Six Robbery Cases ଡକାୟତ ମାମଲା: ୬ ଡକାୟତ ଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା ଭଦ୍ରକ ପୁଲିସ
"ନଗଦ ଦୁଇ ଲକ୍ଷ ୧୭ ହଜାର ଟଙ୍କା, ୭୩ ଗ୍ରାମ ସୁନା , ୬୬୦ ଗ୍ରାମ ରୂପା, ଗୋଟିଏ ପିସ୍ତଲ, ଅଫୁଟା ଗୁଳି, କାର, ୭ ମୋବାଇଲ ଫୋନ ଜବତ Advertisment ଭଦ୍ରକ (ହରିହର ନାୟକ): ଅପରାଧ ନିୟନ୍ତ୍ରଣରେ ଭଦ୍ରକ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି।
ଜିଲାରେ ଗତ ମଇ ମାସଠାରୁ ଏଯାବତ ଘଟିଥିବା ୬ ଟି ଡକାୟତି ମାମଲାରେ ୬ ଜଣ ଡକାୟତଙ୍କୁ ଝାଡ଼ଖଣ୍ଡରୁ ଗିରଫ କରି ଓଡ଼ିଶା ଅଣାଯାଇଛି।
ଆଜି ଏହି ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।
Robbery: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତି, ଲୁଟି ନେଲେ ୧୫ ଭରି ସୁନାଗହଣା ଓ ନଗଦ ୬୦ ହଜାର ଟଙ୍କା ଆଜି (ବୁଧବାର) ଏସ୍ପି ମନୋଜ ରାଉତ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ଅଭିଯୁକ୍ତଙ୍କ ଠାରୁ ନଗଦ ଦୁଇ ଲକ୍ଷ ୧୭ ହଜାର ଟଙ୍କା, ୭୩ ଗ୍ରାମ ସୁନା , ୬୬୦ ଗ୍ରାମ ରୂପା, ଗୋଟିଏ ପିସ୍ତଲ, ଅଫୁଟା ଗୁଳି, କାର, ୭ ମୋବାଇଲ ଫୋନ ଜବତ କରିଛି।
ଭଦ୍ରକର ସାବରଙ୍ଗ, ତଲାଙ୍ଗ, ଚରମ୍ପା, ଗଣିଯାଙ୍ଗ, ଧାମନଗର ଛକ, ରାଣୀତାଲରେ ହୋଇଥିବା ଡକାୟତ ଘଟଣାରେ ଏହି ଅଭିଯୁକ୍ତମାନେ ସାମିଲ ଥିଲେ।
Robbery: ଡାକ୍ତରଙ୍କ ଘରେ ଡକାୟତି: ହାତଗୋଡ଼ ଓ ମୁହଁ ବାନ୍ଧି ବନ୍ଧୁକ ଦେଖାଇ ୮୦ ହଜାର ଟଙ୍କା ଲୁଟ୍ ଭଦ୍ରକ ବ୍ରାହ୍ମଣୀ ଗାଁର ଆଦିତ୍ୟ ରଣା ଏହି ଗ୍ୟାଙ୍ଗ୍ର ମୁଖିଆ ଥିଲା।
ଏହି ଗ୍ୟାଙ୍ଗ୍ ଘରେ ପଶି ବନ୍ଧୁକ ମୁନରେ ଲୋକଙ୍କୁ ଭୟଭୀତ କରାଇ ଲୁଟୁଥିଲେ।
ଭଦ୍ରକ ରୁରାଲ୍ ଥାନା କେସ୍ ନଂ୫୭୮, ତାରିଖ ୫ ଅଗଷ୍ଟ ୨୦୨୬ ଏକ ମାମଲା ରୁଜୁ ହୋଇଥିଲା ।
ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ ଟି ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଥିଲା ।
ବ୍ରାହ୍ମଣୀ ଗାଁର ଡକାୟତ ଆଦିତ୍ୟ ରଣା ଙ୍କୁ ପ୍ରଥମେ ପୁଲିସ ଗିରଫ କରି ଗତ ୭ ତାରିଖରେ କୋର୍ଟ ଚାଲାଣ କରୁଥିଲା।
ଆଦିତ୍ୟ ପାଖରୁ ସବୁ ତଥ୍ୟ ସଂଗ୍ରହ କରି ତଦନ୍ତକାରୀ ପୁଲିସ ଟିମ ଝାଡ଼ଖଣ୍ଡ ଯାଇଥିଲା।
ସେଠାରୁ ଚଢାଉ କରି ଭଦ୍ରକ ପୁଲିସ ଏହି ୬ ଜଣ ପେଶାଦାର ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି।।
ଏହି ସବୁ ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କ ସମ୍ପର୍କରେ ପୁଲିସ ର ତଦନ୍ତ ଜାରି ରହିଛି ବୋଲି ଏସ ପି କହିଛନ୍ତି ।
Dacoity Plot Foiled ଡକାୟତି ଯୋଜନା ପଣ୍ଡ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ମାରଣାସ୍ତ୍ର ଜବତ ଗିରଫ ଅଭିଯୁକ୍ତମାନେ ହେଲେ; (୧) ଭାରତ ସାଓ ଆଇଆସ ମୁକେଶ ରାଜକ, ବୟସ ପ୍ରାୟ ୨୬ ବର୍ଷ, ପିତା-ଗୋନ୍ଦୋରୀ ଯାଓ, ଗ୍ରାମ-ଛଟାତାଣ୍ଡ, ଥାନା-ବରୱାଡା, ଜିଲ୍ଲା-ଧାନବାଦ, ଝାଡଖଣ୍ଡ, (୨) ଡ୍ରାଇଭର ମହମ୍ମଦ କରିମ୍ ଅଳସାରୀ, ବୟସ ପ୍ରାୟ ୪୦ ବର୍ଷ, ପିଢା-ମହମ୍ମଦ ଜୈନୁଲ୍ ଅନସାରୀ, ଗ୍ରାମ-ମସଜିଦଟୋଲା, ଶିବପୁର, ଥାଳା-ଗୋବିନ୍ଦପୁର, ଜିଲ୍ଲା-ଧାନବାଦ, ଝାଡଖଣ୍ଡ, (୩) ଲାଲବାହାଦୁର ସାଓ, ବୟସ ୨୮ ବର୍ଷ, ପିତା-ହୀରାଲାଲ୍ ସାଓ, ଗ୍ରାମ-ଛଟାତାଣ୍ଡ, ଥାନା-କରୱାଡ଼ା, ଜିଲ୍ଲା-ଧାନବାଦ, ଝାଡଖଣ୍ଡ(୪) ଓମ ପ୍ରକାଶ ଦାସ, ବୟସ ପ୍ରାୟ ୨୯ ବର୍ଷ, ପିତା-ଲାଲବାବୁ ଦାସ, ଗ୍ରାମ-ସୋନାରିଆ, ଥାନା-ବରୱା, ଜିଲ୍ଲା-ଧାନବାଦ, ଝାଡ଼ଖଣ୍ଡ ।(୫) ଦେବୀଲାଲ୍ ଦାସ, ବୟସ ୨୫ ବର୍ଷ, ପିଚା-ସ୍ୱର୍ଗତ ଶୋଭି ଦାସ, ଗ୍ରାମ-ସୋନାରିଆ, ଥାନା-ବରୱାଡ଼ା, ଜିଲ୍ଲା-ଧାନବାଦ, ଝାଡ଼ଖଣ୍ଡ(୬) କାଳାଚାନ୍ଦ ସାଓ, ବୟସ ପ୍ରାୟ ୨୭ ବର୍ଷ, ପିତା-ବାବୁଲାଲ୍ ମହାତୋ, ଗ୍ରାମ-ମଧୁଗୋଳା, ଥାଳା-ବରୱା, ଜିଲ୍ଲା-ଧାନବାଦ, ଝାଡଖଣ୍ଡ ବୋଲି ପୁଲିସ ସୂଚନା ଦେଇଛି। (୭) ପୂର୍ବରୁ ଗିରଫ ମୁଦାଲା, ଆଦିତ୍ୟ ରଣା, ବୟସ ୩୦, ପିତା-ରାମଚନ୍ଦ୍ର ରଣା, ଗ୍ରାମ-ରଣା ସାହି, ଶ୍ରୀମହାନ ଗାଁ, ବସୁଦେବପୁର, ଭଦ୍ରକ କୋର୍ଟ ଚାଲାଣ କରାଯାଇ ଜେଲରେ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
