01 NOVEMBER 2026

Welcome!

Unlock your personalized experience.
Sign Up

South Africa: ନାଟକୀୟ ବିଜୟ ସହ ଶୃଙ୍ଖଳା ହାତେଇଲା ଦକ୍ଷିଣ ଆଫ୍ରିକା

Nov 01, 2026 - 06:19
South Africa: ନାଟକୀୟ ବିଜୟ ସହ ଶୃଙ୍ଖଳା ହାତେଇଲା ଦକ୍ଷିଣ ଆଫ୍ରିକା

କେପ୍‌ଟାଉନ: ସ୍ଥାନୀୟ ନ୍ୟୁଲାଣ୍ଡସଠାରେ ଚାଲିଥିବା ୩ୟ ଟେଷ୍ଟରେ ସାଇମନ ହାର୍ମରଙ୍କ ୬ ୱିକେଟ୍‌ ସଫଳତା ବଳରେ ଦକ୍ଷିଣ ଆଫ୍ରିକା ନାଟକୀୟ ଭାବେ ୧୭୬ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ବିଜୟ ସହ ତିନିମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୧ରେ ଜିତିନେଇଛି ଘରୋଇ ଦଳ। ପ୍ରଥମ ପାଳିରେ ଗୁରୁତ୍ବପୂର୍ଣ୍ଣ ୧୦୦ ରନ୍‌ର ଅଗ୍ରଣୀ ହାସଲ କରିଥିବା ଅଷ୍ଟ୍ରେଲିଆ ଏକ ସୁଦୃଢ ସ୍ଥିତିରେ ଥିଲା। ଦକ୍ଷିଣ ଆଫ୍ରିକା ନିଜର ଦ୍ବିତୀୟ ପାଳିରେ ୩୮୭ ରନ୍‌ କରି ଅଲ୍‌ଆଉଟ୍‌ ହେବା ପରେ ଅଷ୍ଟ୍ରେଲିଆ ଆଗରେ ବିଜୟ ପାଇଁ ୨୮୮ ରନ୍‌ର ଲକ୍ଷ୍ୟ ରହିଥିଲା। ଏହା ଏକ ସହଜ ଲକ୍ଷ୍ୟ ହୋଇଥିଲେ ବି ହାର୍ମର ଓ କାଗିସୋ ରବାଡ଼ାଙ୍କ ବୋଲିଂ ଆଗରେ ଅଷ୍ଟ୍ରେଲୀୟ ବ୍ୟାଟରମାନେ ଆତ୍ମସମର୍ପଣ କରିଥିଲେ। 

Elephant: ଦନ୍ତାର ଆତଙ୍କ; ହାତୀ ସଂପର୍କିତ ସୂଚନା ଦେବାକୁ ବନ ବିଭାଗର ନିବେଦନ

ହାର୍ମର ମାତ୍ର ୧୬ ରନ୍‌ ବ୍ୟୟ କରି ୬ ୱିକେଟ୍‌ ନେଇଥିବାବେଳେ ରବାଡା ୩୯ ରନ୍‌ ବ୍ୟୟ କରି ୩ ୱିକେଟ୍‌ ଅକ୍ତିଆର କରିଥିଲେ। ଅଷ୍ଟ୍ରେଲିଆ ମାତ୍ର ୧୧୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ନାଥନ ଲିଅନ୍‌ ଅପରାଜିତ ୩୩ ଓ କାମେରନ୍‌ ଗ୍ରିନ ୨୭ ରନ୍‌ କରିଥିଲେ।  ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ପାଳିରେ ୩୨୯ ରନ୍‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ଜୋସ୍‌ ଇଂଗ୍ଲିସଙ୍କ ଶତକ ବଳରେ ୪୨୯ ରନ୍‌ କରିଥିଲା। ପ୍ରଥମ ପାଳିରେ ୪ ୱିକେଟ୍‌କୁ ମିଶାଇ ମୋଟ ୧୦ ୱିକେଟ୍‌ ନେଇଥିବା ହାର୍ମରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।

ଅନ୍ତର୍ଜାତୀୟ କ୍ରିକେଟରେ ରବାଡାଙ୍କ ୬୦୦ ୱିକେଟ୍‌ ପୂରଣ

କେପ୍‌ଟାଉନ୍‌: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୬୦୦ ୱିକେଟ୍‌ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ କେପ୍‌ଟାଉନ୍‌ ଟେଷ୍ଟର ପଞ୍ଚମ ଦିନରେ ଏହି ସଫଳତା ପାଇବା ସହ ସେ ଏହି ମାଇଲଖୁଣ୍ଟ ଛୁଇଁବାରେ ଦକ୍ଷିଣ ଆଫ୍ରିକାର ପଞ୍ଚମ ବୋଲର ହୋଇଛନ୍ତି। ୩୦ ବର୍ଷୀୟ ରାବାଡା ୨୬୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୬୦୧ ୱିକେଟ୍‌ ନେଇଛନ୍ତି। ଏହି ତାଲିକାରେ ଶନ୍‌ ପୋଲକ୍‌ ୮୨୩ ୱିକେଟ୍‌ ସହ ଶୀର୍ଷରେ ରହିଥିବା ବେଳେ ଡେଲ୍‌ ଷ୍ଟେନ୍‌ ୬୯୭, ମଖାୟା ନଟିନି ୬୬୧ ଏବଂ ଆଲାନ୍‌ ଡୋନାଲ୍ଡ ୬୦୨ ୱିକେଟ୍‌ ନେଇଛନ୍ତି। ସେହିପରି ଅଷ୍ଟ୍ରେଲିଆର ଓପନର ଟ୍ରାଭିସ୍‌ ହେଡ୍‌ଙ୍କୁ ୧୪ ରନ୍‌ରେ ଆଉଟ୍‌ କରି ରବାଡା ଟେଷ୍ଟ କ୍ରିକେଟ୍‌ରେ ମଧ୍ୟ ୩୫୦ ୱିକେଟ୍‌ ପୂରଣ କରିଛନ୍ତି। ୭୫ଟି ଟେଷ୍ଟ ମ୍ୟାଚ୍‌ରେ ଏହି ସଫଳତା ପାଇ ସେ ମ୍ୟାଚ୍‌ ସଂଖ୍ୟା ଦୃଷ୍ଟିରୁ ଦ୍ରୁତତମ ୩୫୦ ଟେଷ୍ଟ ୱିକେଟ୍‌ ହାସଲ କରିଥିବା ବୋଲରଙ୍କ ମଧ୍ୟରେ ଯୁଗ୍ମ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସ୍ଥାନରେ ତାଙ୍କ ସହ ୱେଷ୍ଟଇଣ୍ଡିଜ୍‌ର ମହାନ ଦ୍ରୁତ ବୋଲର ମାଲକମ୍‌ ମାର୍ଶଲ ମଧ୍ୟ ରହିଛନ୍ତି।

ISRO: ଏନ୍‌ଭିଏସ୍‌-୦୩ ଉତ୍‌କ୍ଷେପଣ; ୩ଟି ପାଇରୋ ଭାଲ୍‌ଭ ଖୋଲା ରଖିଥିଲା ଇସ୍ରୋ

ରବାଡା ଆଉ ଦୁଇଟି ରେକର୍ଡ ମଧ୍ୟ କରିଛନ୍ତି। ସେ ଚତୁର୍ଥ ପାଳିର ପ୍ରଥମ ଓଭରରେ ଦୁଇଟି ୱିକେଟ୍ ନେଇଛନ୍ତି। ଏହି ସଫଳତା ସହ ରବାଡା ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ପାଳିର ପ୍ରଥମ ଓଭରରେ ଦୁଇଟି ୱିକେଟ୍‌ ନେବାରେ ଚତୁର୍ଥ ଦକ୍ଷିଣ ଆଫ୍ରିକୀୟ ବୋଲର ହୋଇଛନ୍ତି। ଏହା ପୂର୍ବରୁ ଆଲାନ୍‌ ଡୋନାଲ୍ଡ ୧୯୯୬ରେ ଡର୍ବାନ୍‌ରେ ଭାରତ ବିପକ୍ଷରେ, ଡେଲ୍‌ ଷ୍ଟେନ୍‌ ୨୦୧୬ରେ ସେଞ୍ଚୁରିଅନ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏବଂ ମର୍ଣ୍ଣି ମୋର୍କେଲ୍‌ ୨୦୧୭ରେ ପଶ୍ଚଷ୍ଟ୍ରୁମ୍‌ରେ ବାଂଲାଦେଶ ବିପକ୍ଷରେ ଏହି କୃତିତ୍ୱ ହାସଲ କରିଥିଲେ। ଏହି ଚାରିଟି ଯାକ ଘଟଣା ଟେଷ୍ଟର ଚତୁର୍ଥ ଇନିଂସରେ ଘଟିଛି। ଅନ୍ୟପକ୍ଷରେ ୨୩ ଥର ଶୂନରେ ଆଉଟ୍‌ ହୋଇ ରବାଡ଼ା ଦକ୍ଷିଣ ଆଫ୍ରିକା ପାଇଁ ଏକ ଆଲୋଡ଼ା ଟେଷ୍ଟ୍‌ ରେକର୍ଡ ମଧ୍ୟ କରିଛନ୍ତି। ପୂର୍ବରୁ ତାଙ୍କ ଦେଶର ମର୍ଣ୍ଣି ମର୍କେଲ ସର୍ବାଧିକ ୨୨ ଥର ଶୂନରେ ଆଉଟ୍‌ ହୋଇଥିଲେ।

ବାଂଲାଦେଶକୁ ହରାଇଲା ୱେଷ୍ଟଇଣ୍ଡିଜ୍‌

ମୀରପୁର: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଜିତି ନେଇଛି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ଦଳ। ଜୋମେଲ ୱାରିକାନ୍‌ଙ୍କ ୯ ୱିକେଟ୍‌ ଦଖଲ (୫/୫୩ ଓ ୪/୬୩) କାରଣରୁ ପ୍ରଥମ ପାଳିରେ ପଛରେ ପଡ଼ିବା ସତ୍ତ୍ବେ ରସ୍ତନ୍‌ ‌ଚେଜ୍‌ଙ୍କ ଦଳ ୮ ୱିକେଟ୍‌ରେ ବାଜି ମାରି ନେଇଛି। ସଦମନ ସଲମାନଙ୍କ ଶତକ (୧୦୫) ବଳରେ ବାଂଲାଦେଶ ପ୍ରଥମ ପାଳିରେ ୨୭୨ ରନ୍‌ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳିରେ ୨୪୫ ରନ୍‌ କରିଥିଲା। ଦ୍ବିତୀୟ ପାଳିରେ କିନ୍ତୁ ବାଂଲାଦେଶ ମାତ୍ର ୧୪୨ ରନ୍‌ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଚେଜ୍‌ (୫/୩୬) ଓ ୱାରିକାନ୍‌ (୪/୬୩) ମିଳିତ ଭାବେ ୯ ୱିକେଟ୍‌ ଦଖଲ କରିଥିଲେ। ଶେଷକୁ ୧୭୦ ରନ୍‌ ବିଜୟ ଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍‌ ୩୫.୧ ଓଭରରେ ୨ ୱିକେଟ୍‌ ହରାଇ ସଂଗ୍ରହ କରି ନେଇଥିଲା। ବ୍ରେଣ୍ଡନ୍‌ କିଙ୍ଗ୍‌ (୮୧*), ଜନ୍‌ କ୍ୟାମ୍ପ୍‌ବେଲ୍‌ (୪୯), କାଭେମ୍‌ ହଜ୍‌ (୩୧*) ସୁଯୋଗ ହାତଛଡ଼ା କରି ନଥିଲେ। ଫଳରେ ୨ ମ୍ୟାଚ୍‌ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍‌ ୧-୦ରେ ଆଗୁଆ ହୋଇଛି। ୱାରିକାନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସମ୍ମାନ ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)