Indian Navy: ଜଳଦସ୍ୟୁଙ୍କ ଦ୍ୱାରା ଅପହୃତ ୨୦ ଇରାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

Nov 03, 2026 - 09:52
Indian Navy: ଜଳଦସ୍ୟୁଙ୍କ ଦ୍ୱାରା ଅପହୃତ ୨୦ ଇରାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ମୁମ୍ବାଇ: ଆରବ ସାଗରରେ ଏକ ବଡ଼ ଅଭିଯାନରେ ଭାରତୀୟ ନୌସେନା ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଇରାନୀ ମାଛ ଧରା ଜାହାଜ 'ଆଜିନି'କୁ ମୁକ୍ତ କରିଛି।

ଏହି ଅଭିଯାନରେ ଜାହାଜରେ ଥିବା ସମସ୍ତ ୨୦ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।

ଅଧିକାରୀଙ୍କ ଅନୁଯାୟୀ ୪୮ ଘଣ୍ଟାର ସମନ୍ୱିତ ଅଭିଯାନ ପରେ ନୌସେନା ଏହି କାର୍ଯ୍ୟକୁ ସଫଳତାର ସହ ସମାପ୍ତ କରିଛି।

Advertisment ଅକ୍ଟୋବର ୨୯ ତାରିଖରେ ସୋମାଲିଆ ଜଳଦସ୍ୟୁ ଦ୍ୱାରା ଇରାନୀ ଜାହାଜକୁ ଅପହରଣ କରାଯାଇଥିଲା।

ଭାରତୀୟ ଅଧିକାରୀଙ୍କ ଅନୁଯାୟୀ,ଏହି ଅପରେସନ ମୁମ୍ବାଇରୁ ପ୍ରାୟ ୩ ହଜାର କିଲୋମିଟର ଦୂରରେ ଆରବ ସାଗରରେ ହୋଇଥିଲା।

ଜଳଦସ୍ୟୁଙ୍କ ପାଖରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ସତ୍ତ୍ୱେ, ଭାରତୀୟ ନୌସେନା ଜାହାଜ ଏବଂ ଏହାର କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।

ଅଭିନନ୍ଦନ ଜଣାଇଛନ୍ତି ରାଜନାଥ ସିଂହ ସଫଳ ଅଭିଯାନ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ନୌସେନାକୁ ଅଭିନନ୍ଦନ ଜଣାଇଛନ୍ତି।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଜାହାଜ ଏବଂ ଏହାର କର୍ମଚାରୀଙ୍କୁ ଶୀଘ୍ର ଚିହ୍ନଟ କରିବା, ଜଳଦସ୍ୟୁଙ୍କୁ ଅଟକାଇବା ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନୌସେନାର ଉଚ୍ଚ କାର୍ଯ୍ୟକ୍ଷମ କ୍ଷମତାକୁ ପ୍ରଦର୍ଶନ କରିଛି।

ସେ କହିଛନ୍ତି ଯେ, ଏହି ଅପରେସନରେ ଭାରତୀୟ ବାୟୁସେନା ମଧ୍ୟ ସମୟୋଚିତ ସହାୟତା ପ୍ରଦାନ କରିଛି।

ନିଧିଙ୍କୁ ନେଇ କାହିଁକି ଚର୍ଚ୍ଚା?

ଭାରତୀୟ ଯବାନମାନେ ପୁଣି ଥରେ ଜୀବନ ରକ୍ଷା, ସାମୁଦ୍ରିକ ସୁରକ୍ଷା ବଜାୟ ରଖିବା ଏବଂ ଭାରତ ମହାସାଗର କ୍ଷେତ୍ରରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଛନ୍ତି।

ଭାରତୀୟ ନୌସେନା ୨୩ ଅକ୍ଟୋବର ୨୦୦୮ ଠାରୁ ଆଡେନ ଉପସାଗରରେ ନିରନ୍ତର ଜଳଦସ୍ୟୁ ବିରୋଧୀ ପାଟ୍ରୋଲିଂ ଚଳାଇ ଆସୁଛି।

ଏହାର ଉଦ୍ଦେଶ୍ୟ ହେଉଛି ସାମୁଦ୍ରିକ ବାଣିଜ୍ୟକୁ ସୁରକ୍ଷା ଦେବା, ଜାହାଜର କର୍ମଚାରୀମାନଙ୍କ ଉପରେ ବିଶ୍ୱାସ ବଜାୟ ରଖିବା ଏବଂ ଜଳଦସ୍ୟୁମାନଙ୍କୁ ଏପରି କାର୍ଯ୍ୟକଳାପରୁ ନିବୃତ୍ତ କରିବା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)