Sonia Gandhi: ଜରୁରୀ ପରିସ୍ଥିତି ପାଇଁ ଇନ୍ଦିରା ଗାନ୍ଧୀ ଅନୁତାପ କରିଥିଲେ, ସ୍ମୃତି ଚାରଣ କଲେ ସୋନିଆ ଗାନ୍ଧୀ

Nov 07, 2026 - 23:04
Sonia Gandhi: ଜରୁରୀ ପରିସ୍ଥିତି ପାଇଁ ଇନ୍ଦିରା ଗାନ୍ଧୀ ଅନୁତାପ କରିଥିଲେ, ସ୍ମୃତି ଚାରଣ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତିକୁ ନେଇ ସ୍ମୃତି ଚାରଣ କରିଛନ୍ତି ।

'ଦ ହିନ୍ଦୁ'କୁ ଦେଇଥିବା ଏକ ବିଶେଷ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ଯେ ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ଉପରେ ତାଙ୍କର କେତେକ ବରିଷ୍ଠ ସହଯୋଗୀଙ୍କ ପକ୍ଷରୁ ପ୍ରବଳ ଚାପ ରହିଥିଲା ।

ସୋନିଆ ଗାନ୍ଧୀଙ୍କ ଆଗାମୀ ସ୍ମୃତିକଥା 'ବିଲଙ୍ଗିଙ୍ଗ୍: ଏ ଜର୍ଣ୍ଣି ଅଫ୍ ଲଭ୍' ଆସନ୍ତା ୧୦ ତାରିଖରେ ଉନ୍ମୋଚନ ହେବାକୁ ଥିବା ବେଳେ ଏହି ମନ୍ତବ୍ୟ ସାମ୍ନାକୁ ଆସିଛି ।

ସେ କହିଛନ୍ତି ଯେ ସର୍ବସାଧାରଣଙ୍କ ମନରେ ସଞ୍ଜୟ ଗାନ୍ଧୀଙ୍କ ନାମ ଜରୁରୀକାଳୀନ ପରିସ୍ଥିତି ସହ ଜଡ଼ିତ ଥିଲେ ହେଁ, ସେତେବେଳେ ରାଜୀବ ଗାନ୍ଧୀଙ୍କ ଭଳି ଅତି କମ୍ ବ୍ୟକ୍ତି ଇନ୍ଦିରାଙ୍କ ପାଖରେ ଥିଲେ ଯେଉଁମାନଙ୍କର ଭିନ୍ନ ମତ ଥିଲା ଏବଂ ରାଜୀବ ଜନସାଧାରଣଙ୍କ ଅଭିଯୋଗ ଓ ପ୍ରତିକ୍ରିୟା ବିଷୟରେ ନିଜ ମା'ଙ୍କୁ ଅବଗତ କରାଉଥିଲେ ।

Advertisment ସୋନିଆ ଗାନ୍ଧୀ କହିଛନ୍ତି ଯେ ପରିଶେଷରେ ତାଙ୍କ ଶାଶୂ ଇନ୍ଦିରା ଗାନ୍ଧୀ ନିଜ ବିବେକ ବଳରେ ସେହି ସଙ୍ଗୀନ ସ୍ଥିତିକୁ ବୁଝିପାରିଥିଲେ ଏବଂ ଏହାର ସଂଶୋଧନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ ।

ଯେତେବେଳେ ପ୍ରଶ୍ନ କରାଗଲା ଯେ ଜରୁରୀକାଳୀନ ପରିସ୍ଥିତିକୁ ଏକ 'ଗଣତନ୍ତ୍ର ବିରୋଧୀ ଏବଂ ଏକଛତ୍ରବାଦୀ ଅଧ୍ୟାୟ' ଭାବେ ଗ୍ରହଣ କରିବା ସଠିକ୍ ହେବ କି, ସେତେବେଳେ ୭୯ ବର୍ଷୀୟା ଏହି ନେତ୍ରୀ ସ୍ୱୀକାର କରିଥିଲେ ଯେ ସେହି ସମୟରେ ନିଶ୍ଚିତ ଭାବେ ନାଗରିକମାନଙ୍କର ଗାଣତନ୍ତ୍ରିକ ଅଧିକାର କ୍ଷୁଣ୍ଣ ହୋଇଥିଲା ।

ସେ କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି ଶେଷ ହେବା ପରେ ହିଁ ସେ ସେଠାରେ ଘଟୁଥିବା ଘଟଣାର ପ୍ରକୃତ ଗମ୍ଭୀରତା ବିଷୟରେ ଜାଣିବାକୁ ପାଇଥିଲେ ।‌ ଲୋକଙ୍କ ଅଧିକାର କ୍ଷୁଣ୍ଣ ହେବା ସହ ହେବିଅସ୍ କର୍ପସ ବା ବନ୍ଦୀ ପ୍ରତ୍ୟକ୍ଷୀକରଣ ଅଧିକାର ନିଲମ୍ବିତ ହୋଇଥିଲା, ମାତ୍ର ଏହା ସାମ୍ବିଧାନିକ ଢଙ୍ଗରେ କରାଯାଇଥିଲା ବୋଲି ସେ ଦର୍ଶାଇଛନ୍ତି ।

ଆହୁରି ପଢନ୍ତୁ : SmartPhone: ମୋବାଇଲ୍ ଟାୱାର କିମ୍ବା ସିମ୍ ବିନା ମଧ୍ୟ କାମ କରିବ ସ୍ମାର୍ଟଫୋନ୍ ସୋନିଆ ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ପୂର୍ବରୁ ଦେଶରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ପରିସ୍ଥିତିର ଏକ ତାଲିକା ଉପସ୍ଥାପନ କରିଛନ୍ତି ।

ସେ କହିଛନ୍ତି ଯେ ଯଦି ସେହି ସମୟକୁ ଫେରି ଇନ୍ଦିରା ଗାନ୍ଧୀଙ୍କ ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ଜଣାପଡ଼ିବ ଯେ ସେ ଦେଶର ଦ୍ରୁତ ଅବନତିମୁଖୀ ପରିସ୍ଥିତି ସହ ଲଢ଼େଇ କରୁଥିଲେ ।

ସେହି ସମୟରେ ହିଂସାତ୍ମକ ପ୍ରତିବାଦ ଚାଲିଥିଲା, ସରକାରୀ କାର୍ଯ୍ୟାଳୟ ଏବଂ ସାର୍ବଜନୀନ ପରିବହନ ବ୍ୟବସ୍ଥା ଉପରେ ଆକ୍ରମଣ ହେଉଥିଲା, ବ୍ୟାପକ ସଂଗଠିତ ଅଶାନ୍ତି ସୃଷ୍ଟି ହୋଇଥିଲା ଏବଂ ପ୍ରଶାସନ ତଥା ସଶସ୍ତ୍ର ବାହିନୀକୁ ଆଦେଶ ଅମାନ୍ୟ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।

ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି ଆହ୍ୱାନ କରିବାର ନିଷ୍ପତ୍ତି ପରବର୍ତ୍ତୀ ସମୟରେ ଗଣତାନ୍ତ୍ରିକ ମାଧ୍ୟମରେ ହିଁ ସମାଧାନ ହୋଇଥିଲା ।

ଇନ୍ଦିରା ଗାନ୍ଧୀ ନିଜେ ସ୍ଥିତି ଅନୁଭବ କରି ୧୯୭୭ ମାର୍ଚ୍ଚରେ ନିର୍ବାଚନ ଘୋଷଣା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ସର୍ବସାଧାରଣରେ ଜରୁରୀକାଳୀନ ପରିସ୍ଥିତିର ଅତ୍ୟାଚାର ପାଇଁ ଅନୁତାପ ପ୍ରକାଶ କରିବା ସହ କ୍ଷମା ମାଗିଥିଲେ ।

ଆହୁରି ପଢନ୍ତୁ : Parking: ପାର୍କିଂ ବିବାଦରୁ ହତ୍ୟାକାଣ୍ଡ, ପୂର୍ବତନ ଟେକ୍ ମହିନ୍ଦ୍ରା ଅଧିକାରୀଙ୍କୁ ଗୁଳିକରି ହତ୍ୟା ଉଲ୍ଲେଖଯୋଗ୍ୟ, ଯେ ୧୯୭୫ ମସିହା ଜୁନ ୨୫ ତାରିଖରେ ଜରୁରୀକାଳୀନ ପରିସ୍ଥିତିର ଆନୁଷ୍ଠାନିକ ଘୋଷଣା ଭାରତୀୟ ସାମ୍ବିଧାନିକ ଇତିହାସରେ ଏକ ବଡ଼ ମୋଡ଼ ଆଣିଥିଲା, ଯେଉଁଠାରେ କାର୍ଯ୍ୟପାଳିକା ସର୍ବୋଚ୍ଚ କ୍ଷମତା ହାସଲ କରିଥିଲା ଏବଂ ରାଜ୍ୟ କର୍ତ୍ତୃପକ୍ଷ କେନ୍ଦ୍ର ନିୟନ୍ତ୍ରଣକୁ ଆସିଥିଲେ ।

ଏହି ସମୟ ମଧ୍ୟରେ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ନିଲମ୍ବିତ କରାଯିବା ସହ ପ୍ରଶାସନିକ ଆଦେଶ ମାଧ୍ୟମରେ ପ୍ରେସ୍‌ ଓ ଜନସୂଚନା ଉପରେ କଡ଼ା କଟକଣା ଲଗାଯାଇଥିଲା ।

ସଂସଦ ପକ୍ଷରୁ ଏକାଧିକ ସାମ୍ବିଧାନିକ ସଂଶୋଧନ ପାରିତ କରାଯାଇ ନ୍ୟାୟିକ ସମୀକ୍ଷାକୁ ଦୁର୍ବଳ କରାଯାଇଥିଲା ଏବଂ ଏହି ସମୟର ସବୁଠାରୁ ବିବାଦୀୟ ପ୍ରସଙ୍ଗ ଥିଲା ଜୋରଜବରଦସ୍ତ ବନ୍ଧ୍ୟାକରଣ ଅଭିଯାନ ।

ଏହି ଜରୁରୀକାଳୀନ ପରିସ୍ଥିତି ୧୯୭୭ ମସିହା ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)