Shooting in Texas: ଟେକ୍ସାସ‌ରେ ଗଣଗୁଳିକାଣ୍ଡ: ଜଣେ ମୃତ, ୧୦ ଆହତ

Jun 13, 2026 - 17:50
Shooting in Texas: ଟେକ୍ସାସ‌ରେ ଗଣଗୁଳିକାଣ୍ଡ: ଜଣେ ମୃତ, ୧୦ ଆହତ

"ୱାସିଂଟନ: ଟେକ୍ସାସରେ ଆଜି ଗଣଗୁଳିକାଣ୍ଡହୋଇଛି ଏବଂ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।

ପଶ୍ଚିମ ଟେକ୍ସାସ୍‌ର ତୈଳ ସହର ମିଡଲାଣ୍ଡ୍‌ରେ ଏହି ଘଟଣା ଘଟିଛି।

ମିଳିଥିବା ସୂଚନାନୁଯାୟୀ ଗୁଳି ଚଳାଇଥିବା ବ୍ୟକ୍ତିର ପରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷରେମୃତ୍ୟୁ ହୋଇଯାଇଛି।

ଗୁଳିକାଣ୍ଡ ସଂକ୍ରାନ୍ତରେ ଖବର ପାଇ ପୁଲିସ ଅଫିସରମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।Advertisment ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷରେ ମୃତ୍ୟୁ ହୋଇଯାଇଛି ଟେକ୍ସାସ ଡିପାର୍ଟମେଣ୍ଟ ଅଫ ପବ୍ଲିକ ସେଫ୍ଟି ଅଧିକାରୀମାନେ ଗୁଳି ଚଳାଇଥିବା ବ୍ୟକ୍ତିକୁ ଭିକ୍ଟର ମାଟା ଭିଲ୍ଲାରିଲ ବୋଲି ଚିହ୍ନଟ କରିଛନ୍ତି।

ତା" ବୟସ ୪୫ ଏବ ସେ ନିକଟସ୍ଥ ଓଡ଼େଶା ବାସିନ୍ଦା।

ଏହି ଗୁଳିକାଣ୍ଡ ପରେ ସୁରକ୍ଷାବାହିନୀ ପକ୍ଷରୁୁ ନିକଟସ୍ଥ ଅଞ୍ଚଳ‌‌ରେ ଲକଡାଉନ୍‌ କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀମାନେ ୪୦ରୁ ଅଧିକ ଥର ଗୁଳିମାଡ଼ ହୋଇଥିବା ଶୁଣିଛନ୍ତି।

ଏହି ଘଟଣାରେ ୧୦ ଜଣ ଆହତଙ୍କୁ ଚିକିତ୍ସା କରାଯାଉଛି।

୪ ଜଣଙ୍କର ତୁରନ୍ତ ଇମର୍ଜେନ୍ସି ଅପରେସନ୍‌ ଦରକାର ପଡ଼ିଥିବାବେଳେ ଅନ୍ୟ ୫ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି।

ଆହୁରି ପଢ଼ନ୍ତୁ:Israeli Strikes: ଦକ୍ଷିଣ ଲେବାନନରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ଜଣଙ୍କର ମୃତ୍ୟୁ, ୨୦ ସହର ଖାଲି କରିବାକୁ ନିର୍ଦ୍ଦେଶ ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।