Snake Doctor: ‘ସ୍ନେକ୍ ଡକ୍ଟର’ ଚେନ୍ ୟୁଆନ୍‌ହୁଇ

Sep 09, 2026 - 07:14
Snake Doctor: ‘ସ୍ନେକ୍ ଡକ୍ଟର’ ଚେନ୍ ୟୁଆନ୍‌ହୁଇ

"ସାପ ନାଁ ଶୁଣିଲେ ଅନେକଙ୍କ ମନରେ ଭୟ ଜାଗିଉଠେ।

କିନ୍ତୁ ଚେନ୍ ୟୁଆନ୍‌ହୁଇଙ୍କ ପାଇଁ ସାପ ଭୟର ପ୍ରତୀକ ନୁହେଁ; ଏହା ତାଙ୍କ ଗବେଷଣା, ଜୀବନ ଓ ସଂରକ୍ଷଣ ଅଭିଯାନର ଏକ ଅବିଚ୍ଛେଦ୍ୟ ଅଂଶ।

ଜୀବନରେ ନଅ ଥର ସାପ କାମୁଡ଼ାର ଶିକାର ହେବା ଏବଂ ବିଷର ପ୍ରଭାବରେ ଗୋଟିଏ ଆଙ୍ଗୁଠି ହରାଇବା ସତ୍ତ୍ୱେ, ୭୭ ବର୍ଷ ବୟସରେ ମଧ୍ୟ ସେ ବିରଳ ସାପ "ମାଙ୍ଗସାନ୍ ପିଟ୍ ଭାଇପର୍‌"ର ସୁରକ୍ଷା ପାଇଁ କାମ କରୁଛନ୍ତି।Advertisment Annual function: ଓଡ଼ିଶା ସୋସାଇଟି ୟୁକେର ବାର୍ଷିକ ଉତ୍ସବ ପାଳନ ଦକ୍ଷିଣ ଚୀନର ଗ୍ୱାଙ୍ଗ୍‌ଡୋଙ୍ଗ୍‌ ପ୍ରଦେଶରେ ଜନ୍ମିତ ଚେନ୍ ୧୯ ବର୍ଷ ବୟସରେ ହୁନାନ୍ ପ୍ରଦେଶର ଏକ କ୍ଲିନିକାଲ୍ କଲେଜରୁ ଶିକ୍ଷାଲାଭ କରିଥିଲେ।

ପରେ ସେ ଏକ ସାପ କାମୁଡ଼ା ଗବେଷଣା କେନ୍ଦ୍ରରେ କାମ ଆରମ୍ଭ କରିଥିଲେ।

୧୯୮୨ରେ ସେହି କେନ୍ଦ୍ର ବନ୍ଦ ହୋଇଯିବା ପରେ ସେ ଘରକୁ ଫେରିଯିବା ପରିବର୍ତ୍ତେ ମାଙ୍ଗସାନ୍ ପର୍ବତର ଘଞ୍ଚ ଜଙ୍ଗଲରେ ରହି ସାପ କାମୁଡ଼ାରେ ପୀଡ଼ିତ ଲୋକଙ୍କ ଚିକିତ୍ସା କରିବାର ନିଷ୍ପତ୍ତି ନେଇଥିଲେ।

୧୯୮୪ରେ ଜଣେ ବନ କର୍ମଚାରୀଙ୍କୁ ଏକ ଅଜଣା ସାପ କାମୁଡ଼ିବା ପରେ ଚେନ୍‌ଙ୍କ ଜୀବନରେ ଆରମ୍ଭ ହୋଇଥିଲା ଏକ ନୂଆ ଅଧ୍ୟାୟ।

ହଳଦିଆ ଓ ସବୁଜ ରଙ୍ଗର ଶରୀର ଏବଂ ଧଳା ଲାଞ୍ଜ ଥିବା ଏହି ସାପକୁ ସ୍ଥାନୀୟ ଲୋକେ "ଲିଟିଲ୍ ଗ୍ରିନ୍ ଡ୍ରାଗନ୍" ବୋଲି କହୁଥିଲେ।

ସାପଟି ସମ୍ପର୍କରେ ଜାଣିବା ପାଇଁ ଚେନ୍ ଆରମ୍ଭ କରିଥିଲେ ବ୍ୟାପକ ଅନ୍ବେଷଣ ଓ ଗବେଷଣା।

Eiffel tower: ମହିଳା କର୍ମଚାରୀଙ୍କୁ ଦୂରେଇ ରଖିବା ଅଭିଯୋଗ; ବନ୍ଦ ହେଲା ଆଇଫେଲ୍‌ ଟାୱାର ପ୍ରାୟ ପାଞ୍ଚ ବର୍ଷର ଅନୁସନ୍ଧାନ ପରେ ତାଙ୍କୁ ଏକ ବସାରେ ଏଭଳି ୨୩ଟି ସାପ ମିଳିଥିଲା।

ଏହି ଆବିଷ୍କାର ପରେ ବୈଜ୍ଞାନିକ ଜଗତରେ ମାଙ୍ଗସାନ୍ ପିଟ୍ ଭାଇପର୍ "ଲିଟିଲ୍ ଗ୍ରିନ୍‌ ଡ୍ରାଗନ୍" ଭାବେ ନୂଆ ପରିଚୟ ପାଇଥିଲା।

୧୯୯୦ରେ ଏହି ପ୍ରଜାତିର ମାତ୍ର ୨୦୦ଟି ସାପ ଥିଲେ।

ଚେନ୍‌ ନିଜ ଘରେ ଏହି ସାପମାନଙ୍କ ପ୍ରଜନନ କରାଇ ୨୦୨୨ ସୁଦ୍ଧା ୧୬୦ଟି ସାପ ଜଙ୍ଗଲରେ ଛାଡ଼ିସାରିଛନ୍ତି।

ତାଙ୍କ ଉଦ୍ୟମରେ ଏହି ବିପନ୍ନ ସାପ ପ୍ରଜାତି ସଂଖ୍ୟା ୬୦୦କୁ ବୃଦ୍ଧି ପାଇଛି।

ତାଙ୍କ ଦୀର୍ଘ ଦିନର ଅବଦାନକୁ ସମ୍ମାନ ଜଣାଇ ସ୍ଥାନୀୟ ପ୍ରାକୃତିକ ଇତିହାସ ସଂଗ୍ରହାଳୟ ବାହାରେ ତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)