Skills are also important: କେବଳ ଡିଗ୍ରି ନୁହେଁ, ଦକ୍ଷତା ବି ଜରୁରି

Jun 21, 2026 - 06:20
Skills are also important: କେବଳ ଡିଗ୍ରି ନୁହେଁ, ଦକ୍ଷତା ବି ଜରୁରି

"ଡିଜିଟାଲ୍‌ ମାର୍କେଟିିଂ ଜଗତରେ ସୌମ୍ୟରଞ୍ଜନ ନାୟକ ଏକ ଜଣାଶୁଣା ନାମ।

କମ୍ପ୍ୟୁଟର୍‌ ସାଇନ୍‌ସରେ ବି-ଟେକ୍‌ ପରେ ସାଇବର୍‌ ସିକ୍ୟୁରିଟିରେ ଏମ୍‌ସିଏ କରି ୧୬ ବର୍ଷରୁ ଅଧିକ ସମୟ ଧରି କୋର୍‌ ଡିଜିଟାଲ୍‌ ମାର୍କେଟିିଂ‌େର ସେ କାମ କରିଆସୁଛନ୍ତି।

ଭାରତରେ "ଡିଜିଟାଲ୍‌ ମାର୍କେଟିଂ ଆଜ୍‌ ଏ ସ୍କିଲ୍‌" କୋର୍ସ ଆରମ୍ଭ କରିଥିବା ସୌମ୍ୟରଞ୍ଜନଙ୍କ ସହ ଅଳ୍ପ ଆଳାପ।Advertisment digital heritage mapping ଏଏସ୍‌ଆଇ ଅଧୀନର ୮୨ ଏବଂ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ୨୧୨ଟି ଐତିହାସିକ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଚୁକ୍ତିପତ୍ର  କ"ଣ ଚିନ୍ତା କରି ଡିଜିଟାଲ୍‌ ମାର୍କେଟିଂକୁ ବୃତ୍ତି ଭାବେ ବାଛିଲେ?ମୋ ନିକଟରେ ବୈଷୟିକ ଜ୍ଞାନ ଥିବାରୁ ଏସ୍‌ଇଓ, ଗୁଗଲ୍‌ ଆଡ୍‌ସ୍‌ର ଆଲ୍‌ଗୋରିଦିମ୍‌ ଓ ଡାଟା ସିକ୍ୟୁରିଟି ବୁଝିବା ମୋ ପକ୍ଷେ ସହଜ।

ଏହି କ୍ଷେତ୍ରରେ ରହିଲେ ଗ୍ରାହକଙ୍କୁ ଅଧିକ ସୁରକ୍ଷିତ କୌଶଳ ଦେଇପାରିବି ବୋଲି ମୁଁ ଚିନ୍ତା କଲି।  ପୂର୍ବର ଓ ଆଜିର ମାର୍କେଟିଂ ଭିତରେ କ"ଣ ପାର୍ଥକ୍ୟ ଦେଖୁଛନ୍ତି?ସେତେବେଳେ କେବଳ ୱେବ୍‌ସାଇଟ୍‌ ବ୍ୟାନର୍‌ ଓ ବଲ୍‌କ ଇମେଲ୍‌କୁ ଡିଜିଟାଲ୍‌ ମାର୍କେଟିଂ ଭାବେ ବିବେଚନା କରାଯାଉଥିଲା।

ଏବେ ସେ ଜାଗା ନେଇଛି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ (ଏଆଇ), ପର୍ଫମାନ୍‌ସ ମାର୍କେଟିଂ ଓ ହାଇପର୍‌ ଟାର୍ଗେଟେଡ୍‌ ଆଡ୍‌ଭର୍‌ଟାଇଜିଂ।  "ଡିଜିଟାଲ୍‌ ମାର୍କେଟିଂ ଆଜ୍‌ ଏ ସ୍କିଲ୍‌" କୋର୍ସ ଆରମ୍ଭ କରିବାକୁ କାହିଁକି ଭାବି‌ଲେ?ପାରମ୍ପରିକ ଶିକ୍ଷା ବ୍ୟବସ୍ଥାରେ ଡିଗ୍ରି ମିଳିଯାଏ, ହେଲେ କର୍ପୋରେଟ୍‌ ସେକ୍ଟର୍‌ ପାଇଁ ଦକ୍ଷତା ଆବଶ୍ୟକ।

ଯୁବପିଢ଼ିଙ୍କୁ ସିଧାସଳଖ ରୋଜଗାରକ୍ଷମ କରାଇବାକୁ ମୁଁ ଏହି କୋର୍ସ ବିଷୟରେ ଚିନ୍ତା କଲି।  ଓଡ଼ିଶାରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗୀମାନେ ଡିଜିଟାଲ୍‌ ମାର୍କେଟିଂରୁ ଲାଭବାନ୍‌ ହେବେ କି?ଏବେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍‌।

ସ୍ଥାନୀୟ ବ୍ୟବସାୟୀମାନେ ଖୁବ୍ ଅଳ୍ପ ଖର୍ଚ୍ଚରେ ସୋସିଆଲ୍‌ ମିଡିଆ ବିଜ୍ଞାପନ ଜରିଆରେ ସିଧାସଳଖ ଗ୍ରାହକଙ୍କ ନିକଟରେ ପହଞ୍ଚିପାରିବେ।

DigitalArrest: ୨୭ ଦିନ ଡିଜିଟାଲ ଆରେଷ୍ଟରେ ରହିବା ପରେ ୮୪.୫ ଲକ୍ଷ ଟଙ୍କା ହରାଇଲେ ଲକ୍ଷ୍ନୌର ବୃଦ୍ଧ  ଡିଜିଟାଲ ମାର୍କେଟିିଂକୁ କ୍ୟାରିୟର୍‌ ଭାବେ ଗଢ଼ିବାକୁ ଚାହୁଥିବା ଯୁବପିଢ଼ିଙ୍କୁ କ"ଣ ପରାମର୍ଶ ଦେବେ?ନିରନ୍ତର ଶିଖନ୍ତୁ ଓ କାର୍ଯ୍ୟକାରୀ କରନ୍ତୁ।

ଏହା ଏମିତି କ୍ଷେତ୍ର, ଯାହା ପ୍ରତି ମାସରେ ବଦଳୁଛି।

ତେଣୁ ସାର୍ଟିଫିକେଟ୍‌ ପଛରେ ନ ଗୋଡ଼ାଇ ପ୍ରାକ୍ଟିକାଲ୍‌ ଜ୍ଞାନ ଅର୍ଜନ କରନ୍ତୁ।

"