Sijimali-Kutrumali Protest Cases ଡା ରାଣ୍ଡାଲ୍ ସେକ୍ୱେରା ଓ ଲକ୍ଷ୍ମଣ ନାୟକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଏଆଇଏସ୍ଏଫ୍‌ର ଦାବି

Oct 21, 2026 - 19:10
Sijimali-Kutrumali Protest Cases ଡା ରାଣ୍ଡାଲ୍ ସେକ୍ୱେରା ଓ ଲକ୍ଷ୍ମଣ ନାୟକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଏଆଇଏସ୍ଏଫ୍‌ର ଦାବି

"ଭୁବନେଶ୍ୱର: ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସିଜିମାଳି ଓ କୁଟ୍ରୁମାଳି ପାହାଡ଼ରେ ବକ୍ସାଇଟ୍ ଖଣି ଖନନକୁ ବିରୋଧ କରି ଚାଲିଥିବା ଜନଆନ୍ଦୋଳନ ସହ ଜଡ଼ିତ ଡା ରାଣ୍ଡାଲ୍ ସେକ୍ୱେରା ଓ ମା-ମାଟି-ମାଳି ସୁରକ୍ଷା ମଞ୍ଚର ନେତା ଲକ୍ଷ୍ମଣ ନାୟକଙ୍କ ଗିରଫଦାରୀକୁ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏଫ୍‌) ଓଡ଼ିଶା ରାଜ୍ୟ ପରିଷଦ ଦୃଢ଼ ନିନ୍ଦା କରିଛି।

ଉଭୟଙ୍କୁ ତୁରନ୍ତ ମୁକ୍ତ କରିବା ସହ ଆଦିବାସୀ ଓ ଦଳିତ ସମାଜର ନ୍ୟାୟସଙ୍ଗତ ଦାବି ଏବଂ ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରିବା ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ସରକାରଙ୍କ ନିକଟରେ ସଂଗଠନ ପକ୍ଷରୁ ଦାବି କରାଯାଇଛି।

Advertisment Odisha High Court: ସିଜିମାଳି ଖଣିକୁ ରାସ୍ତା ନିର୍ମାଣ ମାମଲା: ଯୁଗ୍ମ ଯାଞ୍ଚ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶଏଆଇଏସ୍‌ଏଫ୍‌ ପକ୍ଷରୁ ଆଜି (ବୁଧବାର) ପ୍ରକାଶିତ ପ୍ରେସ୍‌ବିଜ୍ଞପ୍ତିରେ କୁହାଯାଇଛି, ଚଳିତବର୍ଷ ଅକ୍ଟୋବର ୧୬ ତାରିଖ ରାତି ୧୦ଟା ୪୫ମିରେ ସେକ୍ବାରା ଓ ଲକ୍ଷ୍ମଣଙ୍କୁ ଘରୁ ଗିରଫ କରିନିଆଯାଇଥିଲା।

ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଡକାୟତି, ଦଙ୍ଗା ଓ ଅସ୍ତ୍ରଶସ୍ତ୍ର ଆଇନ ଭଳି ଗୁରୁତର ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା।

ଏଭଳି ମିଥ୍ୟା ମାମଲା, ଆଇନର ଅପବ୍ୟବହାର, ନ୍ୟାୟିକ ପ୍ରକ୍ରିୟା ଓ ନାଗରିକ ସ୍ୱାଧୀନତାର ହନନ ବୋଲି ସଂଗଠନ ଉଦ୍‌ବେଗ ପ୍ରକାଶ କରିଛି।

Sijimali conflict: ସିଜିମାଳି ଘଟଣା ନେଇ ଜିଲ୍ଲାପାଳଙ୍କୁ ଭେଟିଲା କଂଗ୍ରେସ, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡିଡା.

ରାଣ୍ଡାଲ୍ ସେକ୍ୱେରା ଦୀର୍ଘଦିନ ଧରି ଦୁର୍ଗମ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ସ୍ବେଚ୍ଛାକୃତ ଭାବେ ଲୋକଙ୍କ ସେବା କରୁଛନ୍ତି।

ଅନ୍ୟପକ୍ଷରେ, ଲକ୍ଷ୍ମଣ ନାୟକ ଆଦିବାସୀ ଓ ଦଳିତ ସମାଜର ଅଧିକାର ପାଇଁ ବାରମ୍ବାର ସ୍ୱର ଉଠାଇ ଆସୁଛନ୍ତି।

ଏପରି ବ୍ୟକ୍ତିମାନଙ୍କୁ ଗଣଆନ୍ଦୋଳନ ସହ ସମ୍ପୃକ୍ତି ଆଧାରରେ ଗୁରୁତର ଅପରାଧିକ ମାମଲାରେ ଛନ୍ଦିବାର ଅଭିଯୋଗ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏକ ଚିନ୍ତାଜନକ ସଙ୍କେତ।

ଆଦିବାସୀ ଓ ଦଳିତ ସମାଜର ଅଧିକାର ପାଇଁ ଚାଲିଥିବା ନ୍ୟାୟସଙ୍ଗତ ସଂଘର୍ଷକୁ ଏଆଇଏସ୍ଏଫ୍ ଦୃଢ଼ ସମର୍ଥନ ଜଣାଉଛି।

Sijimali Issue ସିଜିମାଳିକୁ ନେଇ କୁଇ ସମାଜ ପକ୍ଷରୁ ପ୍ରତିବାଦ ପଦଯାତ୍ରା ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା କହିଛନ୍ତି,  ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ନିରପେକ୍ଷ ଓ ସ୍ୱଚ୍ଛ ସମୀକ୍ଷା କରାଯାଇ ଆଧାରହୀନ ଅଭିଯୋଗକୁ ପ୍ରତ୍ୟାହାର କରାଯାଉ।

ଆନ୍ଦୋଳନ ସହ ଜଡ଼ିତ ଅନ୍ୟ ବନ୍ଦୀ ଓ ଅଭିଯୁକ୍ତଙ୍କ ମାମଲାର ମଧ୍ୟ ନିରପେକ୍ଷ ସମୀକ୍ଷା କରାଯାଇ ଆଇନ ଅନୁଯାୟୀ ଉପଯୁକ୍ତ ନ୍ୟାୟିକ ପ୍ରତିକାର ସୁନିଶ୍ଚିତ କରାଯାଉ।

ସିଜିମାଳି ଓ କୁଟ୍ରୁମାଳି ଅଞ୍ଚଳର ଆଦିବାସୀ ଓ ସ୍ଥାନୀୟ ଲୋକଙ୍କ ଜମି, ଜଙ୍ଗଲ, ଜଳ, ଜୀବିକା ଓ ଆଇନଗତ ଅଧିକାରକୁ ସମ୍ମାନ ଦିଆଯାଉ।

ନଚେତ୍ ଏଆଇଏସ୍ଏଫ୍ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)