Scorpio Plunges into Canal: ଖୁସିର ଉତ୍ସବରେ ଲାଗିଲା ଗ୍ରହଣ, ଦୁର୍ଘଟଣା ନେଲା ୬ ଜୀବନ
ବିହାରର ଅରରିଆ ଜିଲ୍ଲାରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା।
ନିୟନ୍ତ୍ରଣ ହରାଇ କେନାଲକୁ ଖସିପଡ଼ିଲା ଏକ ସ୍କର୍ପିଓ।
ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ମୃତକମାନେ ସମସ୍ତେ ସୁପୌଲ ଜିଲ୍ଲାର ଥୁମହା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।
Advertisment ସୂଚନା ଅନୁସାରେ, ତାରାବାଡ଼ି ଥାନା ଅନ୍ତର୍ଗତ ବିଡ଼ି ପୋଲ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ସ୍କର୍ପିଓରେ ୭ ଜଣ ଯାତ୍ରୀ ଥିଲେ।
ସେମାନେ ସିକଟିର ଭପଟିଆ ଅଞ୍ଚଳରେ ଆୟୋଜିତ ଏକ ତିଳକ ସମାରୋହରୁ ଫେରୁଥିଲେ।
ଏହି ସମୟରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ପୋଲର ବାଡ଼ ଭାଙ୍ଗି ସିଧା ମରିଆ କେନାଲକୁ ଖସିପଡ଼ିଥିଲା।
ଦୁର୍ଘଟଣାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ରଶି ସାହାଯ୍ୟରେ କେନାଲରେ ବୁଡ଼ିଥିବା ଗାଡ଼ିକୁ ବାନ୍ଧି ରଖିଥିଲେ।
ପରେ ପୋଲିସ ପହଞ୍ଚିବା ପରେ ଜେସିବି ସାହାଯ୍ୟରେ ସ୍କର୍ପିଓକୁ ପାଣିରୁ ବାହାର କରାଯାଇଥିଲା।
ଗାଡ଼ି ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ପଠାଯାଇଥିଲା।
ହେଲେ ସେଠାରେ ୬ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।
ମୃତକଙ୍କ ମଧ୍ୟରେ ୪ ଜଣ ନାବାଳକ ଅଛନ୍ତି।
Advertisment ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ ଜଣ ହେଲେ କୁନ୍ଦନ ଯାଦବ (୨୮), ମୁନ୍ନା କୁମାର (୨୨), ଆଦିତ୍ୟ (୨୦), ଯଶ କୁମାର (୧୬), ଆର୍ଯ୍ୟନ (୧୫) ଓ ସୌରଭ (୧୫)।
ଏକାସାଙ୍ଗରେ ୬ ଜଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
