଏନ୍ଆଇଏ ଅତିରିକ୍ତ ଚାର୍ଜସିଟ୍‌ରେ ହାଫିଜ ସୟିଦ

"ଶ୍ରୀନଗର: ୨୦୨୫ ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ପାକିସ୍ତାନ ଷଡ଼୍‌ଯନ୍ତ୍ରକୁ ପ୍ରମାଣ କରିବା ଦିଗରେ ଏକ ପଡ଼ ପଦ‌କ୍ଷେପ ଗ୍ରହଣ ସ୍ବରୂପ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଆଜି ଏକ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରିଛି।

ଏନ୍‌ଆଇଏ ଅତିରିକ୍ତ ଚାର୍ଜସିଟ୍‌ରେ ପାକିସ୍ତାନ ଆତଙ୍କବାଦୀ ଗୋଷ୍ଠୀ ଏଲ୍‌ଇଟି ( ଲସ୍କର-ଏ-‌) ମୁଖ୍ୟ ହାଫିଜ ସୟିଦର ନାଁ ରହିଛି।

ଜମ୍ମୁର ଏନ୍‌ଆଇଏ ସ୍ବତନ୍ତ୍ର କୋର୍ଟରେ ଦାଖଲ ହୋଇଥିବା ଅତିରିକ୍ତ ଚାର୍ଜସିଟ୍‌‌ରେ ସୟିଦର ନାମ ଏହି ଆକ୍ରମଣ ଷଡ଼୍‌ଯନ୍ତ୍ର ପାଇଁ ତା"ର ବ୍ୟକ୍ତିଗତ ଦକ୍ଷତା ଏବଂ ନିଷିଦ୍ଧ ଏଲ୍‌ଇଟି ଓ ଏହାର ପ୍ରକ୍ସି ଟିଆର୍‌ଏଫ୍‌ (ଦି ‌ରେଜିଷ୍ଟାନ୍ସ ଫ୍ରଣ୍ଟ୍‌)ର ମୁଖ୍ୟ ଭାବେ ଦର୍ଶାଯାଇଛି।

ଏନ୍‌ଆଇଏ ଅନୁଯାୟୀ ଅତିରିକ୍ତ ଚାର୍ଜସିଟ୍‌ରେ ସଦ୍ୟ ପ୍ରମାଣ, ପାକିସ୍ତାନ ସମର୍ଥିତ ଷଡ଼୍‌ଯନ୍ତ୍ରର ବିସ୍ତୃତ ସୂଚନା, ଆକ୍ରମଣରେ ହାଫିଜ ସୟିଦର ଭୂମିକା ଏବଂ ବୈଜ୍ଞାନିକ ଅନୁଶୀଳନ ଦ୍ବାରା ମିଳିଥିବା ପ୍ରମାଣ ଆଦି ରହିଛି।

ଉଲ୍ଲେଖଯୋଗ୍ୟ ଗତବର୍ଷ ଡି‌ସେମ୍ବର ୧୫ ତାରିଖରେ ଏନ୍‌ଆଇଏ ଏହି ମାମଲାରେ ୧୫୯୭ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଥିଲା।Advertisment ଆହୁରି ପଢନ୍ତୁ: Haland: ହାଲାଣ୍ଡଙ୍କ ହଲ୍ଲାବୋଲ୍‌: ବ୍ରାଜିଲର ଅଶ୍ରୁଳ ବିଦାୟ, ପ୍ରଥମ ଥର କ୍ବାର୍ଟରରେ ନରୱେ ସୟିଦ ହେଉଛି ଦେଶର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ।

୨୬/୧୧ ମୁମ୍ବାଇ ଆକ୍ରମଣ ସମେତ ଅନେକ ଆକ୍ରମଣରେ ତା"ର ସମ୍ପୃକ୍ତି ରହିଛି।

ବିଏନ୍‌ଏସ ( ଭାରତୀୟ ନ୍ୟାୟ ସଂହିତା) ଏବଂ ବେଆଇନ କାର୍ଯ୍ୟ ନିବାରଣ ଆଇନର ବିଭିନ୍ନ ଧାରା ଅଧୀନରେ ଏନ୍‌ଆଇଏ ତା" ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି।

ଏନ୍‌ଆଇଏ କହିଛି ଯେ ସୀମା ବାହାରୁ ଭାରତୀୟ ମାଟିରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ରହୁଥିବା ପାକିସ୍ତାନ ଷଡ଼୍‌ଯନ୍ତ୍ରର ପର୍ଦ୍ଦାଫାସ ପାଇଁ ଲଗାତାର ତଦନ୍ତ ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ଏନ୍‌ଆଇଏର ପ୍ରଥମ ଚାର୍ଜସିଟ୍‌‌ରେ ୩ ପାକିସ୍ତାନୀ ଆତଙ୍କବାଦୀ ଫୈସଲ ଜାଟ୍ଟ ଓରଫ ସୁଲେମାନ, ହବିବ ତାହିର ଓରଫ ଜିବରନ ଭାଇ ଓ ହମ୍‌ଜା ଆଫଗାନୀର ନାମ ରହିଥିଲା। ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।