World Cup: ରାଉଣ୍ଡ ୩୨କୁ ନେଦରଲାଣ୍ଡ୍ସ, ଜାପାନ, ସ୍ବିଡେନ୍ର ଯୋଗ୍ୟତା
"ଡାଲାସ୍: ଶୁକ୍ରବାର ଚଳିତ ବିଶ୍ବକପ୍ର ଗ୍ରୁପ୍-ଏଫ୍ରୁ ନକ୍ଆଉଟ୍ ସ୍ଥାନ ପକ୍କା ହୋଇଛି।
ନେଦରଲାଣ୍ଡ୍ସ (୭ ପଏଣ୍ଟ୍) ଗ୍ରୁପ୍ ଟପର୍ ଏବଂ ଜାପାନ (୫ ପଏଣ୍ଟ୍) ଦ୍ବିତୀୟ ଏବଂ ସ୍ବିଡେନ୍ (୪ ପଏଣ୍ଟ୍) ତୃତୀୟ ଦଳ ଭାବେ ରାଉଣ୍ଡ-୩୨କୁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଶୁକ୍ରବାର ଭୋର୍ରେ ସମନ୍ତାରାଳ ଭାବେ ଏହି ଗ୍ରୁପ୍ର ଖେଳାଯାଇଥିବା ଦୁଇଟି ମ୍ୟାଚ୍ରୁ ଗୋଟିଏ ଫଳାଫଳ ବାହାରିଥିଲା ବେଳେ ଅନ୍ୟଟି ଅମୀମାଂସିତ ରହିଥିଲା।
କନ୍ସାସ୍ ଷ୍ଟାଡିୟମ୍ରେ ନେଦରଲାଣ୍ଡ୍ସ ୩-୧ ଗୋଲ୍ରେ ଟ୍ୟୁନିସିଆକୁ ପରାସ୍ତ କରିଥିଲା ବେଳେ ଡାଲାସ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ସ୍ବିଡେନ୍ ଓ ଜାପାନ ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା।Advertisment ଟ୍ୟୁନିସିଆର ହ୍ୟାଟ୍ରିକ୍ ପରାଜୟ କନାସ୍ ଷ୍ଟାଡିୟମ୍ରେ ଟ୍ୟୁନିସିଆର ଭୁଲ୍ ପାଇଁ ତୃତୀୟ ମିନିଟ୍ରେ ନେଦରଲାଣ୍ଡ୍ସ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।
ଟ୍ୟୁନିସିଆର ଏଲିୟସ୍ ସିଖିର (୩ ମିନିଟ୍)ଙ୍କ ଆତ୍ମଘାତୀ ଦଳକୁ ପଛରେ ପକାଇଥିଲା।
ଏହାର ୪ ମିନିଟ୍ ପରେ ଭିର୍ଗିଲ ଭାନ୍ ଡିକ୍ଙ୍କ ଏକ ସୁନ୍ଦର ପାସ୍କୁ ବ୍ରାଏନ୍ ବ୍ରବି (୭ ମିନିଟ୍) ଗୋଲ୍ ଦେଇ ନେଦରଲାଣ୍ଡ୍ସକୁ ୨-୦ରେ ଆଗୁଆ କରିଥିଲେ।
ଏହାପରେ ଆଉ ଗୋଲ୍ ନ ହେବାରୁ ପ୍ରଥମାର୍ଦ୍ଧ ୨-୦ରେ ନେଦରଲାଣ୍ଡ୍ସ ପକ୍ଷରେ ରହିଥିଲା।
ଦ୍ବିତୀୟାର୍ଦ୍ଧର ନବମ ମିନିଟ୍ରେ ଟ୍ୟୁନିସିଆ ଗୋଟିଏ ଗୋଲ୍ ଶୁଝି ଦେଇଥିଲା।
ହାନିବାଲ ମେଜ୍ବ୍ରିଙ୍କ ପାସ୍ରେ ହାଜାମ ମସୌରି ଏହି ଗୋଲ୍ ଦେଇଥିଲେ।
୬୪ତମ ମିନିଟ୍ରେ ନେଦରଲାଣ୍ଡ୍ସର ଜାନ୍ ପୌଲ ଭାନ୍ ହେକେ ଦଳ ପାଇଁ ତୃତୀୟ ଗୋଲ୍ ସ୍କୋର୍ କରିଥିଲେ।
ଏହି ଗୋଲ୍ରେ ତିଜାନି ରାଇଜେଣ୍ଡର୍ସ ସହାୟତା କରିଥିଲେ।
ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍ ନ ହେବାରୁ ନେଦରଲାଣ୍ଡ୍ସ ୩-୧ରେ ବିଜୟ ବାନା ଉଡ଼ାଇଥିଲ।
ଅନ୍ୟପକ୍ଷରେ ଟ୍ୟୁନିସିଆ ହ୍ୟାଟ୍ରିକ୍ ପରାଜୟ ସହ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା।
India-Ireland 1st T20: ଭାରତ-ଆୟର୍ଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି: ବୈଭବଙ୍କ ଉପରେ ନଜର ପଏଣ୍ଟ ବାଣ୍ଟିଲେ ଜାପାନ-ସ୍ବିଡେନ ନିଜ ନିଜର ଶେଷ ଗ୍ରୁପ୍ ମ୍ୟାଚ୍ରେ ଜାପାନ ଓ ସ୍ବିଡେନ୍ ପଏଣ୍ଟ ବାଣ୍ଟିଛନ୍ତି।
କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା।
ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ରିତ୍ସୁ ଡୁଆନଙ୍କ ପାସ୍ରେ ଡାଇଜେନ୍ ମାଏଦା (୫୬ ମିନିଟ୍) ଗୋଲ୍ ଦେଇ ଜାପାନକୁ ଆଗୁଆ କରିଥିଲେ।
ଜାପାନର ଏହି ଖୁସି ବେଶି ସମୟ ରହି ନଥିଲା।
ଏହାର ୬ ମିନିଟ୍ ପରେ ସ୍ବିଡେନ୍ ଗୋଲ୍ଟି ଶୁଝି ସ୍ଥିତି ବରାବର କରି ଦେଇଥିଲା।
ଭିକ୍ଟୋର ୟୋକେରେସ୍ଙ୍କ ସହାୟତାରେ ଆନ୍ଥୋନି ଏଲାଙ୍ଗା (୬୨ ମିନିଟ୍) ଏହି ଗୋଲ୍ଟି ଦେଇଥିଲେ।
ଶେଷ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ୍ ଦେବାକୁ ସକ୍ଷମ ନ ହେବାରୁ ମ୍ୟାଚ୍ ୧-୧ରେ ଅମୀମାଂସିତ ରହିଥିଲା।
ଏହି ଅମୀମାଂସିତ ସହ ଜାପାନ ଲଗାତାର ତୃତୀୟ ଥର ଲାଗି ବିଶ୍ବକପ୍ର ନକ୍ଆଉଟ୍ ସ୍ଥାନ ପକ୍କା କରିଥିଲା।
ସେହିପରି ୨୦୧୮ ପରେ ସ୍ବିଡେନ୍ ନକ୍ଆଉଟ୍ରେ ପହଞ୍ଚିଥିଲା।
୨୦୧୮ରେ କ୍ବାର୍ଟରଫାଇନାଲ୍ ଖେଳିଥିବା ସ୍ବିଡେନ୍ ୨୦୨୨ରେ ନକ୍ଆଉଟ୍ ପୂର୍ବରୁ ବିଦାୟ ନେଇଥିଲା।
"