Shubman Gill: ଭାରତର ତୃତୀୟ ବୃହତ ସ୍କୋର୍‌

Nov 22, 2026 - 16:00
Shubman Gill: ଭାରତର ତୃତୀୟ ବୃହତ ସ୍କୋର୍‌

ନୂଆଦିଲ୍ଲୀ: ରବିବାର ଭାରତ ଟେଷ୍ଟ୍‌ କ୍ରିକେଟ୍‌ରେ ନିଜର ତୃତୀୟ ବୃହତ ସ୍କୋର୍‌ କରିଛି।

ୱେଲିଂଟନ୍‌ରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ କେଏଲ୍‌ ରାହୁଲ ଓ ଋଷଭ ପନ୍ତଙ୍କ ଶତକ ଏବଂ ଯଶସ୍ବୀ ଜୟସ୍ବାଲ, ଦେବଦତ୍ତ ପଡ଼ିକଲ, ଅଧିନାୟକ ଶୁବମନ ଗିଲ୍‌ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ୭୨୦/୯ କରି ଏହି ସଫଳତା ପାଇଛି।

ଏହା ନ୍ୟୁଜିଲାଣ୍ଡ ବିପକ୍ଷ ଓ ବିଦେଶ ମାଟିରେ ଭାରତର ସର୍ବୋଚ୍ଚ ସ୍କୋର୍‌ ଏବଂ ଓସେନିଆ ଦେଶ ମଧ୍ୟରେ ଶ୍ରେଷ୍ଠ।

ଏଥିସହ ୧୯୩୦ରୁ ନ୍ୟୁଜିଲାଣ୍ଡ ମାଟିରେ ଏହା ମଧ୍ୟ ସର୍ବୋଚ୍ଚ ଦଳଗତ ସ୍କୋର୍‌।

ପୂର୍ବରୁ ଏହି ରକର୍ଡ ୨୦୧୯‌ ହାମିଲଟନ୍‌ ଟେଷ୍ଟ୍‌ରେ ବାଂଲାଦେଶ ବିପକ୍ଷ ନ୍ୟୁଜିଲାଣ୍ଡର ୭୧୫/୬ ସର୍ବୋଚ୍ଚ ଥିଲା।

୨୦୧୬ରେ ଚେନ୍ନାଇରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୭୫୯/୭ ସ୍କୋର୍‌ ଭାରତର ‌‌ଶ୍ରେଷ୍ଠ (ସ୍କୋର୍‌) ପାଳି ଏବେ ବି ଅତୁଟ ରହିଛି।

ଏହା ପଛକୁ ୭୨୬/୯ ଶ୍ରୀଲଙ୍କା ବିପକ୍ଷ ୨୦୦୯ ମୁମ୍ବାଇ ଟେଷ୍ଟ ରହିଛି।

Advertisment ଟେଷ୍ଟ୍‌ରେ ଭାରତର ୫ ଶ୍ରେଷ୍ଠ (ସ୍କୋର୍‌) ପାଳି -୭୫୯/୭ ବନାମ ଇଂଲଣ୍ଡ, ଚେନ୍ନାଇ ୨୦୧୬ -୭୨୬/୯ ବନାମ ଶ୍ରୀଲଙ୍କା, ମୁମ୍ବାଇ ୨୦୦୯ -୭୨୦/୯ ବନାମ ନ୍ୟୁଜିଲାଣ୍ଡ, ୱେଲିଂଟନ୍‌ ୨୦୨୬ -୭୦୭ ବନାମ ଶ୍ରୀଲଙ୍କା, କଲମ୍ବୋ ୨୦୧୦ -୭୦୫/୭ ବନାମ ଅଷ୍ଟ୍ରେଲିଆ, ସିଡନି ୨୦୦୪ ପଶ୍ଚିମବଙ୍ଗ ବିଜେପି ବିଧାୟକ ରେଖା ପାତ୍ର ହସ୍ପିଟାଲରେ ଭର୍ତ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)