Nitish Setu: ବିହାରର ‘ନୀତୀଶ ସେତୁ’ ଉଦଘାଟନକୁ ନେଇ ବିବାଦ: ପୋଷ୍ଟର ଚିରିଲେ ଆରଜେଡି କର୍ମୀ

Nov 22, 2026 - 16:00
Nitish Setu: ବିହାରର ‘ନୀତୀଶ ସେତୁ’ ଉଦଘାଟନକୁ ନେଇ ବିବାଦ: ପୋଷ୍ଟର ଚିରିଲେ ଆରଜେଡି କର୍ମୀ

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ବୈଶାଳୀରେ ଛଅ ଲେନ୍ ବିଶିଷ୍ଟ 'ନୀତୀଶ ସେତୁ' ଉଦଘାଟନ କରିବାର ମାତ୍ର କିଛି ଘଣ୍ଟା ପରେ ଶନିବାର ପୋଲ ଉପରେ ବ୍ୟାପକ ଉତ୍ତେଜନା ଦେଖିବାକୁ ମିଳିଛି।

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର କର୍ମୀମାନେ ବାଇକ୍ ଶୋଭାଯାତ୍ରାରେ ପୋଲ ଉପରକୁ ଚଢ଼ି ଶାସକ ଏନଡିଏର ପୋଷ୍ଟର ଓ ବ୍ୟାନର ଚିରିବା ସହ ଲାଲୁ ପ୍ରସାଦ ଯାଦବ ଏବଂ ତେଜସ୍ୱୀ ଯାଦବଙ୍କ ସମର୍ଥନରେ ନାରାବାଜି କରିଥିଲେ।

ପ୍ରାୟ ୪୦ ମିନିଟ୍ ଧରି ପୋଲ ଉପରେ ଏଭଳି ହଙ୍ଗାମା ଚାଲିଥିବା ବେଳେ ପୁଲିସ ଅସହାୟ ଭାବେ କେବଳ ଭିଡ଼ ସହ ଚାଲୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

ଏହି ଘଟଣାକୁ ନେଇ ଏବେ ବିହାର ରାଜନୀତି ସରଗରମ ହୋଇଉଠିଛି।

Advertisment ପ୍ରାୟ ୪,୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୯.୭୬ କିଲୋମିଟର ଲମ୍ବ ଏହି ଛଅ ଲେନ୍ ବିଶିଷ୍ଟ ସେତୁ କଚ୍ଚି ଦରଗାହ ଏବଂ ବିଦୁପୁରକୁ ସଂଯୋଗ କରୁଛି।

ଏହା ଉତ୍ତର ଓ ଦକ୍ଷିଣ ବିହାର ମଧ୍ୟରେ ଯୋଗାଯୋଗ ସୁଗମ କରିବା ସହ ମହାତ୍ମା ଗାନ୍ଧୀ ସେତୁ ଉପରୁ ଟ୍ରାଫିକ୍ ଚାପ କମାଇବ।

ତେବେ ପୋଷ୍ଟର ଚିରା ଘଟଣାକୁ ନେଇ ବିଜେପି ମୁଖପାତ୍ର ନୀରଜ କୁମାର ଶର୍ମା ଆରଜେଡିକୁ କଡ଼ା ସମାଲୋଚନା କରିଛନ୍ତି।

ସରକାର ବିକାଶମୂଳକ କାର୍ଯ୍ୟ କରୁଥିବା ବେଳେ ଆରଜେଡି ବିଶୃଙ୍ଖଳା ସୃଷ୍ଟି କରୁଛି ଏବଂ ବିହାରବାସୀ ପୋଷ୍ଟର ଚିରା ରାଜନୀତି ନୁହେଁ ବରଂ ବିକାଶ ଚାହାନ୍ତି ବୋଲି ସେ ତେଜସ୍ୱୀ ଯାଦବଙ୍କୁ କଟାକ୍ଷ କରିଛନ୍ତି।

ଅନ୍ୟପକ୍ଷରେ, ରବିବାର ଆରଜେଡି ସାଂସଦ ସୁଧାକର ସିଂହ କର୍ମୀମାନଙ୍କ କାର୍ଯ୍ୟକୁ ସମର୍ଥନ କରି କହିଛନ୍ତି ଯେ, ଏହି ପୋଲର ଉଦଘାଟନ ପୂର୍ବରୁ ହିଁ ହୋଇସାରିଥିଲା ଏବଂ କେବଳ ନାମ ପରିବର୍ତ୍ତନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପୁଣିଥରେ ଉତ୍ସବ କରାଯାଇଛି।

ତେଜସ୍ୱୀ ଯାଦବଙ୍କ ଦୂରଦୃଷ୍ଟି ଯୋଗୁଁ ଏହି ପୋଲ ନିର୍ମିତ ହୋଇଥିବା ଦାବି କରିବା ସହ ନୀତୀଶ କୁମାର ନିଜେ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସେହିପରି ସେତୁର ନାମକରଣକୁ ନେଇ ତେଜସ୍ୱୀ ଯାଦବ ସରକାରଙ୍କୁ ଘେରିଛନ୍ତି।

ଦଶମ ଶିଖ୍ ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ନାମରେ ଏହି ସେତୁର ନାମକରଣ କରିବା ପାଇଁ ସେ ପୂର୍ବରୁ ବିହାର ବିଧାନସଭାରେ ପ୍ରସ୍ତାବ ଆଣିଥିଲେ, ମାତ୍ର ରାଜନୈତିକ କାରଣରୁ ସରକାର ନିଜ ନିଷ୍ପତ୍ତି ବଦଳାଇ ଏହାକୁ 'ନୀତୀଶ ସେତୁ' ନାମିତ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ପ୍ରାୟ ୧୮ ମାସ ପୂର୍ବରୁ ନୀତୀଶ କୁମାର ଏହି ପୋଲକୁ ଖୋଲି ସାରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁନଃଉଦଘାଟନ କରାଯିବା ନୀତୀଶଙ୍କ ରାଜନୈତିକ ପରମ୍ପରାକୁ ସମାପ୍ତ କରିବାର ଏକ ଷଡ଼ଯନ୍ତ୍ର ବୋଲି ତେଜସ୍ୱୀ କହିଛନ୍ତି।

ଏହି ସେତୁ ନିର୍ମାଣରେ କେନ୍ଦ୍ର ସରକାର ଗୋଟିଏ ବି ଟଙ୍କା ଦେଇନାହାନ୍ତି ବୋଲି ସେ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି।

ଏହି ନାମକରଣ ବିବାଦ ଏବେ ପଞ୍ଜାବ ରାଜନୀତିକୁ ମଧ୍ୟ ବ୍ୟାପିଛି।

ତଖ୍ତ ଶ୍ରୀ ପାଟନା ସାହିବ ନିକଟରେ ଅବସ୍ଥିତ ଏହି ସେତୁକୁ ଗୁରୁ ଗୋବିନ୍ଦ ସିଂହଙ୍କ ନାମରେ ନାମିତ ନକରିବା ଶିଖ୍ ଭାବନା ପ୍ରତି ଅପମାନ ବୋଲି ପଞ୍ଜାବର ଆମ୍ ଆଦମୀ ପାର୍ଟି ନେତାମାନେ ଅଭିଯୋଗ କରିଛନ୍ତି।

ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ହରପାଲ ସିଂହ ଚିମା, ବିଧାନସଭା ବାଚସ୍ପତି କୁଲତାର ସିଂହ ସାନ୍ଧୱାନ ଏବଂ ବିଧାୟକ କୁଲଦୀପ ସିଂହ ଧାଲିୱାଲ ବିହାର ସରକାରଙ୍କ ଏହି ନିଷ୍ପତ୍ତିକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅଗ୍ରହଣୀୟ ବୋଲି କହିଛନ୍ତି।

ସୁନା-ରୁପା ଦରରେ ବଡ଼ ହ୍ରାସ!

ରେକର୍ଡ ସ୍ତରରୁ ୭୨ ହଜାର ଶସ୍ତା ହେଲା ସୁନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)