Car Accident Death: ସୁନ୍ଦରଗଡ଼ରେ କାର୍ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

Jun 29, 2026 - 08:36
Car Accident Death: ସୁନ୍ଦରଗଡ଼ରେ କାର୍ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

"ସୁନ୍ଦରଗଡ଼: ଆଜି ଭୋର୍ ସମୟରେ  ଭଷ୍ମା ଥାନା ସିଙ୍ଗେରମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ଏକ୍ କାର୍ (ଜେଏଚ୍ ୦୪ ଏଫ- ୮୬୩୯) ରାସ୍ତା କଡ଼ ପଡ଼ିଆକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏଥିରେ କାର ଭାଙ୍ଗି ଚୂରମାର ହୋଇଥିବାବେଳେ ଘଟଣାସ୍ଥଳରେ ଜଣକର ମୃତ୍ଯୁ ଓ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।

ତେବେ କୌଣସି ଗାଡ଼ି ଧକ୍କା କିମ୍ବା ଭାରସାମ୍ଯ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ।Advertisment ମୃତାହତଙ୍କ ପରିଚୟ ହସ୍ତଗତ ହୋଇ ନାହିଁ କେହି ଜଣେ ସକାଳ ସାଢ଼େ ୫ଟାରେ  ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଦେଖି ଭଷ୍ମା ପୁଲିସକୁ ସୂଚନା ଦେବା ପରେ ପୁଲିସ ଓ  ଅଗ୍ନିଶମ ବାହିନୀ ପହଞ୍ଚି ଗାଡ଼ି ଭିତରୁ ଗୁରୁତରଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାକୁ ପଠାଇଛି।

ଏହା ସହ ମୃତଦେହକୁ ବ୍ଯବଚ୍ଛେଦ ପାଇଁ ପଠାଇ  ଓ କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ମୃତାହତଙ୍କ ପରିଚୟ ହସ୍ତଗତ ହୋଇ ନାହିଁ।

Collective efforts: ସନ୍ତୁଳିତ ପରିବେଶ ପାଇଁ ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ "