Sports Festival: ଉଦ୍‌ଯାପିତ ହେଲା ଏନ୍‌ଆଇଟି ରାଉରକେଲା କ୍ରୀଡ଼ା ମହୋତ୍ସବ, ହ୍ୟାଣ୍ଡବଲ୍‌ ଓ ହକିରେ କାଲିକଟ ଚାମ୍ପିୟନ

Nov 03, 2026 - 10:07
Sports Festival: ଉଦ୍‌ଯାପିତ ହେଲା ଏନ୍‌ଆଇଟି ରାଉରକେଲା କ୍ରୀଡ଼ା ମହୋତ୍ସବ, ହ୍ୟାଣ୍ଡବଲ୍‌ ଓ ହକିରେ କାଲିକଟ ଚାମ୍ପିୟନ

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ( ଏନ୍‌ଆଇଟି )ରେ ଚାଲିଥିବା ଏନ୍‌ଆଇଟି କ୍ରୀଡ଼ା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି।

ମହିଳା ହ୍ୟାଣ୍ଡ୍‌ବଲରେ ଭିଏନ୍‌ଆଇଟି (ନାଗପୁର) ଚାମ୍ପିଅନ ହୋଇଥିବା ବେଳେ ଏନ୍‌ଆଇଟି ୱାରଙ୍ଗଲ ଉପବିଜେତା ଓ ଏନ୍‌ଆଇଟି କାଲିକଟ ତୃତୀୟ ସ୍ଥାନରେ ରହିଛି।

ବିଜେତା ଦଳର ଭାଗ୍ୟ ସନ୍ତୋଷୀ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ପୁରୁଷ ହ୍ୟାଣ୍ଡ୍‌ବଲରେ ଏନ୍‌ଆଇଟି କାଲିକଟ ଚାମ୍ପିଅନ ହୋଇଥିବା ବେଳେ ଏନ୍‌ଆଇଟି ୱାରଙ୍ଗଲ ଉପବିଜେତା ଓ ଏସଭିଏନଆଇଟି ସୁରଟ ତୃତୀୟ ସ୍ଥାନ ଅଧିକାର କରିଛି।

ବିଜେତା ଦଳର ପବନ କଲ୍ୟାଣ ଶ୍ରେଷ୍ଠ ଖେଳାଳି ପୁରସ୍କୃତ ହୋଇଛନ୍ତି।

ସେହିଭଳି ମହିଳା ଭଲିବଲରେ ଏନ୍‌ଆଇଟି କୁରୁକ୍ଷେତ୍ର ବିଜେତା ହୋଇଥିବା ବେଳେ ଏନ୍‌ଆଇଟି କାଲିକଟ ଦ୍ବିତୀୟ ଓ ଏନ୍‌ଆଇଟି ଜାମସେଦପୁର ତୃତୀୟ ସ୍ଥାନରେ ରହିଛନ୍ତି।

କୁରୁକ୍ଷେତ୍ରର ପଲକ ଚୌଧୁରୀ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ପୁରୁଷ ଭଲିବଲରେ ଏନ୍‌ଆଇଟି ଜାମସେଦପୁର ବିଜୟୀ ହୋଇଥିବା ବେଳେ ଏନ୍‌ଆଇଟି ତିରୁଚିରାପଲ୍ଲୀ ଦ୍ୱିତୀୟ ଓ ଏସ୍‌ଭିଏନ୍‌ଆଇଟି ସୁରଟ ତୃତୀୟ ସ୍ଥାନରେ ରହିଛି।

ଏଥିରେ ହିମାଂଶୁ ତେଓଟିଆ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

Advertisment ପୁରୁଷ ହକିରେ ଏନ୍‌ଆଇଟି କାଲିକଟ ଚାମ୍ପିଅନ ପୁରୁଷ ହକିରେ ଏନ୍‌ଆଇଟି କାଲିକଟ ଚାମ୍ପିଅନ ହୋଇଥିବା ବେଳେ ଆୟୋଜକ ଏନ୍‌ଆଇଟି ରାଉରକେଲା ଉପବିଜେତା ହୋଇଛି।

ଏନ୍‌ଆଇଟି ତିରୁଚିରାପଲ୍ଲୀ ତୃତୀୟ ସ୍ଥାନରେ ରହିଛି।

ରାଉରକେଲାର ଅମନ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ଉଲ୍ଲେଖଯୋଗ୍ୟ, ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଦେଶର ୩୦ଟି ଏନ୍‌ଆଇଟି ଓ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିଅରିଂ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି (ଆଇଆଇଇଏସ୍‌ଟି) ଶିବପୁରର ୧,୧୯୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଏଠାରେ ପୁରୁଷ ଓ ମହିଳା ଭଲିବଲ୍, ପୁରୁଷ ଓ ମହିଳା ହ୍ୟାଣ୍ଡବଲ୍ ଏବଂ ପୁରୁଷ ହକି ଭଳି ୫ଟି ବର୍ଗରେ ମ୍ୟାଚ୍‌ ଖେଳାଯାଇଥିଲା।

ସମସ୍ତ ମ୍ୟାଚ୍‌ ଅନୁଷ୍ଠାନର ପି.ଟି.ଉଷା ଷ୍ଟାଡିୟମ, ଇଣ୍ଡୋର୍‌ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା।

ଉଦଯାପନୀ ଉତ୍ସବରେ ଏନ୍‌ଆଇଟିର ନିର୍ଦେଶକ ପ୍ରଫେସର କେ.

ଉମାମହେଶ୍ୱର ରାଓ, ଡିନ୍ ପ୍ରଫେସର ରାଜୀବ ପଣ୍ଡା, ସାକ୍‌ ସଭାପତି ପ୍ରଫେସର ଦିଲୀପ ପ୍ରଧାନ, ଉପସଭାପତି ପ୍ରଫେସର ମହମ୍ମଦ ଖାଲିଦ ଗୁଲ୍‌, ପ୍ରଫେସର ଆଦିତ୍ୟ ଦାସଙ୍କ ସମେତ ଏନ୍‌ଆଇଟିକେ ସୁରଥକଲର ଟୁର୍ଣ୍ଣାମେଣ୍ଟ ପର୍ଯ୍ୟବେକ୍ଷକ ଡ.

ମନୋଜ, କ୍ରୀଡ଼ା ଅଧିକାରୀ ସି.

ଆଲାଗେସନ, ସହକାରୀ ପ୍ରୀତମ କେ.

ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Sushant Kumar Nath: ବିବାଦୀୟ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କ ନାଆଁରେ ସଙ୍ଗିନ ଅଭିଯୋଗ ଆଣିଲେ ବାଲେଶ୍ବରର ପୂର୍ବତନ ଜେଲର୍ ପ୍ରଦୀପ୍ତ ମହାଳିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)