Tusshar Kapoor: ବଲିଉଡ୍ ଅଭିନେତା ତୁଷାର କପୁରଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍, ୫ କୋଟି ଟଙ୍କା ଦାଦାବଟି ମାଗିଥିବା ଅଭିଯୋଗ

Nov 03, 2026 - 11:11
Tusshar Kapoor: ବଲିଉଡ୍ ଅଭିନେତା ତୁଷାର କପୁରଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍, ୫ କୋଟି ଟଙ୍କା ଦାଦାବଟି ମାଗିଥିବା ଅଭିଯୋଗ

ମୁମ୍ବାଇ:: ବଲିଉଡ୍ ଅଭିନେତା ତୁଷାର କପୁରଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍।

କଥିତ ଭାବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ହ୍ୟାରି ବକ୍ସର ନାମରେ ଜଣେ ବ୍ୟକ୍ତି ତାଙ୍କୁ ଫୋନ୍ କରି ୫ କୋଟି ଟଙ୍କା ଦାଦାବଟି ମାଗିଥିବା ଅଭିଯୋଗ ହୋଇଛି।

ଏନେଇ ଅଭିନେତା ଜଣକ ମୁମ୍ବାଇ ପୁଲିସ କୁ ଜଣାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment ମୁମ୍ବାଇ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ହ୍ୟାରି ବକ୍ସର ନାମରେ ଜଣେ ବ୍ୟକ୍ତି ତୁଷାର କପୁରଙ୍କୁ ଫୋନ୍ କରି ୫ କୋଟି ଟଙ୍କା ଦାଦାବଟି ଦାବି କରିଥିଲେ।

ଏହାପରେ ଅଭିନେତା ମୁମ୍ବାଇ ପୁଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।

ପୁଲିସ ଏହି ମାମଲାର ତଦନ୍ତ ଭାର ଆଣ୍ଟି-ଏକ୍ସଟର୍ସନ୍ ସେଲ୍ ଏବଂ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରିଛି।

ଫୋନ୍ କଲ୍ ନକଲି ହୋଇଥିବା ସନ୍ଦେହ ଘନୀଭୂତ କ୍ରାଇମ୍ ବ୍ରାଞ୍ଚର ବୈଷୟିକ ଟିମ୍ ଧମକପୂର୍ଣ୍ଣ ଫୋନ୍ କଲ୍‌ର ଅଡିଓ ରେକର୍ଡିଂ ଯାଞ୍ଚ କରିଥିଲା।

ଏଥିସହ ନିଜ ଡାଟାବେସ୍‌ରେ ଥିବା ହ୍ୟାରି ବକ୍ସରଙ୍କ ଅଫିସିଆଲ୍ ଅଡିଓ ନମୁନା ସହ ଫୋନ୍ କଲ୍‌ରେ ଥିବା ସ୍ୱରକୁ ମେଳ କରାଯାଇଥିଲା।

ତେବେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଉଭୟ ସ୍ୱରରେ କୌଣସି ସାମଞ୍ଜସ୍ୟ ମିଳିନଥିଲା।

ଫଳରେ ଏହି ଫୋନ୍ କଲ୍ ନକଲି ହୋଇଥିବା ସନ୍ଦେହ ଘନୀଭୂତ ହୋଇଛି।

ଭୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେହି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନାମ ବ୍ୟବହାର କରିଥିବା ପୁଲିସ ସନ୍ଦେହ କରୁଛି।

ଧମକପୂର୍ଣ୍ଣ ଅଡିଓ ରେକର୍ଡିଂ ପଠାଇଥିବା ବ୍ୟକ୍ତିଙ୍କୁ ଏବେ ପୁଲିସ ଖୋଜୁଛି।

Sushant Kumar Nath: ବିବାଦୀୟ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କ ନାଆଁରେ ସଙ୍ଗିନ ଅଭିଯୋଗ ଆଣିଲେ ବାଲେଶ୍ବରର ପୂର୍ବତନ ଜେଲର୍ ପ୍ରଦୀପ୍ତ ମହାଳିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)