Special arrangements: ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି

Jun 24, 2026 - 12:42
Special arrangements: ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି

"ପୁରୀ: ବିଗତ ଦିନମାନଙ୍କରେ ଘଟିଥିବା ବିଶୃଙ୍ଖଳାକୁ ନିୟମିତ ସମୟ ବ୍ୟବଧାନରେ ତର୍ଜମା କରାଯାଇଛି।

ସେବାୟତ, ପ୍ରଶାସନିକ ଅଧିକାରୀ ଓ ବୁଦ୍ଧିଜୀବୀଙ୍କ ସହ ହୋଇଥିବା ଆଲୋଚନା ପରେ ଏଥର ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଉଦ୍ୟମ ହୋଇଛି।

ବ୍ୟବସ୍ଥାବଳୀ ଆଧାରରେ ନୀତିକାନ୍ତି ହେଲେ ଯାତ୍ରା ଶୃଙ୍ଖଳିତ ହେବ।

ଏଥିପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତକାମ୍ୟ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଆଜି ଟାଉନ୍‌ ହଲ୍‌ରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ଦିଗରୁ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇଥିବା କହିଛନ୍ତି।Advertisment A sad incident: ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ୩ ଛୁଆଙ୍କୁ ସିଡବ୍ଲ୍ୟୁସିକୁ ଟେକିଦେଲା ବାପା ପୁରୀବାସୀଙ୍କର ବହୁଦିନର ଶ୍ରୀମନ୍ଦିର ପ୍ରବେଶ ଦାବିରେ ମନ୍ତ୍ରୀ ମୋହର ମାରିଛନ୍ତି।

ଏ ନେଇ ମାନସମନ୍ଥନ ହେବା ପରେ ବାଟ ବାହାରିଥିବା ସୂଚନା ଦେଇଛନ୍ତି।

ପୁରୀର ଦୁଇଟି ପିନ୍‌ କୋଡ୍‌ ୭୫୨୦୦୧ ଓ ୭୫୨୦୦୨ ଅଞ୍ଚଳରେ ବାସ କରୁଥିବା ଲୋକମାନେ ଏହି ସ୍ବତନ୍ତ୍ର ପ୍ରବେଶ ସୁଯୋଗ ପାଇବେ।

ଯେଉଁ ଦ୍ବାର ଦେଇ ପ୍ରବେଶ କରିବେ ସେଠାରେ ଏକ ମେସିନ୍‌ ଜରିଆରେ ଆଧାରକାର୍ଡ ସ୍କାନ୍‌ ହେବା ପରେ ସେମାନଙ୍କର ପ୍ରବେଶ ନିଶ୍ଚିତ ହେବ।

ଏହା ଉପରେ ଓକାକ୍‌ କାମକରୁଛି।

ଖୁବ୍‌ଶୀଘ୍ର ଏହାର ସମାଧାନ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି।

ଚଳିତ ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହୋଇଛି।

ଏନ୍‌ଏସ୍‌ଜି, ଆର୍‌ଏଏଫ୍‌, ସିଆର୍‌ପିଏଫ୍‌, ଏସ୍‌ଟିୟୁ ପ୍ରଭୃତି ବହୁ ପୂର୍ବରୁ ନିଯୁକ୍ତ ହୋଇ ସୁରକ୍ଷା ସମେତ ଭିଡ଼ ନିୟନ୍ତ୍ରଣ କରିବେ।

ନୋ ଫ୍ଲାଇଂ ଜୋନ୍‌ ପ୍ରସଙ୍ଗ ହେକ୍ଟର ମିଶ୍ର ଉଠାଇବା ପରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାକୁ ନିଶ୍ଚିତ କରିଥିଲେ।

ଏନ୍‌ଏସ୍‌ଜି ଏହାକୁ ଅସ୍ଥାୟୀ ଭାବରେ ରଥ ସମୟରେ କରି ଆସୁଛି।

ଗତବର୍ଷ ୨୪ଟି ବେଆଇନ ଡ୍ରୋନ୍‌କୁ ଖସାଇ ଦିଆଯାଇଥିଲା।

ଏ ବର୍ଷ ମଧ୍ୟ ଏନ୍‌ଏସ୍‌ଜି ଏହି ବ୍ୟବସ୍ଥା କରୁଛି।

ଆଣ୍ଟି ଡ୍ରୋନ୍‌ ସିଷ୍ଟମ୍‌ ପାଇଁ ୭ କୋଟି ଖର୍ଚ୍ଚ ହେବ।

ଏହା ଉପରେ ସରକାର ବିଚାର କରିବେ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ।

Astronauts: ସୁଖନିଦ୍ରା ପାଇଁ ମହାକାଶଚାରୀଙ୍କ ଶୟନ ଶୈଳୀ ଗତବର୍ଷ ଏଆଇ ଯୁକ୍ତ ସିସିଟିଭି କ୍ୟାମେରା ଧୋକାଦେବା ପରେ ଏଥର ଏହାକୁ ଗୁରୁତ୍ବର ସହ ନିଆଯାଇଛି।

ସହରରେ ୬୫ଟି ସ୍ଥାନରେ ଏଲ୍‌ଇଡି ଜରିଆରେ ନୀତିକାନ୍ତି ଓ ଅନ୍ୟାନ୍ୟ ସୂଚନା ଦିଆଯିବ।

ଜୁଲାଇ ୫ ତାରିଖ ସୁଦ୍ଧା ସମସ୍ତ ରାସ୍ତା ମରାମତି ସରିବ।

୫ ପରେ ଆଉ ଖୋଳା‌ଖୋଳି ହେବନି।

ଜୁଲାଇ ୧୦ ସୁଦ୍ଧା ସବୁ ନାଳରେ ସ୍ଲାବ୍‌ ପଡ଼ିବ।

୧୫ଏକର ଜାଗାରେ ୭ଟି ପାର୍କିଂସ୍ଥଳ ନିର୍ମାଣ ହେଉଛି।

ବୁଲା ଗୋରୁଙ୍କ ପାଇଁ ଅସ୍ଥାୟୀ ଗୋଶାଳା କରାଯିବ।

ବସ୍‌ରେ ଭଡ଼ା ତାଲିକା ଝୁଲାଯିବ।

ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏହା ଉପରେ ନଜର ରଖିବ।

ରଥଯାତ୍ରା ପାଇଁ ୩୭୦ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ।

ବିଭିନ୍ନ ଜାଗାରେ ୩୫ଟି ଅତିରିକ୍ତ ଟିକେଟ୍‌ କାଉଣ୍ଟର ହେବ।

ବାରମ୍ବାର ବିଦ୍ୟୁତ୍‌ କାଟ୍‌ ହେଉଥିବା ଅଭିଯୋଗ ହେବାରୁ ମନ୍ତ୍ରୀ, କେବଳ ରଥରେ ନୁହେଁ, ବରଂ ରଥ ପରେ ଯେଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହେବ ସେ ନେଇ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବାକୁ ଥିବା ଏସି ଟନେଲ୍‌ ଖୁବ୍‌ଶୀଘ୍ର ସାରିବା ପାଇଁ ଟିପିସିଓଡିଏଲ୍‌ ନିଶ୍ଚିତ କରିଛି।

ସମୁଦ୍ରକୂଳରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ୩୫୦ ଘରୋଇ ଲାଇଫ୍‌ ଗାର୍ଡ ମୁତୟନ କରାଯିବାକୁ ଯୋଜନା ହୋଇଛି।

ୱାଟ୍‌କୋ, ସ୍ବେରେଜ୍‌, ଆର୍‌ଡବ୍ଲୁଏସ୍‌ଏସ୍‌, ଏନ୍‌ଏଚ୍‌ଏଆଇ, ଡିଆଇପିଆର୍‌ଓ, ପର୍ଯ୍ୟଟନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସ୍ବେଚ୍ଛାସେବୀ କାର୍ଯ୍ୟକ୍ରମ, ସିଡିଭିଓ ପ୍ରସଙ୍ଗ ଆଲୋଚନା ହୋଇ ନାହିଁ।

ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.

ମୁକେଶ ମହାଲିଙ୍ଗ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, କ୍ରୀଡ଼ା ଓ ଯୁବ ସେବା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଏବଂ ପୁରୀ ଜିଲ୍ଲାର ସମସ୍ତ ବିଧାୟକ ବିଧାୟିକ ଉପସ୍ଥିତ ଥିଲେ।"