India US Relations: ରୁବିଓଙ୍କୁ ୨୬/୧୧ ଆକ୍ରମଣର ବାସ୍ତବତା ମନେ ପକାଇଲେ ଜୟଶଙ୍କର

Oct 21, 2026 - 19:26
India US Relations: ରୁବିଓଙ୍କୁ ୨୬/୧୧ ଆକ୍ରମଣର ବାସ୍ତବତା ମନେ ପକାଇଲେ ଜୟଶଙ୍କର

"ମୁମ୍ବାଇ: ଆମେରିକା ସହ ପାକିସ୍ତାନର ବଢୁଥିବା ସମ୍ପର୍କ ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.

ଜୟଶଙ୍କର ଏକ ଭିନ୍ନ କୂଟନୈତିକ ଉପାୟରେ ୱାସିଂଟନକୁ ଭାରତ ବିରୋଧୀ ଆତଙ୍କବାଦର ବାସ୍ତବତା ମନେ ପକାଇଛନ୍ତି।

ମଙ୍ଗଳବାର ମୁମ୍ବାଇର ତାଜ୍‌ ମହଲ ପ୍ୟାଲେସ୍‌ ହୋଟେଲରେ ୨୬/୧୧ ଆତଙ୍କବାଦୀ ଆକ୍ରମଣର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିବା ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କୁ ସେ ଏହି ଆକ୍ରମଣର ପ୍ରତ୍ୟକ୍ଷ ସାକ୍ଷୀ ତଥା ହୋଟେଲର ସୁରକ୍ଷା ମୁଖ୍ୟ ସୁନୀଲ କୁଡିଆଡିଙ୍କ ସହ ପରିଚିତ କରାଇଥିଲେ।Advertisment ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଏହି ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା।

ମୃତକଙ୍କ ମଧ୍ୟରେ ଛଅ ଜଣ ଆମେରିକୀୟ ନାଗରିକ ମଧ୍ୟ ଥିଲେ।

ଲସ୍କର-ଏ-ତୋଇବାର ଆତଙ୍କବାଦୀମାନେ ତାଜ୍‌ ହୋଟେଲ ସମେତ ମୁମ୍ବାଇର ଅନେକ ସ୍ଥାନରେ ଆକ୍ରମଣ କରିଥିଲେ।

ତାଜ୍‌ ହୋଟେଲରେ ପ୍ରାୟ ୬୦ ଘଣ୍ଟା ଧରି ଆତଙ୍କବାଦୀଙ୍କ ଆତଙ୍କରାଜ ଚାଲିଥିଲା।

ମୃତକଙ୍କ ମଧ୍ୟରେ ଛଅ ଜଣ ଆମେରିକୀୟ ରୁବିଓ ୨୬/୧୧ ଆକ୍ରମଣର ମୃତକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଜୟଶଙ୍କର ତାଙ୍କୁ ସେତେବେଳେ ହୋଟେଲର ସୁରକ୍ଷା ଦାୟିତ୍ୱରେ ଥିବା ସୁନୀଲ କୁଡିଆଡିଙ୍କ ସହ ପରିଚିତ କରାଇଥିଲେ।

ଆକ୍ରମଣ ସମୟରେ କୁଡିଆଡି ତାଜ୍‌ ହୋଟେଲ ଭିତରେ ଉପସ୍ଥିତ ଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ଆତଙ୍କବାଦୀମାନେ କିପରି ହୋଟେଲ ଭିତରକୁ ପ୍ରବେଶ କରିଥିଲେ ବୋଲି ରୁବିଓ ପଚାରିବାରୁ କୁଡିଆଡି କହିଥିଲେ ଯେ ସେମାନେ ରାତି ଅଧରେ ଆସି ରୋଷେଇ ଘର ବାଟେ ଷଷ୍ଠ ମହଲା ପର୍ଯ୍ୟନ୍ତ ଯାଇଥିଲେ।

ରୋଷେଇ ଘରେ ମଧ୍ୟ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସେ ତାଙ୍କୁ ଜଣାଇଥିଲେ।

ଏହି ଆକ୍ରମଣରେ ତାଜ୍‌ ହୋଟେଲର ୩୧ ଜଣ କର୍ମଚାରୀ ଓ ପ୍ରଶିକ୍ଷାର୍ଥୀ ପ୍ରାଣ ହରାଇଥିଲେ।

ଆକ୍ରମଣ ସମୟରେ ଅତିଥିମାନଙ୍କୁ ସୁରକ୍ଷିତ ରଖିବା ଓ ଉଦ୍ଧାରକାରୀଙ୍କୁ ସହଯୋଗ କରିବାରେ କୁଡିଆଡିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

ପୂର୍ବତନ କେନ୍ଦ୍ର ଗୃହ ସଚିବ ରାମ ପ୍ରଧାନ ମଧ୍ୟ ଆକ୍ରମଣର ତଦନ୍ତ କରିଥିବା କମିଟିର ରିପୋର୍ଟରେ କୁଡିଆଡିଙ୍କୁ ଜଣେ ଅନାଲୋଚିତ ନାୟକ ଭାବେ ଉଲ୍ଲେଖ କରିଥିଲେ।

ଆତଙ୍କବାଦର ମାନବୀୟ ମୂଲ୍ୟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପାକିସ୍ତାନ ସହ ବାଣିଜ୍ୟିକ ଓ ରଣନୈତିକ ସମ୍ପର୍କ ବଢାଇବାକୁ ଉଦ୍ୟମ କରୁଥିବାବେଳେ ଜୟଶଙ୍କରଙ୍କ ଏହି ପଦକ୍ଷେପକୁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ବାର୍ତ୍ତା ଭାବେ ଦେଖାଯାଉଛି।

ପ୍ରତ୍ୟକ୍ଷ ସାକ୍ଷୀଙ୍କ ମୁହଁରୁ ଆକ୍ରମଣର ବିଭୀଷିକା ଶୁଣାଇ ଭାରତ ସୀମାପାର ଆତଙ୍କବାଦର ମାନବୀୟ ମୂଲ୍ୟ ଆମେରିକାକୁ ମନେ ପକାଇଛି।

ଆମେରିକା ସ୍ୱାଧୀନତାର ୨୫୦ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜୟଶଙ୍କର କହିଥିଲେ ଯେ ଆତଙ୍କବାଦ ବିରୋଧରେ ଭାରତର ଆତ୍ମରକ୍ଷା ଅଧିକାର ସ୍ପଷ୍ଟ ଏବଂ ଏହାର ସମସ୍ତ ଅନ୍ତର୍ଜାତୀୟ ସହଯୋଗୀ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇବା ଉଚିତ।

Bollywood Actors: ସଲମାନଙ୍କୁ ମାରିବା ଯୋଜନା ବିଫଳ ହେବା ପରେ ଟାଇଗରଙ୍କୁ ଟାର୍ଗେଟ୍‌, ୭ ଗିରଫ ଅନ୍ୟପକ୍ଷରେ, ପାକିସ୍ତାନ ସହ ସମ୍ପର୍କ ରଖିବା ଆମେରିକା ପାଇଁ ଆବଶ୍ୟକ ବୋଲି ରୁବିଓ ଯୁକ୍ତି ଦେଇଛନ୍ତି।

ପାକିସ୍ତାନ ଏକ ପରମାଣୁ ଅସ୍ତ୍ରଧାରୀ ଦେଶ ହୋଇଥିବାରୁ ତା" ସହ ଯୋଗାଯୋଗ ରଖିବା ଜରୁରୀ ବୋଲି ସେ କହିଛନ୍ତି।

ଏହି ସମ୍ପର୍କ ମାଧ୍ୟମରେ ଭାରତର ଚିନ୍ତାର କାରଣ ହେଉଥିବା କାର୍ଯ୍ୟକଳାପକୁ ରୋକିବା ପାଇଁ ଆମେରିକା ଉଦ୍ୟମ କରିପାରିବ ବୋଲି ସେ କହିଛନ୍ତି।

ତେବେ ଆତଙ୍କବାଦ ଓ ଏହାକୁ ପ୍ରୋତ୍ସାହନ ଦେଉଥିବା ଶକ୍ତି ବିରୋଧରେ ଆମେରିକାର ଆଭିମୁଖ୍ୟ କଠୋର ବୋଲି ମଧ୍ୟ ରୁବିଓ ସ୍ପଷ୍ଟ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)