Social Media Rules for Children: ପିଲାଙ୍କ ଫୋନ୍ରେ ଲାଗିବ ତାଲା, ସୋସିଆଲ୍ ମିଡିଆରେ ଆସୁଛି ବଡ଼ ପରିବର୍ତ୍ତନ!
ସୋସିଆଲ୍ ମିଡିଆରେ ପିଲାଙ୍କ ପାଇଁ ଆସିପାରେ ନୂଆ ନିୟମ!
ବୟସ ଆଧାରରେ ବ୍ୟାନ୍ ନୁହେଁ, ବରଂ ବ୍ୟବହାର ଉପରେ ଲାଗିପାରେ କଟକଣା।
କିଶୋରଙ୍କ ସୋସିଆଲ୍ ମିଡିଆ ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ କମ୍ପାନୀଗୁଡ଼ିକୁ ଦାୟିତ୍ୱ ଦେବାକୁ ବିଚାର କରୁଛନ୍ତି କେନ୍ଦ୍ର ସରକାର।
Advertisment ଏଣିକି ପିଲାଙ୍କ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ରହିପାରେ କଡ଼ା ନଜର।
ଦୈନିକ ସ୍କ୍ରିନ୍ ଟାଇମ୍ ସୀମା, ସ୍କୁଲ୍ ସମୟରେ ନୋଟିଫିକେସନ୍ ବନ୍ଦ, ରାତିରେ ବ୍ୟବହାର ଉପରେ ରୋକ୍ ଏବଂ ଅଭିଭାବକଙ୍କ ନିୟନ୍ତ୍ରଣ ଭଳି ବ୍ୟବସ୍ଥା ଲାଗୁ କରିପାରନ୍ତି ସୋସିଆଲ୍ ମିଡିଆ କମ୍ପାନୀ।
ତେବେ ୧୮ ବର୍ଷରୁ କମ୍ ପିଲାଙ୍କୁ ସିଧାସଳଖ ସୋସିଆଲ୍ ମିଡିଆରୁ ବାଦ୍ ଦେବା ପରିବର୍ତ୍ତେ, ସେମାନଙ୍କ ବ୍ୟବହାରକୁ ସୁରକ୍ଷିତ କରିବା ଉପରେ ରହିଛି ସରକାରଙ୍କ ଫୋକସ୍।
ଏଥିସହ DPDP ଆଇନ ଅନୁସାରେ, ୧୮ ବର୍ଷରୁ କମ୍ ପିଲାଙ୍କ ବ୍ୟକ୍ତିଗତ ତଥ୍ୟ ବ୍ୟବହାର ପାଇଁ ଅଭିଭାବକଙ୍କ ଯାଞ୍ଚଯୋଗ୍ୟ ସମ୍ମତି ଆବଶ୍ୟକ ହେବ।
Advertisment ଅନ୍ୟପଟେ, ବିଶେଷଜ୍ଞଙ୍କ ମତରେ କେବଳ ବୟସ ଯାଞ୍ଚ ନୁହେଁ, ବରଂ ହିଂସାତ୍ମକ ଓ କ୍ଷତିକାରକ ବିଷୟବସ୍ତୁ ଉପରେ ନିୟନ୍ତ୍ରଣ ଜରୁରୀ।
ତେବେ ଏନେଇ କେନ୍ଦ୍ର ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
