Snatching Gang Strikes ଜୟପୁର ସହରରେ ମାତିଛନ୍ତି ଛିନତାଇ ଗ୍ୟାଙ୍ଗ୍‌, ନିଦରେ ପୁଲିସ

Aug 28, 2026 - 16:33
Snatching Gang Strikes ଜୟପୁର ସହରରେ ମାତିଛନ୍ତି ଛିନତାଇ ଗ୍ୟାଙ୍ଗ୍‌, ନିଦରେ ପୁଲିସ

"ଦୁଇଟି ସ୍ଥାନରୁ ସମାନ ଉପାୟରେ ଝାମ୍ପି ନେଲେ ସୁନାମାଳି ଓ ମଙ୍ଗଳସୂତ୍ର  ଜୟପୁର: ଜୟପୁର ସହରରେ ଗତ କିଛି ଦିନ ଧରି ଲୁଟେରାଙ୍କ ଆତଙ୍କରାଜ ପୁଣି ବୃଦ୍ଧିପାଇଛି।

ଗୁରୁବାର ଭୋର୍ ସମୟରେ ଜୟପୁର ସଦର ଓ ଟାଉନ ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ଦୁର୍ବୃତ୍ତମାନେ ଦୁଇ ମହିଳାଙ୍କ ବେକରୁ ସୁନା ଅଳଙ୍କାର ଝାମ୍ପିନେଇଛନ୍ତି।

ଉଭୟ ଘଟଣାରେ ୩ ଜଣ ଲେଖାଏଁ ଦୁର୍ବୃତ୍ତ ବାଇକ୍‌ରେ ଆସିଥିବା ଅଭିଯୋଗ ହୋଇଛି।

Advertisment ପୁଲିସ ଡାଳେ ଡାଳେ, ଚୋର ପତ୍ରେ ପତ୍ରେ: ୧୦ଦିନରେ ରାଜଧାନୀରେ ୯୦ରୁ ଅଧିକ ଚୋରି ଓ ଛିନତାଇ ପ୍ରଥମ ଘଟଣାରେ ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ଗ୍ରାମରେ ଭୋର ପ୍ରାୟ ୫ଟାରେ ମନ୍ଦୋଦରୀ ନାୟକ ନିଜ ଘର ସମ୍ମୁଖରେ ଝାଡ଼ୁ କରୁଥିଲେ।

ଏହି ସମୟରେ ନମ୍ବରବିହୀନ ବାଇକ୍‌ରେ ୩ ଜଣ ଯୁବକ ଆସି ପେଟ୍ରୋଲ କେଉଁଠାରେ ମିଳିବ ବୋଲି ପଚାରିଥିଲେ।

ମନ୍ଦୋଦରୀ ସେହି ଯୁବକଙ୍କୁ ରାସ୍ତା ଦେଖାଉଥିବାବେଳେ ତାଙ୍କ ବେକରୁ ପ୍ରାୟ ୨୦ ଗ୍ରାମର ସୁନା କାଶମାଳି ଝାମ୍ପିନେଇ ଦୁର୍ବୃତ୍ତମାନେ ଜୟପୁର ଅଭିମୁଖେ ଫେରାର ହୋଇଥିଲେ।

ଘଟଣାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ୍ ହୋଇଛି।

ଏନେଇ ତାଙ୍କ ପୁଅ ରଞ୍ଜନ ନାୟକଙ୍କ ଅଭିଯୋଗକ୍ରମେ ସଦର ଥାନାରେ କେଶ୍ ନଂ ୨୭୦/୨୬ରେ ମାମଲା ରୁଜୁ ହୋଇଛି।

ଏସ୍‌ଆଇ ପି.

ସରକାର ଘଟଣାର ତଦନ୍ତ ଅଧିକାରୀ ଅଛନ୍ତି।

Robbery: ମୋରଡ଼ା ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଚୋରି ଓ ଛିନତାଇ ସେହିପରି ଆଉ ଏକ ଘଟଣାରେ ଟାଉନ ଥାନା ଅନ୍ତର୍ଗତ ଭୂତନାଥ ମନ୍ଦିର ନିକଟସ୍ଥ ଏକ ସିମେଣ୍ଟ ଦୋକାନ ସମ୍ମୁଖରେ ଜୟନଗରର ଶାନ୍ତି କୁମାରୀ ମିଶ୍ର(୬୫) ଗୁରୁବାର ଭୋରରେ ପ୍ରାତଃ ଭ୍ରମଣରେ ଯାଇଥିଲେ।

୫ଟାରୁ ସାଢେ ୫ଟା ମଧ୍ୟରେ ୩ ଦୁର୍ବୃତ୍ତ ତାଙ୍କୁ କୁନ୍ଦୁରା ରାସ୍ତା କେଉଁ ପଟେ ଓ ପେଟ୍ରୋଲ କେଉଁଠାରେ ମିଳିବା ସମ୍ପର୍କରେ ପଚାରିଥିଲେ।

ସେ ରାସ୍ତା ଦେଖାଇବା ସମୟରେ ତାଙ୍କ ବେକରୁ ପ୍ରାୟ ୨୮ ଗ୍ରାମ ଓଜନର ସୁନା ମଙ୍ଗଳସୂତ୍ର ହଠାତ୍ ଟାଣି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଏନେଇ ଶାନ୍ତି କୁମାରୀ ମିଶ୍ର, ତାଙ୍କ ସ୍ୱାମୀ ତ୍ରିନାଥ ମିଶ୍ର ଓ ସମ୍ପର୍କୀୟା ମିନତୀ ହୋତା ଘଟଣା ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)