Iran: ଖେମିନିଙ୍କ ଅନ୍ତିମ ଯାତ୍ରା

Jul 06, 2026 - 21:07
Iran: ଖେମିନିଙ୍କ ଅନ୍ତିମ ଯାତ୍ରା

"ତେହେରାନ: ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ଅନ୍ତିମ ସଂସ୍କାର ବେଳେ ତେହେରାନରେ ଲକ୍ଷ ଲକ୍ଷ ଲୋକ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୧୦ କିଲୋମିଟର ରାସ୍ତା ଦେଇ ଧାଡ଼ିରେ ଠିଆ ହୋଇଥିଲେ।

ଇରାନର ଜାତୀୟ ଗଣମାଧ୍ୟମ ଏହାକୁ ଦେଶର ଆଧୁନିକ ଇତିହାସର ସବୁଠାରୁ ବଡ଼ ସମାବେଶ ବୋଲି ବର୍ଣ୍ଣନା କରିଛି।

ଖେମିନିଙ୍କ କଫିନ ଥିବା ଗାଡ଼ି ଧୀରେ ଧୀରେ ଆଗକୁ ବଢ଼ୁଥିବାବେଳେ ଲୋକମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା।

ଇରାନ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଖେମିନିଙ୍କ ମରଶରୀରକୁ ଶେଷରେ ହେଲିକପ୍ଟରରେ ଅନ୍ତିମ ସଂସ୍କାର ରାସ୍ତାରେ ଉଡ଼ାଯିବ, ଯାହାଦ୍ୱାରା ଦୂରରେ ଥିବା ଲୋକମାନେ ଶେଷ ସମ୍ମାନ ଜଣାଇପାରିବେ।

ଅନ୍ତିମ ଯାତ୍ରା ପରେ ଖେମିନିଙ୍କ ପାର୍ଥିବ ଶରୀରକୁ ଧାର୍ମିକ ରୀତିନୀତି ପାଇଁ କୋମ ନିଆଯିବ।

ଏହାପରେ ପୈତୃକ ସହର ମଶହଦରେ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯିବ।Advertisment ଆହୁରି ପଢନ୍ତୁ: Embankment Breach ୫୦ ଫୁଟ୍ ଧସିଲା ଗେଙ୍ଗୁଟି ନଦୀବନ୍ଧ ତେବେ ନିହତ ସର୍ବୋଚ୍ଚ ନେତାଙ୍କ ଶବଯାତ୍ରାରେ ଶୋକସନ୍ତପ୍ତ ଲୋକମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ଦେଖାଯାଇଥିଲା।

ଶୋଭାଯାତ୍ରାରେ ସାମିଲ ଲୋକମାନେ ବହୁସଂଖ୍ୟାରେ ପତାକା, ପ୍ଲାକାର୍ଡ଼ ଓ ପୋଷ୍ଟର ଧରିଥିଲେ ଯେଉଁଥିରେ ଟ୍ରମ୍ପ ଓ ନେତାନ୍ୟାହୁଙ୍କୁ ହତ୍ୟା କରିବାକୁ ଆହ୍ବାନ ଦିଆଯାଇଥିଲା।

ତେହେରାନର ରାସ୍ତାଗୁଡ଼ିକରେ ଆମେରିକା ଓ ଇସ୍ରାଏଲକୁ ନିନ୍ଦା କରି ସ୍ଲୋଗାନ ପ୍ରତିଧ୍ୱନିତ ହୋଇଥିଲା।

ଆହୁରି ପଢନ୍ତୁ:Puri Water Treatment Plant ଶ୍ରୀକ୍ଷେତ୍ର ରଥଯାତ୍ରା ପ୍ରସ୍ତୁତି: ୪୨ ଏମ୍‌ଏଲ୍‌ଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା ଲୋକଙ୍କ ଭିତରେ ଗୋଟିଏ ପ୍ଲାକାର୍ଡ଼ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଏଥିରେ ଟ୍ରମ୍ପଓ ନେତାନ୍ୟାହୁଙ୍କୁ କୁକୁର ଭଳି ମାରିବାକୁ ଆହ୍ବାନ ଦିଆଯାଇଥିଲା ଓ ଯିଏ ସେମାନଙ୍କୁ ହତ୍ୟା କରିବ ସେମାନଙ୍କୁ ଜମି ପୁରସ୍କାର ଆକାରରେ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା।

ଖେମିନିଙ୍କ ଶବ ଶୋଭାଯାତ୍ରାରେ ହଜାର ହଜାର ଲାଲ ଓ ଧଳା ପତାକା ଦେଖିବାକୁ ମିଳିଥିଲା।

ଖେମିନିଙ୍କ ସମର୍ଥକମାନେ ସିଆ ମୁସଲିମ ପରମ୍ପରା ଅନୁଯାୟୀ ଖେମିନିଙ୍କୁ "ସହିଦ" ଓ ତାଙ୍କ ହତ୍ୟାର "ପ୍ରତିଶୋଧ" ନେବା ଦାବିରେ ଏହି ଦୁଇ ରଙ୍ଗର ପତାକା ଧରିଥିବା କୁହାଯାଇଛି।

ଲାଲ "ସହିଦ" ଓ ଧଳା "ପ୍ରତିଶୋଧ"ର ପ୍ରତୀକ ଭାବେ ସିଆ ମୁସଲମାନ ଗ୍ରହଣ କରନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।