Operation Sindoor: ‘ଅପରେସନ୍ ସିନ୍ଦୂର’ରେ ସହିଦ ହୋଇଥିବା ୬ ଭାରତୀୟ ସେନା ଯବାନଙ୍କ ନାମ ସରକାରୀ ଭାବେ ପ୍ରକାଶିତ

Jun 26, 2026 - 15:11
Operation Sindoor: ‘ଅପରେସନ୍ ସିନ୍ଦୂର’ରେ ସହିଦ ହୋଇଥିବା ୬ ଭାରତୀୟ ସେନା ଯବାନଙ୍କ ନାମ ସରକାରୀ ଭାବେ ପ୍ରକାଶିତ

"ନୂଆଦିଲ୍ଲୀ: ପାକିସ୍ତାନ ଓ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର)ରେ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିବା ପାଇଁ ଗତ ବର୍ଷ ମେ" ମାସରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସୀମାପାର ସାମରିକ ଅଭିଯାନ "ଅପରେସନ୍ ସିନ୍ଦୂର"କୁ ନେଇ କେନ୍ଦ୍ର ସରକାର ଏକ ବଡ଼ ତଥ୍ୟ ସାମ୍ନାକୁ ଆଣିଛନ୍ତି।

ଏହି ଅପରେସନ୍ ସମୟରେ ବୀରତ୍ୱର ସହ ଲଢ଼ି ଶହୀଦ ହୋଇଥିବା ୬ ଜଣ ଭାରତୀୟ ସେନା ଯବାନଙ୍କ ନାମ ସରକାର ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ସର୍ବସାଧାରଣରେ ପ୍ରକାଶ କରିଛନ୍ତି।

ଏହି ବୀର ସହିଦମାନଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକୀର ୱେବସାଇଟର ''ରୋଲ୍ ଅଫ୍ ଅନର୍'' ବିଭାଗରେ ପ୍ରକାଶିତ ହେବା ସହ ନୂଆଦିଲ୍ଲୀସ୍ଥିତ ଯୁଦ୍ଧ ସ୍ମାରକୀର ପ୍ରାଚୀରରେ ମଧ୍ୟ ଖୋଦିତ କରାଯାଇଛି।

ଏହି ସାମରିକ ଅଭିଯାନରେ ଭାରତୀୟ ସଶସ୍ତ୍ର ବାହିନୀର ଯବାନ ସହିଦ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ଏହା ହେଉଛି ପ୍ରଥମ ଆନୁଷ୍ଠାନିକ ତଥା ସାର୍ବଜନୀନ ସ୍ୱୀକୃତି।Advertisment "ୱାଲ୍ ୩ଡି"ରେ ନାମଗୁଡ଼ିକୁ ସ୍ଥାନ ଦେଶ ମାତୃକାର ସେବା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଏହି ବୀର ସହିଦମାନଙ୍କ ମଧ୍ୟରେ ହେଡକ୍ୱାର୍ଟର୍ସ ୧୦ ଇନଫାଣ୍ଟ୍ରି ବ୍ରିଗେଡର ସୁବେଦାର ମେଜର ପବନ କୁମାର, ୪ ଜମ୍ମୁ ଏବଂ କାଶ୍ମୀର ଲାଇଟ୍ ଇନଫାଣ୍ଟ୍ରିର ରାଇଫଲମ୍ୟାନ୍ ସୁନୀଲ କୁମାର (ବୀର ଚକ୍ର), ୫ ଫିଲ୍ଡ ରେଜିମେଣ୍ଟର ଲାନ୍ସ ନାୟକ ଦିନେଶ କୁମାର, ୮୫୧ ଲାଇଟ୍ ରେଜିମେଣ୍ଟର ଆଭିଏସନ୍ ଟେକ୍ନିସିଆନ୍ ମୁଡ୍ ମୁରଲୀନାୟକ, ୨୩୭ ଫିଲ୍ଡ ୱାର୍କସପ୍ କମ୍ପାନୀର ହାଭିଲଦାର ସୁନୀଲ କୁମାର ସିଂ ଏବଂ ୩୯ ୱିଙ୍ଗର ସର୍ଜେଣ୍ଟ ସୁରେନ୍ଦ୍ର କୁମାର (ବାୟୁ ସେନା ପଦକ) ସାମିଲ ଅଛନ୍ତି।

ଦେଶ ପାଇଁ ପ୍ରାଣବଳି ଦେଇଥିବା ସାମରିକ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ସ୍ମାରକୀର ୨୦୨୫ ବିଭାଗର "ୱାଲ୍ ୩ଡି"ରେ ଏହି ନାମଗୁଡ଼ିକୁ ସ୍ଥାନ ଦିଆଯାଇଛି।

Indian Citizenship: ଭାରତୀୟ ନାଗରିକତ୍ୱ ଫେରିପାଇଲେ ୯୪ ବର୍ଷୀୟା ବୃଦ୍ଧା: ଆମେରିକା ନାଗରିକତ୍ୱ ତ୍ୟାଗ କରି ଗାଁକୁ ଫେରିଲେ ପ୍ରକାଶିତ ଏହି ତାଲିକାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ "ଅପରେସନ୍ ସିନ୍ଦୂର"ରେ ସ୍ଥଳସେନା ଓ ଭାରତୀୟ ବାୟୁସେନା ଉଭୟ ବିଭାଗର ଯବାନମାନେ ସାମିଲ ଥିଲେ, ଯାହା ଏହି ସାମରିକ ଅଭିଯାନର ମିଳିତ ଏବଂ ସମନ୍ୱିତ ରଣନୀତିକୁ ଦର୍ଶାଉଛି।

ସମ୍ମାନିତ ବୀରମାନଙ୍କ ମଧ୍ୟରେ ରାଇଫଲମ୍ୟାନ୍ ସୁନୀଲ କୁମାରଙ୍କୁ ତାଙ୍କର ଅସାଧାରଣ ସାହସିକତା ପାଇଁ ''ବୀର ଚକ୍ର'' ଏବଂ ସର୍ଜେଣ୍ଟ ସୁରେନ୍ଦ୍ର କୁମାରଙ୍କୁ ''ବାୟୁ ସେନା ପଦକ''ରେ ସମ୍ମାନିତ କରାଯାଇଛି, ଯାହା ଏହି ଆତଙ୍କବାଦବାଦ ବିରୋଧୀ ଅପରେସନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରମାଣିତ କରୁଛି।

ଇଣ୍ଡିଆ ଗେଟ୍ ନିକଟରେ ୨୦୧୯ ମସିହାରେ ଉଦଘାଟିତ ହୋଇଥିବା ଜାତୀୟ ଯୁଦ୍ଧ ସ୍ମାରକୀରେ ସ୍ୱାଧୀନତା ପରଠାରୁ ଦେଶର ବିଭିନ୍ନ ସାମରିକ ଅପରେସନ ଏବଂ ଯୁଦ୍ଧରେ ସହିଦ ହୋଇଥିବା ଯବାନମାନଙ୍କୁ ସ୍ମରଣ କରାଯାଇଥାଏ।

ଏହି ୬ ଜଣ ବୀର ଯବାନଙ୍କ ନାମ ସ୍ଥାନ ପାଇବା ପରେ "ଅପରେସନ୍ ସିନ୍ଦୂର"କୁ ଏବେ ସରକାରୀ ଭାବେ ଏକ ପ୍ରମୁଖ ସାମରିକ ବିଜୟ ଗାଥା ରୂପେ ସ୍ମାରକୀରେ ସାମିଲ କରାଯାଇଛି।

"