Diwali Safety Tips: ଦୀପାବଳିରେ ବାଣ ଫୁଟାଉଥିଲେ ସାବଧାନ! ପିଲାଙ୍କ ସୁରକ୍ଷା ପାଇଁ ମାନନ୍ତୁ ଏହି ଜରୁରୀ ନିୟମ

Nov 07, 2026 - 22:32
Diwali Safety Tips: ଦୀପାବଳିରେ ବାଣ ଫୁଟାଉଥିଲେ ସାବଧାନ! ପିଲାଙ୍କ ସୁରକ୍ଷା ପାଇଁ ମାନନ୍ତୁ ଏହି ଜରୁରୀ ନିୟମ

ଆଲେକାର ପର୍ବ 'ଦୀପାବଳି'ରେ ପିଲାଙ୍କ ପାଇଁ ମୁଖ୍ୟ ଆକର୍ଷଣ ହେଉଛି ବାଣ।

ଏହି ଉତ୍ସବ ଆସିବା ମାତ୍ରକେ ପ୍ରଥମେ ରଙ୍ଗିନ ଆଲୋକ, ପିଠାପଣା ଓ ବାଣ ହିଁ ମୁଣ୍ଡକୁ ଆସିଥାଏ।

କିନ୍ତୁ ସବୁଠାରୁ ଚିନ୍ତାର କାରଣ ହେଉଛି ବାଣ ଫୁଟାଇବା ସମୟରେ ସେଥିରୁ ବାହାରୁଥିବା କ୍ଷୁଦ୍ର ଅଗ୍ନି କଣିକାମାନଙ୍କ ଦ୍ବାରା ହେଉଥିବା କ୍ଷତ।

ଦୀପାବଳି ଆରମ୍ଭ ଦିନଠାରୁ ଆଗକୁ ଆଉ ଦୁଇ ତିନିଦିନ ପର୍ଯ୍ୟନ୍ତ ଛୋଟ ପିଲାମାନେ ବାଣ ଫୁଟାଇଥାନ୍ତି।

ଏହି ସମୟରେ ଅଭିବାବକମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଥାଏ।

ଅନେକ ସମୟରେ ବାଣ ଫୁଟାଇବା ବେଳେ ଅନ୍ୟମନସ୍କ ରହିବା ଫଳରେ ଆଖିରେ ବାରୁଦ ପଡ଼ିଯିବା କିମ୍ବା ଜଳୁଥିବା ବାଣ ହାତରେ ପଡ଼ିଯିବାର ସମ୍ଭାବନା ରହିଥାଏ।

ଯାହା ଆଗକୁ ଯାଇ ଜଳାପୋଡ଼ା ହେବା ସହ ଚକ୍ଷୁହୀନତା ପରି ଗମ୍ଭୀର ସମସ୍ୟାର ଉପୁଯିବାର ସମ୍ଭାବନା ରହିଥାଏ।

ଜାଣନ୍ତୁ ଏହି ସମୟରେ କିପରି ଧ୍ୟାନ ନେଇପାରିବେ।

Advertisment ପୋଷାକ ପ୍ରତି ଦିଅନ୍ତୁ ଧ୍ୟାନ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଅଭିବାବକମାନେ ସତର୍କତାକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ସ୍ଥାନରେ ପାଣି ଭର୍ତ୍ତି ଥିବା ବାଲ୍‌ଟି, ବାଲି ଏବଂ ପ୍ରାଥମିକ ଚିକିତ୍ସା ପାଇଁ ଫାଷ୍ଟେଡ଼ ବକ୍ସ ତୁରନ୍ତ ମିଳିପାରିବା ଭଳି ସ୍ଥାନରେ ରଖିବା ଆବଶ୍ୟକ।

ଏହା ଦ୍ବାରା ଛୋଟ ଅଘଟଣ ଘଟିଲେ ତାର ତୁତନ୍ତ ଉପଚାର କରାଯାଇପାରିବ।

ପର୍ବରେ ଅଘଟଣ ଘଟିବାର ମୁଖ୍ୟ କାରଣ ହେଉଛି ପୋଷାକ ।

ଏହି ସମୟରେ ଢ଼ିଲା, ସିନ୍ଥେଟିକ୍ କାମ୍ବା ପବନରେ ଉଡ଼ିଗଲା ପରି ପୋଷାକ ବଦଳରେ ସୂତା କପଡାର ଡ୍ରେସ ପରିଧାନ କରିବା ଆବଶ୍ୟକ।

ଏହା ଫଳରେ ଡ୍ରେସରେ ସହଜରେ ନିଆଁ ଲାଗିପାରି ନଥାଏ।

ସବୁଠାରୁ ମୁଖ୍ୟ କଥା ହେଲା ପିଲାମାନେ ବାଣ ଫୁଟାଇବା ସମୟରେ କିଛି ଦୂରତା ରଖିବା ଆବଶ୍ୟକ, ଏହା ସହ ଯୋର ଶବ୍ଦ କରୁଥାବା ବାଣ ଠାରୁ ମଧ୍ୟ ପାଲାଙ୍କୁ ଦୂରରେ ରଖିବା ନିହାତି ଦରକାର।

ଅଧିକ ସମୟ ଧରି ହାକୁଟି ଆସିବାର ବୈଜ୍ଞାନିକ କାରଣ ଡାକ୍ତରଙ୍କ ପରାମର୍ଶ ଅନଯାୟୀ, ଯଦି କୌଣସି ପିଲାର କ୍ଷତି ହୁଏ କିମ୍ବା କିଛି ଅଘଟଣ ହୁଏ ତେବେ ତୁରନ୍ତ ଜଳା ସ୍ଥାନକୁ ଥଣ୍ଡା ପାଣିରେ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖିବା ଆବଶ୍ୟକ।

ସେହି ସ୍ଥାନରେ କୈଣସି ଘରୋଇ ଉପଚାର ଯେପରିକି ପେଷ୍ଟ, ତେଲ କିମ୍ବା ଅନ୍ୟ କିଛିବି ଜିନିଷ ଲଗାଇବାର ଆବଶ୍ୟକତା ନାହିଁ।

ଯଦି ଅନ୍ୟ କୌଣସି ସମ୍ବେଦନଶୀଳ ସ୍ଥାନରେ କ୍ଷତି ହେଉଛି ତେବେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ରହିଛି।

ଦୀପାବଳି ହେଉଛି ଅତ୍ୟନ୍ତ ଖୁସିର ପର୍ବ।

ସମସ୍ତେ ମିଳିମିଶି ପାଳନ କରିବା ସହ ସତର୍କ ରୁହନ୍ତୁ ଏବଂ ସଚେତନ ରୁହନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)