30 OCTOBER 2026

Welcome!

Unlock your personalized experience.
Sign Up

Smart parking: ରାଜଧାନୀରେ ହେବ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା: ଦୁଇଘଣ୍ଟା ପୂର୍ବରୁ କରିହେବ ସ୍ଥାନ ସଂରକ୍ଷଣ

Oct 30, 2026 - 06:04
Smart parking: ରାଜଧାନୀରେ ହେବ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା: ଦୁଇଘଣ୍ଟା ପୂର୍ବରୁ କରିହେବ ସ୍ଥାନ ସଂରକ୍ଷଣ

ଭୁବନେଶ୍ୱର: ରାଜଧାନୀର ଜନଗହଳିପୂର୍ଣ୍ଣ ୫ଟି ଛକରେ ହେବ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା। ପାର୍କିଂ ପାଇଁ ମୋବାଇଲ୍‌ ଆପ୍‌ରେ ଦୁଇ ଘଣ୍ଟା ପୂର୍ବରୁ ସ୍ଥାନ ସଂରକ୍ଷଣ ମଧ୍ୟ କରିହେବ। ଏପରିକି ଇଭି ଗାଡ଼ି ପାଇଁ ଚାର୍ଜିଂ ବ୍ୟବସ୍ଥା ମଧ୍ୟ ଉପଲବ୍‌ଧ ହେବ। ଦୈନିକ, ସାପ୍ତାହିକ ଓ ମାସିକ ପାର୍କିଂ ପାଇଁ ଡିଜିଟାଲ ପାସ୍‌ ବ୍ୟବସ୍ଥା ମଧ୍ୟ ରହିବ। ବିଏମ୍‌ସି ପକ୍ଷରୁ ରାଜଧାନୀର ବ୍ୟସ୍ତବହୁଳ ରାସ୍ତା ଯଥା ସରକାରୀ ପଲିଟେକ୍‌ନିକ୍‌ରୁ- ନିଶ୍ୱାସ କଲେଜ୍‌, ନିଶ୍ୱାସ କଲେଜ୍‌-ଏକ୍ସଆଇଏମ୍‌ବି, ଉତ୍କଳ ହସ୍ପିଟାଲ, ଖଣ୍ଡଗିରି ଓ ବମିଖାଲ ଫ୍ଲାଏଓଭର ତଳେ ଥିବା ଖାଲି ସ୍ଥାନରେ ଏହିପରି ପାର୍କିଂ ବ୍ୟବସ୍ଥା ହେବାକୁ ଯାଉଛି। ଖାଲି ସ୍ଥାନ ଅନୁସାରେ ଦୁଇଚକିଆ ଯାନଠାରୁ ଆରମ୍ଭ କରି ବାଣିଜ୍ୟିକ ଯାନବାହାନ ରହିବାର ମଧ୍ୟ ସୁବିଧା ରହିବ। ସହରର ଖାଲି ଥିବା ସ୍ଥାନକୁ ବ୍ୟବହାର ଉପଯୋଗୀ କରିବା ସହିତ ପାର୍କିଂ ବ୍ୟବସ୍ଥାକୁ ବ୍ୟବସ୍ଥିତ ଓ ଡିଜିଟାଇଜ୍‌ କରିବା ପାଇଁ ବିଏମ୍‌ସି ପକ୍ଷରୁ ଏହି ପ୍ରୟାସ କରାଯାଇଛି ବୋଲି ଡେପୁଟି କମିସନର ସୁମନ କିଶୋର ଡୁଙ୍ଗଡୁଙ୍ଗ ସୂଚନା ଦେଇଛନ୍ତି। ସ୍ଥାନ ଅନୁସାରେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ସୁବିଧା ରହିବ। ନଭେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଏହି ପାର୍କିଂ ବ୍ୟବସ୍ଥା ଆରମ୍ଭ କରିବାର ଯୋଜନା ରହିଛି ବୋଲି ସେ କହିଛନ୍ତି।

Patanjali university: ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ

ଏନେଇ ଗତ ସେପ୍ଟେମ୍ୱର ମାସ ୨୮ ତାରିଖରେ ଟେଣ୍ଡର ଡକା ହୋଇଥିଲା। ତିନିଟି ସଂସ୍ଥା ଏହାର ପରିଚାଳନା ଦାୟିତ୍ୱ ନେବେ ବୋଲି ସୂଚନା ମିଳିଛି। ପାର୍କିଂ ବ୍ୟବସ୍ଥାକୁ ସ୍ମାର୍ଟ କରିବା ପାଇଁ କେବଳ ଡିଜିଟାଲ ନେଣଦେଣ କରିହେବ। ସହରବାସୀ ଅନଲାଇନ୍‌ରେ ନିଜର ସ୍ଲଟ୍‌ ବୁକିଂ କରିବା ପରେ ତାଙ୍କ ମୋବାଇଲ୍‌କୁ ଏକ ଆଲର୍ଟ ମେସେଜ ଯିବ। ସେହି ମେସେଜ୍‌ ଆଧାରରେ ସେମାନେ ପାର୍କ କରିବା ସହିତ ରସିଦ ମଧ୍ୟ ପାଇପାରିବେ। ସେହିପରି ଖାଲି ସ୍ଥାନ ଅନୁସାରେ ପାର୍କିଂ ସ୍ଥଳରେ ସ୍ମାର୍ଟ ବେଞ୍ଚ, ଇଭି ଚାର୍ଜିଂ ସେଣ୍ଟର ସହିତ ସୁରକ୍ଷା ବ୍ୟବସ୍ଥା ପାଇଁ ସିସିଟିଭି ମଧ୍ୟ ଲଗାଯିବ। ଏହି ବ୍ୟବସ୍ଥା ସଫଳ ହେଲେ ଅନ୍ୟ ସ୍ଥାନରେ ଏହାକୁ ଲାଗୁ କରାଯିବ ବୋଲି ଶ୍ରୀ ଡୁଙ୍ଗଡୁଙ୍ଗ କହିଛନ୍ତି। ବିଶେଷ କରି କଟକ ରୋଡ୍‌ ଓ ଖଣ୍ଡଗିରିର ଗହଳିକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟାକୁ ବ୍ୟବସ୍ଥିତ କରାଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ରାଜଧାନୀର ଅଧିକାଂଶ ଫ୍ଲାଏଓଭର ଅଘୋଷିତ ଗ୍ୟାରେଜ୍‌ ଓ ପାର୍କିଂ ସ୍ଥଳ ପାଲଟିଛି। ବିଶେଷ କରି ଲକ୍ଷ୍ମୀସାଗର, ବମିଖାଲ, ଖଣ୍ଡଗିରି ଓ ଭିଏସ୍‌ଏସ୍‌ନଗର ଫ୍ଲାଏଓଭର ତଳେ ବହୁ ଗାଡ଼ି ରହୁଛି। ଏଠାରେ ପାର୍କିଂ ବ୍ୟବସ୍ଥା କରି ବିଏମ୍‌ସି ରାଜସ୍ବ ଆଦାୟ କରିବାର ଯୋଜନା ରଖିଛି।

Neglect: ବିଧାୟକ ପାଣ୍ଠି ଖର୍ଚ୍ଚରେ ମନ୍ଥରତା: ବଳକା ପଡ଼ିଛି ୯.୬୭କୋଟି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)