Spiritual Journey: ଧନସମ୍ପତ୍ତି ଓ ବିଳାସପୂର୍ଣ୍ଣ ଜୀବନକୁ ନାହିଁ ମୋହ! ୧୫ କୋଟିର ବ୍ୟବସାୟ ଛାଡ଼ି ସନ୍ନ୍ୟାସୀ ହେବେ ପରିବାର
ତୁଚ୍ଛ ହେଲା ୧୫ କୋଟିର ବ୍ୟବସାୟ ।
ସନ୍ନ୍ୟାସ ନେବେ କୋଟିପତି ପରିବାର ।
କୋଟି କୋଟି ଟଙ୍କା, ଧନସଂପତ୍ତି ଛାଡି ସନ୍ନ୍ୟାସୀ ହେବେ ପୁରା ପରିବାର।
ଆଜିକାଲିର ଦୁନିଆରେ ଯେଉଁଠି ଲୋକେ ଟଙ୍କା- ପଇସା ଆଉ ବିଳାସପୂର୍ଣ୍ଣ ଜୀବନ ପଛରେ ଧାଉଁଛନ୍ତି, ସେଠି ଗୁଜରାଟର ସୁରଟରୁ ଆସିଛି ଏକ ଅବିଶ୍ୱସନୀୟ ଖବର ।
କୋଟି କୋଟି ଟଙ୍କାର ସାମ୍ରାଜ୍ୟ, ସୁଖ- ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିବାକୁ ଯାଉଛନ୍ତି ଏକ ବ୍ୟବସାୟୀ ପରିବାର ।
Advertisment ସ୍ୱାମୀ, ସ୍ତ୍ରୀ ଓ ଦୁଇ ଝିଅ ମିଶି ଜୈନ ଦୀକ୍ଷା ନେବାକୁ ଯାଉଛନ୍ତି ।
ସୁରଟର ପ୍ରସିଦ୍ଧ ବ୍ୟବସାୟୀ ଦିଲୀପ ଭାଇ ଭୋଗର, ତାଙ୍କ ସ୍ତ୍ରୀ ଜ୍ୟୋତି ବେନ୍, ତାଙ୍କର ଦୁଇ ଝିଅ ଛବି ଓ ଚାର୍ବି ।
ସମସ୍ତେ ଆସନ୍ତାବର୍ଷ ଫେବ୍ରୁଆରି ୮ ତାରିଖରେ ଜୈନ ଦୀକ୍ଷା ଗ୍ରହଣ କରିବେ ।
ଜୈନ ସାଧୁଙ୍କ ଭଳି ବୈରାଗ୍ୟ ଜୀବନ ବିତାଇବେ ।
ହେଲେ କାହିଁକି ନେଲେ ଏତେ ବଡ଼ ନିଷ୍ପତ୍ତି ?
ଦିଲୀପ ଭାଇ ଭୋଗର ରାଜସ୍ଥାନର ଉଦୟପୁର ଜିଲ୍ଲା ଯଶବନ୍ତଗଡ଼ ଗାଁରୁ ଆସି ସୁରଟରେ ନିଜର ଟେକ୍ସଟାଇଲ୍ ବ୍ୟବସାୟ ଆରମ୍ଭ କରିଥିଲେ ।
ଦିଲୀପଙ୍କ ବାର୍ଷିକ କାରବାର ଏବେ ୧୫ କୋଟିରୁ ଅଧିକ ।
ହେଲେ ଏହି ସମୟରେ ତାଙ୍କର ପୂରା ପରିବାର ବ୍ୟବସାୟ, ଧନସଂପତ୍ତି ଛାଡି ଆଧ୍ୟାତ୍ମିକ ପଥରେ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ।
Advertisment ଦିଲୀପଙ୍କ ବଡ଼ ଝିଅ ଶୈଲୀ ୨୦୨୩ରେ ଜୈନ ଦୀକ୍ଷା ଗ୍ରହଣ କରିଥିଲେ ।
ଏହାପରେ ଦିଲୀପ ମଧ୍ୟ ବ୍ୟବସାୟକୁ ଧୀରେ ଧୀରେ ସୀମିତ କରିବା ସହ ନିଜେ ମଧ୍ୟ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିଲେ ।
ଦୀକ୍ଷା ନେବା ପୂର୍ବରୁ ପୂରା ପରିବାର ଏବେ ଜୈନ ସାଧୁ-ସନ୍ଥଙ୍କ ସହ ରହି ଖାଲି ପାଦରେ ଚାଲିବା, ଖାଦ୍ୟପେୟର କଠିନ ନିୟମ ପାଳନ କରିବା ଓ ସଂସାର ମୋହ ତ୍ୟାଗ କରିବାର ଅଭ୍ୟାସ କରୁଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
