Omar Abdullah: ଆଙ୍କରରୁ ମୁଖ୍ୟମନ୍ତ୍ରୀଙ୍କ ଜୀବନସାଥୀ, ନିଧିଙ୍କୁ ନେଇ କାହିଁକି ଚର୍ଚ୍ଚା?
ନୂଆଦିଲ୍ଲୀ: ରାଜନୀତିର ମଇଦାନରେ ଚର୍ଚ୍ଚିତ ଚେହେରା ଓମାର ଅବଦୁଲ୍ଲା ।
ଆଉ ଟେଲିଭିଜନ୍ ପରଦାରେ ନିଜର ଦମ୍ଦାର ଉପସ୍ଥାପନା ପାଇଁ ପରିଚିତ ନିଧି ରାଜଦାନ।
ଜଣେ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ, ଆଉ ଜଣେ ଦେଶର ଚର୍ଚ୍ଚିତ ସାମ୍ବାଦିକା।
ଏବେ ଉଭୟଙ୍କ ଜୀବନରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ।
ଓମାରଙ୍କ ହାତ ଧରିଛନ୍ତି ନିଧି।
ଏହି ବିବାହ ଖବର ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆରୁ ଆରମ୍ଭ କରି ନ୍ୟୁଜ୍ ଦୁନିଆ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା।
କିନ୍ତୁ କିଏ ଏହି ନିଧି ରାଜଦାନ?
କେମିତି ଗଢ଼ିଥିଲେ ସାମ୍ବାଦିକତାରେ ନିଜର ପରିଚୟ?
ଆସନ୍ତୁ ଜାଣିବା।
ନିଧି ରାଜଦାନ।
ଟିଭି ସାମ୍ବାଦିକତା ଜଗତର ଏକ ପରିଚିତ ନାଁ।
୧୧ ଏପ୍ରିଲ୍ ୧୯୭୭ରେ ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲ୍ଲାରେ ତାଙ୍କ ଜନ୍ମ।
ସାମ୍ବାଦିକତାର ପରିଚୟ ତାଙ୍କୁ ଅଚାନକ ମିଳିନଥିଲା।
ପରିବାରରୁ ହିଁ ଥିଲା ଏହାର ପ୍ରେରଣା।
ତାଙ୍କ ବାପା ମହାରାଜ କୃଷ୍ଣ ରାଜଦାନ ମଧ୍ୟ ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଥିଲେ।
ସେ PTIର ଏଡିଟର-ଇନ୍-ଚିଫ୍ ଭାବେ କାମ କରିଥିଲେ।
ଦିଲ୍ଲୀରେ ପାଠପଢ଼ା ଶେଷ କରି ନିଧି ଲେଡି ଶ୍ରୀରାମ କଲେଜରୁ ସ୍ନାତକ ହୋଇଥିଲେ।
ପରେ IIMCରୁ ରେଡିଓ ଓ ଟେଲିଭିଜନ୍ ଜର୍ଣ୍ଣାଲିଜିମ୍ରେ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କରିଥିଲେ।
Advertisment Omar Abdullah Marries journalist Nidhi Razdan: ସାମ୍ବାଦିକାଙ୍କୁ ବିବାହ କଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ୧୯୯୯ରେ NDTV ସହ ଆରମ୍ଭ ହୋଇଥିଲା ନିଧିଙ୍କ ସାମ୍ବାଦିକତା ଯାତ୍ରା।
ଦୀର୍ଘ ୨୧ ବର୍ଷ ଧରି ଏହି ଚ୍ୟାନେଲ୍ ସହ ଜଡ଼ିତ ରହିଥିଲେ ସେ।
ରାଜନୈତିକ ବିତର୍କ ହେଉ କି ଦେଶର ଜ୍ୱଳନ୍ତ ପ୍ରସଙ୍ଗ, ତାଙ୍କ ପ୍ରଶ୍ନ ଓ ଉପସ୍ଥାପନା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।
ସେହିପରି କଠୁଆ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତମୂଳକ ରିପୋର୍ଟିଂ ପାଇଁ ମିଳିଛି ଇଣ୍ଟରନ୍ୟାସନାଲ୍ ପ୍ରେସ୍ ଇନଷ୍ଟିଚ୍ୟୁଟ୍ ଆୱାର୍ଡ।
ତେବେ ନିଧିଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଚର୍ଚ୍ଚାରୁ ଦୂରରେ ନଥିଲା।
୨୦୦୫ରେ ସାମ୍ବାଦିକ ଓ ଲେଖକ ନୀଲେଶ ମିଶ୍ରାଙ୍କୁ ବିବାହ କରିଥିଲେ ସେ।
ହେଲେ ମାତ୍ର ଦୁଇ ବର୍ଷ ପରେ ଅର୍ଥାତ୍ ୨୦୦୭ରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।
ସେପଟେ ଓମାର ଅବଦୁଲ୍ଲା ମଧ୍ୟ ୧୯୯୪ରେ ପାୟଲ ନାଥଙ୍କୁ ବିବାହ କରିଥିଲେ।
ଉଭୟଙ୍କର ଦୁଇ ପୁଅ ଅଛନ୍ତି।
ଦୀର୍ଘ ଦିନ ଧରି ଅଲଗା ରହିବା ପରେ ୨୦୨୬ ଜୁଲାଇରେ ସୁପ୍ରିମକୋର୍ଟଙ୍କ ଆଦେଶରେ ଏହି ବିବାହର ଆଇନଗତ ବିଚ୍ଛେଦ ହୋଇଥିଲା।
ଆଉ ଏବେ ୫୬ ବର୍ଷୀୟ ଓମାର ଓ ୪୯ ବର୍ଷୀୟା ନିଧି ନିଜ ଜୀବନର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଛନ୍ତି।
ଏପଟେ ଓମାରଙ୍କ ନୂଆ ଜୀବନ ଆରମ୍ଭକୁ ନେଇ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ, ନିଧିଙ୍କ ଜୀବନ ଓ କ୍ୟାରିୟରକୁ ନେଇ ମଧ୍ୟ ଲୋକଙ୍କ ଆଗ୍ରହ ବଢ଼ିଛି।
ଖବର ପରଦାରେ ଅନ୍ୟମାନଙ୍କ କାହାଣୀ କହୁଥିବା ନିଧି, ମୁଖ୍ୟମନ୍ତ୍ରୀଙ୍କୁ ବିବାହ କରିବା ପରେ ଏବେ ନିଜ ଜୀବନର ନୂଆ ଅଧ୍ୟାୟ ପାଇଁ ଚର୍ଚ୍ଚାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
