India Helicopte: ଦୁର୍ଘଟଣା ପରେ ବି ଭାରତୀୟ ସେନାର ଚିତାଲ ହେଲିକପ୍ଟର ଉଡ଼ାଣ ଜାରି

Jun 26, 2026 - 12:54
India Helicopte: ଦୁର୍ଘଟଣା ପରେ ବି ଭାରତୀୟ ସେନାର ଚିତାଲ ହେଲିକପ୍ଟର ଉଡ଼ାଣ ଜାରି

"ନୂଆଦିଲ୍ଲୀ: ବୈଷୟିକ ତ୍ରୁଟିର ତଦନ୍ତ ଚାଲିଥିବାବେଳେ ଭାରତୀୟ ସେନାର ଚିତାଲ ହେଲିକପ୍ଟର ଲଦାଖ ଓ ସିଆଚେନ୍‌ ଅଞ୍ଚଳରେ ଏହାର ଉଡ଼ାଣ ଜାରି ରଖିଛି।

ବୈଷୟିକ ତ୍ରୁଟି ଯୋଗୁ ମେ ୨୦ ତାରିଖରେ ଲଦାଖର ଟାଙ୍ଗତ୍ସେ ଅଞ୍ଚଳରେ ଚିତାଲ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏବେବି ଏହାର ତଦନ୍ତ ଚାଲିଛି।

ଅଧିକାରୀମାନେ ନାମ ପ୍ରକାଶ ନକରି କହିଛନ୍ତି ଯେ, ଟାଙ୍ଗତ୍ସେ ଅଞ୍ଚଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସିଙ୍ଗଲ୍-ଇଞ୍ଜିନ୍ ହେଲିକପ୍ଟରର ଟ୍ରାନ୍ସମିସନ୍ ସିଷ୍ଟମରେ ବିଫଳତା ଉପରେ ତଦନ୍ତ ଆରମ୍ଭ ହୋଇଛି।

ତଦନ୍ତ ପ୍ରକ୍ରିୟାରେ ଟ୍ରାନ୍ସମିସନ୍ ସିଷ୍ଟମର କେଉଁ ଉପାଦାନ ବିଫଳ ହୋଇଥିଲା ତାହା ଚିହ୍ନଟ କରାଯିବା ପରେ ସଂଶୋଧନମୂଳକ ପଦକ୍ଷେପ ନିଆଯିବ।Advertisment ଦୁର୍ଘଟଣାରୁ ବର୍ତ୍ତିଲେ ଅଧିକାରୀ ଲେହ-ସ୍ଥିତ ୧୪ କର୍ପସ ମୁଖ୍ୟାଳୟ ଚିତା ହେଲିକପ୍ଟର ଉନ୍ନତ ସଂସ୍କରଣ ଚିତାଲର ପ୍ରାୟ ୨୫ଟି ହେଲିକପ୍ଟରର ପରିଚାଳନା କରୁଛି।

ଅନ୍ୟପକ୍ଷରେ ଭାରୀ ଉନ୍ନତ ହାଲୁକା ହେଲିକପ୍ଟର ଧ୍ରୁବକୁ ଲଦାଖ ପର୍ବତମାଳାରେ ଆଗ ଧାଡ଼ିର କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ ନାହିଁ।

ଏହା ତୁଳନାରେ ହାଲୁକା ଚିତାଲ୍ ହେଲିକପ୍ଟରକୁ ଦୁର୍ଘଟଣା ପରଠାରୁ ପ୍ରତିଦିନ ବ୍ୟବହାର କରାଯାଉଛି ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ମେ ୨୦ରେ ହୋଇଥିବା ଦୁର୍ଘଟଣାବେଳେ ହେଲିକପ୍ଟରଟି ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ଜଣେ ମେଜର ଉଡ଼ାଉଥିଲେ।

ତୃତୀୟ ପଦାତିକ ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ ମେଜର ଜେନେରାଲ ସଚିନ ମେହେତା ମଧ୍ୟ ଏଥିରେ ଥିଲେ।

କିନ୍ତୁ ସମସ୍ତ ଅଧିକାରୀ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।

Drone Attack: ଇରାନର ଡ୍ରୋନ୍‌ ଆକ୍ରମଣ ପରେ ହର୍ମୁଜରେ ଜାତିସଂଘ ବନ୍ଦ କଲା ଉଦ୍ଧାର କାର୍ଯ୍ୟ "