Puri Kumbharpada Murder Case: ପୁରୀ କୁମ୍ଭାରପଡ଼ା ହତ୍ୟା ମାମଲା: ୨ ମାସ ପରେ ଧରାପଡ଼ିଲା ମାତୃହନ୍ତା ପୁଅ

Oct 21, 2026 - 20:46
Puri Kumbharpada Murder Case:  ପୁରୀ କୁମ୍ଭାରପଡ଼ା ହତ୍ୟା ମାମଲା: ୨ ମାସ ପରେ ଧରାପଡ଼ିଲା ମାତୃହନ୍ତା ପୁଅ

"ପୁରୀ (ଶ୍ୟାମା ପଟ୍ଟନାୟକ): ଚଳିତ ବର୍ଷ ଅଗଷ୍ଟ ୨୪ ତାରିଖ ପୁରୀ କୁମ୍ଭାରପଡ଼ାର ଏକ ଭଡ଼ାଘରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା।

ମହିଳାଙ୍କୁ ହତ୍ୟା କରି ରନ୍ଧାଘରେ ପୋତି ସିମେଣ୍ଟ ଢଳାଇ କରାଯାଇଥିଲା।

ଏହି ଘଟଣାରେ ମହିଳାଙ୍କ ପୁଅ ସନ୍ଦେହଘେରରେ ଥିଲା।

ଏହି ମାମଲାର ୨ ମାସ ପରେ ୧୯ ତାରିଖ (ସୋମବାର) କୁମ୍ଭାରପଡ଼ା ପୁଲିସ ସୁଦୂର ଟାଟାନଗରରୁ ଗିରଫ କରିଛି।

Advertisment Puri Shock: ମା"କୁ ମାରି ରନ୍ଧାଘରେ ପୋତି ପୁଅ ଫେରାର୍‌!ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ବିଧବା ମହିଳା ଅନ୍ନପୂର୍ଣ୍ଣା ଦଳାଇ (୭୫)ଙ୍କ ଶବକୁ ଉଦ୍ଧାର କରାଯାଇଥିଲା।

୪/୫ ଦିନ ପୂର୍ବରୁ ଅନ୍ନପୂର୍ଣ୍ଣାଙ୍କୁ ହତ୍ୟା କରାଯାଇ, ରନ୍ଧାଘରେ ଥିବା ଏକ ସିମେଣ୍ଟ ଆଲମିରା ଭଳି ଢାଞ୍ଚା ମଧ୍ୟରେ ରଖି ସିମେଣ୍ଟ ଢଳେଇ କରାଯାଇଥିଲା।

ଶବଟିର ଫରେନ୍‌ସିକ୍‌ ଯାଞ୍ଚ କରାଯାଇଥିଲା।

ଏହି ମାମଲାରେ ପୁଲିସ ବିଏନ୍‌ଏସ୍‌ର ଧାରା ୧୦୩(୧) ଓ ୨୩୮ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।

ମୃତା ମହିଳାଙ୍କ ପୁଅ ମଦନ ଗଜାନନ ଘଟଣାଦିନରୁ ଫେରାର୍‌ ଥିବାରୁ ସନ୍ଦେହ ବଢ଼ିଥିଲା।

ପରେ ସିସିଟିଭି ଯାଞ୍ଚରେ ମଦନ ବାଲ୍‌ଟିରେ ସିମେଣ୍ଟ ଗୋଳାଇବା ସହ ବାରମ୍ବାର ଘରୁ ବାହାରକୁ ଯାଆସ କରୁଥିବାରୁ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା।

Life sentence for killing his own Mother: ମାତୃହନ୍ତା ପୁତ୍ରକୁ ଆଜୀବନ କାରାଦଣ୍ଡ ଓ ଜୋରିମାନାପ୍ରଥମେ ପୁଲିସ, ମହିଳାଙ୍କ ଗାଁ ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ ଅନ୍ତର୍ଗତ ଖରଡ଼ା ଗାଁକୁ ଯାଇ ଅନୁସନ୍ଧାନ କରିଥିଲା।

ଅନ୍ନପୂର୍ଣ୍ଣା ଓ ତାଙ୍କ ପୁଅ ଗାଁର ସମସ୍ତ ସମ୍ପତ୍ତି ବିକ୍ରି କରି ଅନେକ ବର୍ଷ ପୂର୍ବରୁ ପୁରୀ ଚାଲିଯାଇଥିବା ଜଣାପଡ଼ିଥିଲା।  mother murder case ମାତୃହନ୍ତା ପୁଅକୁ ୮ ବର୍ଷ କାରାଦଣ୍ଡ ଓ ଅର୍ଥଦଣ୍ଡଏପଟେ ଅଭିଯୁକ୍ତ ମଦନକୁ ଧରିବାକୁ ପୁଲିସ ଡିଜିଟାଲ୍‌ ଫୁଟ୍‌ପ୍ରିଣ୍ଟ୍‌ର ସହାୟତା ନେଇଥିଲା।

ତେବେ ମଦନ ଅତି ଚତୁରତା ସହକାରେ ନିଜର ମୋବାଇଲ୍‌ ନମ୍ବର କ୍ରମାଗତ ଭାବେ ବଦଳାଇବା ସହ ଗୋଟିଏ ସ୍ଥାନରେ ଅନେକ ଦିନ ରହୁନଥିଲା।

ଶେଷରେ, ଝାଡ଼ଖଣ୍ଡ ଜାମସେଦପୁରର ଟାଟାନଗରରେ ମଦନ ରହୁଥିବା ଜଣାପଡ଼ିଥିଲା।

ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଟାଟାନଗର ପହଞ୍ଚି ସ୍ଥାନୀୟ ପୁଲିସର ସହାୟତାରେ ମଦନକୁ ଧରିଥିଲା।

ଏହି ସମୟରେ ମଦନ ଏକ ସ୍ନାକ୍‌ସ ଦୋକାନରେ କାମ କରୁଥିଲେ।

ରାଇବଣିଆରେ ପୁଣି ହତ୍ୟାକାଣ୍ଡ: ମାତୃହନ୍ତା ପୁଅକୁ ପିଟିପିଟି ମାରିଦେଲେ ବାପା ଓ ଭାଇକୁମ୍ଭାରପଡ଼ା ଥାନା ଆଇଆଇସି ବିଜୟାନନ୍ଦ ବେହେରା କହିଛନ୍ତି, ମଦନଠାରୁ ଦୁଇଟି ମୋବାଇଲ୍‌ ଫୋନ୍‌, ୩୪ ହଜାର ଟଙ୍କା, ଦୁଇଟି ଆଧାର କାର୍ଡ ଓ ଗୋଟିଏ ପାନ୍‌ କାର୍ଡ ଜବତ ହୋଇଥିଲା।

ମଦନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ତେବେ ମା'ଙ୍କୁ ହତ୍ୟା କରିବା ପଛର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ।

ଏହା ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ଆଶା ରଖାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)